ଓଡିଶା

odisha

ETV Bharat / bharat

ଚିନ୍ତା ବଢାଇଲା କୋଭିଡର ଲାମ୍ବଡା ଭାରିଆଣ୍ଟ, 30 ଦେଶରୁ ଭୂତାଣୁ ଚିହ୍ନଟ - କୋରୋନା ମହାମାରୀ

ସମଗ୍ର ବିଶ୍ବ ବର୍ତ୍ତମାନ କୋରୋନା ମହାମାରୀ ସହିତ ସଂଘର୍ଷ କରୁଥିବା ବେଳେ ଏବେ ଆଉ ଏକ ନୂଆ ଭୂତାଣୁ ଦେଖାଯାଇଛି, ଯାହାର ନାଁ ରହିଛି ଲାମ୍ବଡା । ଏହି ପ୍ରଜାତି ୩୦ଟି ଦେଶରେ ଚିହ୍ନଟ ହୋଇସାରିଛି ଏବଂ ଏହା ଡେଲ୍‌ଟାଠାରୁ ମଧ୍ୟ ଅଧିକ ଭୟଙ୍କର ବୋଲି ବ୍ରିଟେନ୍ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଅଧିକ ପଢନ୍ତୁ...

କୋଭିଡର ଲାମ୍ବଡା ଭ୍ୟାରିଆଣ୍ଟ 30ଟି ଦେଶରେ ଚିହ୍ନଟ, ଡେଲ୍‌ଟାଠାରୁ ଏହା ଅଧିକ ଭୟଙ୍କର
କୋଭିଡର ଲାମ୍ବଡା ଭ୍ୟାରିଆଣ୍ଟ 30ଟି ଦେଶରେ ଚିହ୍ନଟ, ଡେଲ୍‌ଟାଠାରୁ ଏହା ଅଧିକ ଭୟଙ୍କର

By

Published : Jul 8, 2021, 10:58 AM IST

ନୂଆଦିଲ୍ଲୀ: ସମଗ୍ର ବିଶ୍ବ ବର୍ତ୍ତମାନ କୋରୋନା ମହାମାରୀ ସହିତ ସଂଘର୍ଷ କରୁଛି । ଏହାରି ମଧ୍ୟରେ ଅନେକ ପ୍ରଜାତିର କୋରୋନା ଭୂତାଣୁ ଦେଖା ଦେଇଥିବା ବେଳେ ଏବେ ଆଉ ଏକ ନୂଆ ଭୂତାଣୁ ଦେଖାଯାଇଛି, ଯାହାର ନାଁ ରହିଛି ଲାମ୍ବଡା । ଅଦ୍ୟାବଧି ଯେତିକି ପ୍ରଜାତିର କୋରୋନା ଭୂତାଣୁ ଦେଖିବାକୁ ମିଳିଛି ସେଥିମଧ୍ୟରୁ ଏହି ପ୍ରଜାତି ଅଧିକ ବିପଜ୍ଜନକ ବୋଲି କୁହାଯାଉଛି ।

ମାଲେସିଆର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, କୋଭିଡ-୧୯ର ଆଉ ଏକ ରୂପାନ୍ତରିତ ପ୍ରଜାତି ଏଯାବତ୍ ୩୦ଟି ଦେଶରେ ଚିହ୍ନଟ ହୋଇଛି ଏବଂ ଗତ ଚାରି ସପ୍ତାହ ମଧ୍ୟରେ ଏହାର ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇଛି । ବିଶେଷଜ୍ଞଙ୍କ ଅନୁଯାୟୀ, ଭାରତର ଡେଲ୍ଟା ଭାରିଆଣ୍ଟ ଅପେକ୍ଷା ଏହି ପ୍ରଜାତି ଅଧିକ ବିପଜ୍ଜନକ ଅଟେ। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) ଏହାକୁ 'ଭ୍ୟାରିଆଣ୍ଟ ଅଫ୍ ଇଣ୍ଟରେଷ୍ଟ' ବୋଲି କହିଛି ।

