ଓଡିଶା

odisha

ETV Bharat / bharat

ଲାଲୁଙ୍କୁ ଝଟକା, ଛଠ୍ ପରେ ଜମିନ ଆବେଦନର ଶୁଣାଣି - ଲାଲୁ ପ୍ରସାଦ ଯାଦବ

ଝାଡଖଣ୍ଡ ହାଇକୋର୍ଟରେ ଜାମିନ ଆବେଦ କରିଥିଲେ ଲାଲୁ । ତେବେ ଏହାର ଶୁଣାଣିକୁ 27 ନଭେମ୍ବର ଯାଏଁ ଘୁଞ୍ଚାଇ ଦେଇଛନ୍ତି ହାଇକୋର୍ଟ । ଅର୍ଥାତ ଛଠ୍‌ ପର୍ବ ପରେ ହିଁ ଲାଲୁଙ୍କ ଜମିନ ଆବେଦନ ଉପରେ ଶୁଣାଣି ହେବ । ଅଧିକ ପଢନ୍ତୁ...

ଲାଲୁଙ୍କୁ ଝଟକା, ଛଠ୍‌ ପରେ ହେବ ଜମିନ ଆବେଦନର ଶୁଣାଣି
ଲାଲୁଙ୍କୁ ଝଟକା, ଛଠ୍‌ ପରେ ହେବ ଜମିନ ଆବେଦନର ଶୁଣାଣି

By

Published : Nov 6, 2020, 5:44 PM IST

ରାଞ୍ଚି: ଚାରା ଘୋଟାଲାରେ କାରାଦଣ୍ଡ କାଟୁଥିବା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ଆଶାକୁ ଲାଗିଛି ବଡ ଝଟକା । ଝାଡଖଣ୍ଡ ହାଇକୋର୍ଟରେ ଜାମିନ ଆବେଦ କରିଥିଲେ ଲାଲୁ, ତେବେ ଏହା ଉପରେ ଶୁଣାଣିକୁ 27 ନଭେମ୍ବର ଯାଏଁ ଘୁଞ୍ଚାଇ ଦେଇଛନ୍ତି ହାଇକୋର୍ଟ । ଅର୍ଥାତ ଛଠ୍‌ ପର୍ବ ପରେ ହିଁ ଲାଲୁଙ୍କ ଜମିନ ଆବେଦନ ଉପରେ ଶୁଣାଣି ହେବ ।

ଦୁମକା ଟ୍ରେଜେରୀ ମାମଲାରେ ଜେଲରେ ଥିବା ଲାଲୁ ଯାଦବଙ୍କ ଜାମିନ ଆବେଦନକୁ ନେଇ ଶୁକ୍ରବାର ଶୁଣାଣି କରାଯାଇଥିଲା। ଶୁଣାଣି ସମୟରେ ନିଜର ପକ୍ଷ ରଖିବାକୁ ଅଧିକ ସମୟ ମାଗିଥିଲା ସିବିଆଇ। ଏହା ପରେ ହାଇକୋର୍ଟ ଏହି ଆବେଦନକୁ 27 ନଭେମ୍ବର ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି ।

ଦୁମକା ଟ୍ରେଜେରୀରୁ ବେଆଇନ ଟଙ୍କା ଉଠାଣ ମାମଲାରେ ଲାଲୁ ପ୍ରସାଦ ଯାଦବ ଅଧା ଦଣ୍ଡ ଭୋଗି ସାରିଛନ୍ତି। ଏହି ଆଧାରରେ ସେ କୋର୍ଟରେ ଜାମିନ ଆବେଦନ କରିଥିଲେ। ଯାହାର ଶୁଣାଣି କରି କୋର୍ଟ ଏହାକୁ ଘୁଞ୍ଚାଇ ଦେଇଛନ୍ତି। ବିଶ୍ବାସ କରାଯାଉଥିଲା ଯେ ଯଦି ହାଇକୋର୍ଟ ଲାଲୁଙ୍କୁ ଜାମିନ ପ୍ରଦାନ କରନ୍ତି, ତେବେ ଆରଜେଡି ସୁପ୍ରିମୋଙ୍କ ଜେଲରୁ ବାହାରିବା ରାସ୍ତା ସଫା ହେବ। ଚାରା ଘୋଟାଲାର ଅନ୍ୟ ମାମଲାରେ ଲାଲୁ ଯାଦବଙ୍କୁ ଜାମିନ ମିଳିସାରିଛି। ବର୍ତ୍ତମାନ ସେ ରାଞ୍ଚିର ରିମ୍ସରେ ଚିକିତ୍ସାଧିନ ଅଛନ୍ତି ।

ଲାଲୁଙ୍କୁ ଚୋରାଚାଲାଣ ମାମଲାରେ 20A /96ରେ ଦୋଷୀ ସାବ୍ୟସ୍ତ କରିଥିଲା ସିବିଆଇ କୋର୍ଟ । ତାଙ୍କୁ 5 ବର୍ଷ ଜେଲ ଦଣ୍ଡାଦେଶ ହୋଇଥିବାବେଳେ 25 ଲକ୍ଷ ଟଙ୍କା ଜରିମାନା ମଧ୍ୟ ଲାଗୁ କରାଯାଇଥିଲା। ସେହିପରି ଦେଓଘର ଟ୍ରେଜେରୀ ସହ ଜଡିତ ମାମଲାରେ 64A/96 ଆଧାରରେ ଦୋଷୀ ସାବ୍ୟସ୍ତ ହୋଇ ତିନି ବର୍ଷ କାରାଦଣ୍ଡରେ ହୋଇଛନ୍ତି ଲାଲୁ । ଏହି ମାମଲାରେ ତାଙ୍କ ଉପରେ 5 ଲକ୍ଷ ଟଙ୍କା ଜୋରିମାନା ମଧ୍ୟ ଲାଗୁ କରାଯାଇଛି।

ଚାଇବାସା ଟ୍ରେଜେରୀରୁ ବେଆଇନ ଟଙ୍କା ଉଠାଣ ମାମଲାରେ 68A / 96 ଆଧାରରେ ଦୋଷୀ ସାବ୍ୟସ୍ତ ହୋଇ ପାଞ୍ଚ ବର୍ଷ କାରାଦଣ୍ଡରେ ଦଣ୍ଡିତ ହୋଇଥିଲେ ଲାଲୁ । ଅନ୍ୟପକ୍ଷେ ଟ୍ରେଜେରୀ ସହ ଜଡିତ ମାମଲାରେ ବିଭିନ୍ନ ବିଭାଗରେ ତାଙ୍କୁ 7 ବର୍ଷ କାରାଦଣ୍ଡାଦେଶ ହୋଇଛି। ଏହି ମହାଗୋଟାଲା 27 ଜାନୁୟାରୀ 1996ରେ ଏହି ଘଟଣା ସାମ୍ନାକୁ ଆସିଥିଲା । ବିହାର ପୋଲିସ ଏହା ଉପରେ ଏକ ମାମଲା ରୁଜୁ କରିଥିଲା ​​। ପରେ ସିବିଆଇ ଏହି ମାମଲା ନେଇ ଗତ 24 ବର୍ଷ ଧରି ତଦନ୍ତ ଜାରି ରଖିଛି ।

ABOUT THE AUTHOR

...view details