ଓଡିଶା

odisha

ପୁଅ-ଝିଅଙ୍କ ଘରେ ଚଢାଉ ପରେ ରାଗିଲେ ଲାଲୁ, କହିଲେ କେବେ ମୁଣ୍ଡ ନୁଆଇଁବି ନାହିଁ

By

Published : Mar 11, 2023, 10:58 AM IST

ପୁଅ-ଝିଅଙ୍କ ଘରେ ଚଢାଉ ପରେ ବିଜେପି ଓ କେନ୍ଦ୍ରୀୟ ସଂସ୍ଥା ଉପରେ ବର୍ଷିଲେ ଲାଲୁ । କହିଲେ ମୁଁ କିମ୍ବା ମୋର ପରିବାର କେବେ ମୁଣ୍ଡ ନୁଆଁଇବ ନାହିଁ । ଅଧିକ ପଢନ୍ତୁ

ଇଡି ଚଢାଉ ଉପରେ ଲାଲୁଙ୍କ ପ୍ରତିକ୍ରିୟା
ଇଡି ଚଢାଉ ଉପରେ ଲାଲୁଙ୍କ ପ୍ରତିକ୍ରିୟା

ପାଟନା:ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗତକାଲି RJD ନେତା ଲାଲୁ ଯାଦବଙ୍କ ପୁଅ-ଝିଅ ଓ ସମ୍ପର୍କୀୟଙ୍କ ଘରେ ଚଢାଉ କରିଥିଲା । ୧୫ ଘଣ୍ଟାରୁ ଅଧିକ ସମୟରେ ଧରି ଚଢାଉ ଚାଲିଥିଲା । ଏହାକୁ ନେଇ ବିହାର ରାଜନୀତି ସରଗରମ ରହିଥିବାବେଳେ ଲାଲୁ ବିଜେପି ଓ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଉପରେ ପ୍ରବଳ ବର୍ଷିଛନ୍ତି । ଆରଜେଡି ନେତା ଟ୍ବିଟ୍ କରିଛନ୍ତି, ପ୍ରତିଶୋଧ ପରାୟଣ ହୋଇ ଭିତ୍ତିହୀନ ମାମଲାରେ ଆଜି ମୋ ଝିଅ, କୁନି କୁନି ନାତି ଏବଂ ଗର୍ଭବତୀ ବୋହୂକୁ ଇଡି ୧୫ ଘଣ୍ଟା କାଳ ବସାଇ ରଖିଛି । କ’ଣ ଏତେ ନିମ୍ନସ୍ତରକୁ ଖସି ବିଜେପି ମୋ ସହ ରାଜନୈତିକ ଲଢେଇ ଲଢିବ ?

ବିଜେପିକୁ ଟାର୍ଗେଟ କଲେ RJD ନେତା: ଲାଲୁ ଯାଦବ ଆହୁରି ମଧ୍ୟ ଲେଖିଛନ୍ତି ଯେ, ମୁଁ ଜରୁରୀ ସ୍ଥିତି ଭଳି କଳା ସମୟ ଦେଖିଛି । ସେ ଲଢେଇ ବି ଲଢିଛି । ସଂଘ ଓ ବିଜେପି ବିରୁଦ୍ଧରେ ବିଚାରଗତ ଲଢେଇ ଲଢି ଆସିଛି । ସେମାନଙ୍କ ସାମ୍ନାରେ କେବେ ବି ମୁଁ ମୁଣ୍ଡ ନୁଆଁଇନି କି ମୋ ପରିବାରର ଓ ପାର୍ଟିର କୌଣସି ବ୍ୟକ୍ତି ମଧ୍ୟ ନତମସ୍ତକ ହେବେ ନାହିଁ ।

କ'ଣ ଥିଲା ପୁରା ମାମଲା: ଗତକାଲି ଇଡି ଲାଲୁଙ୍କ ପୁଅ ତେଜସ୍ବୀ ଯାଦବ, ଝିଅ ମିସାଙ୍କ ଦିଲ୍ଲୀ ବାସଭବନ ସମେତ ପୂର୍ବତନ ବିଧାୟକ ତଥା ଆରଜେଡି ନେତା ଅବୁ ଦୋଜାନଙ୍କ ବିହାର ସ୍ଥିତ ବାସଭବନରେ ଚଢାଉ କରିଥିଲା । ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ଲାଲୁଙ୍କ ସମ୍ପର୍କୀୟଙ୍କ ଦିଲ୍ଲୀ, ଏନସିଆର ଓ ବିହାରରେ ଥିବା ୧୫ରୁ ଅଧିକ ଠିକଣାରେ ଚଢାଉ ହୋଇଥିଲା । ଏହାସହିତ ତେଜସ୍ବୀଙ୍କୁ ମାରାଥନ ଜେରା କରିଥିଲା ଇଡି । ଏହି ଘଟଣା ପରେ ଲାଲୁ ପ୍ରସାଦ ତୀବ୍ର ପ୍ରତିକ୍ରିୟାଶୀଳ ହୋଇପଡିଛନ୍ତି ।

ଏହାମଧ୍ୟ ପଢନ୍ତୁ: ତେଜସ୍ବୀ ଯାଦବଙ୍କ ବାସଭବନରେ ଇଡିର ଚଢାଉ, RJD ନେତାଙ୍କୁ ୧୧ ଘଣ୍ଟା ଜେରା

କହିରଖୁଛୁ କି, ଲାଲୁ ଯାଦବ ରେଳ ମନ୍ତ୍ରୀ ଥିବା ସମୟରେ ଏହି ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା । ସେ ରେଳ ବିଭାଗରେ ଚାକିରି କରାଇ ଦେବା ପାଇଁ ଲାଞ୍ଚ ଭାବେ ଲୋକଙ୍କ ଠାରୁ ଜମି ନେଇଥିବା ସିବିଆଇ ଅଭିଯୋଗ କରିଛି । ଏନେଇ କିଛି ଦିନ ତଳେ ସିବିଆଇ ଲାଲୁ ଯାଦବ ଏବଂ ପତ୍ନ ତଥା ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ରାବେଡି ଦେବୀଙ୍କୁ ପଚରାଉଚରା କରିଥିଲା ।

ABOUT THE AUTHOR

...view details