ସୋମବାର ମାଲେସିଆ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଟୁଇଟ୍ କରି କହିଛନ୍ତି ଯେ, ପେରୁରେ କୋରୋନାର ନୂଆ ପ୍ରଜାତି ଲାମ୍ବଡା ପ୍ରଥମେ ମିଳିଥିଲା । ଯେଉଁଠାରେ ମହାମାରୀ ଯୋଗୁଁ ମୃତ୍ୟୁ ହାର ବର୍ତ୍ତମାନ ବିଶ୍ବରେ ସର୍ବାଧିକ । ଅଷ୍ଟ୍ରେଲୀୟ ନ୍ୟୁଜ୍ ପୋର୍ଟାଲ ଅନୁଯାୟୀ, କୋରୋନାର ଏହି ଷ୍ଟ୍ରେନ୍ ବ୍ରିଟେନରେ ମଧ୍ୟ ଦେଖିବାକୁ ମିଳିଛି । ଅନୁସନ୍ଧାନକାରୀମାନେ ଆଶଙ୍କା କରିଛନ୍ତି ଯେ, ଡେଲ୍ଟା ପ୍ରଜାତି ଅପେକ୍ଷା କୋରୋନାର ଏହି ପ୍ରଜାତି ଅଧିକ ବିପଜ୍ଜନକ ହୋଇପାରେ ।

ପାନ ଆମେରିକୀୟ ସ୍ବାସ୍ଥ୍ୟ ସଂଗଠନ (PAHO)ର ଏକ ରିପୋର୍ଟ ଅନୁଯାୟୀ, ମେ ରୁ ଜୁନ୍ ମଧ୍ୟରେ ପେରୁରେ ରିପୋର୍ଟ ହୋଇଥିବା 82 ପ୍ରତିଶତ କୋରୋନା ଭାଇରସ୍ ଲାମ୍ବଡା ଷ୍ଟ୍ରେନ୍ କାରଣରୁ ହୋଇଥିଲା । ଦକ୍ଷିଣ ଆମେରିକାର ଅନ୍ୟ ଏକ ଦେଶ ଚିଲିରେ ଏହି ଷ୍ଟ୍ରେନ୍ ମେ ଏବଂ ଜୁନ୍ ମାସରେ ଚିହ୍ନଟ ହୋଇଥିବା 31 ପ୍ରତିଶତରୁ ଅଧିକ କୋରୋନା ନମୁନାରେ ଏହା ମିଳିଥିଲା ​।

ପବ୍ଲିକ ହେଲ୍‌ଥ ଇଂଲଣ୍ଡର ରିପୋର୍ଟ ଅନୁସାରେ ଦେଶରେ ଲାମ୍ବଡ଼ା ସଂକ୍ରମଣର ଅଳ୍ପ କେତୋଟି ମାମଲା ଚିହ୍ନଟ ହୋଇଛି ଏବଂ ଏହି ଭାରିଆଣ୍ଟର ସଂକ୍ରମଣ କ୍ଷମତା ଅଧିକ ଏବଂ ଏହା ବିରୋଧରେ ଆଣ୍ଟିବଡ଼ି ବି କାମ କରୁନାହିଁ। ସାରା ଦେଶରେ ଲାମ୍ବଡାର 6 ଟି ମାମଲା ଚିହ୍ନଟ ହୋଇଛି। ଏବଂ ସମସ୍ତେ ବିଦେଶ ଯାତ୍ରା ସହିତ ଜଡ଼ିତ ବଲୋ କୁହାଯାଇଛି ।

ବ୍ରିଟେନର ସ୍ବାସ୍ଥ୍ୟ ଅଧିକାରୀଙ୍କ ଅନୁଯାୟୀ, ଏହି ଷ୍ଟ୍ରେନ ଅଧିକ ବିପଜ୍ଜନକ କିମ୍ବା ବର୍ତ୍ତମାନର ଟିକାଗୁଡ଼ିକର ପ୍ରଭାବକୁ ହ୍ରାସ କରିପାରେ ବୋଲି ଏଯାବତ କୌଣସି ପ୍ରମାଣ ନାହିଁ। ତେବେ ଏହି ଷ୍ଟ୍ରେନ ବିଷୟରେ ଜାଣିବା ପାଇଁ ଲ୍ୟାବରେ ପରୀକ୍ଷା ଚାଲିଛି ।

ABOUT THE AUTHOR

...view details