ଓଡିଶା

odisha

ETV Bharat / bharat

ଜେଲରୁ ଆସିବା ପରେ ଆଜି ଦଳୀୟ ନେତାଙ୍କ ସହ ବୈଠକ କରିବେ ଲାଲୁ - କୋରୋନା ସ୍ଥିତି ଉପରେ ସମୀକ୍ଷା କରିବେ ଲାଲୁ

ଦୀର୍ଘ ଦିନ ଧରି ଜେଲରେ ସଜା କାଟିବା ପରେ ଜାମିନରେ ଆସିଛନ୍ତି ଆରଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ । ଜେଲରୁ ଆସିବା ପରେ ଆଜି ଦଳୀୟ ନେତାଙ୍କ ସହ ବୈଠକ କରି ରାଜ୍ୟରେ କୋରୋନା ସ୍ଥିତି ଉପରେ ସମୀକ୍ଷା କରିବେ ଲାଲୁ । ଅଧିକ ପଢନ୍ତୁ ...

ଜେଲରୁ ଆସିବା ପରେ ଆଜି ଦଳୀୟ ନେତାଙ୍କ ସହ ବୈଠକ କରିବେ ଲାଲୁ
ଜେଲରୁ ଆସିବା ପରେ ଆଜି ଦଳୀୟ ନେତାଙ୍କ ସହ ବୈଠକ କରିବେ ଲାଲୁ

By

Published : May 9, 2021, 1:19 PM IST

ପାଟନା: ଦୀର୍ଘ ଦିନ ଧରି ଜେଲରେ ସଜା କାଟିବା ପରେ ଜାମିନରେ ଆସିଛନ୍ତି ଆରଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ । ଜେଲରୁ ଆସିବା ପରେ ଆଜି ରାଜ୍ୟରେ କୋରୋନା ସ୍ଥିତି ଉପରେ ସମୀକ୍ଷା କରିବେ ଲାଲୁ । ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଦଳୀୟ ନେତାଙ୍କ ସହ ବୈଠକ କରିବେ ।



ଏହି ବୈଠକରେ ଲାଲୁଙ୍କ ପୁଅ ତଥା ବିହାର ବିଧାନସଭାର ବିରୋଧୀଦଳର ନେତା ତେଜସ୍ବୀ ଯାଦବ ସାମିଲ ରହିବେ । ଝାଡଖଣ୍ଡ କୋର୍ଟ ଲାଲଙ୍କୁ ଜାମିନ ଦେବା ପରେ ଏହି ବୈଠକ ବସିବାକୁ ଯାଉଛି ।



କୋରୋନାର ଏହି କଠିନ ସମୟରେ ଆରଜେଡି ସୁପ୍ରିମୋ ଆଜି ବିହାରର ସମସ୍ତ ବିଧାୟକ, ବିଧାନ ପରିଷଦ ଏବଂ ଦଳର ପ୍ରମୁଖ ନେତାଙ୍କ ସହ ଏକ ଦ୍ବିପ୍ରହର 2ଟା ସମୟରେ ଭର୍ଚୁଆଲ ବୈଠକ କରିବେ । ଦୀର୍ଘ ଦିନ ପରେ ଲାଲୁ ଆଜି ତାଙ୍କ ନେତାଙ୍କୁ ଭେଟିବେ। ତେଜସ୍ବୀ ମଧ୍ୟ ରାଜ୍ୟର ସ୍ବାସ୍ଥ୍ୟ ସୁବିଧା ଉପରେ ତର୍ଜମା କରିବେ ।



ଝାଡଖଣ୍ଡ ହାଇକୋର୍ଟରୁ ଜାମିନ ପାଇବାର 12 ଦିନ ପରେ ଆରଜେଡି ସୁପ୍ରିମୋ ଜେଲରୁ ବାହାରିଛନ୍ତି । ପ୍ରାୟ 3 ବର୍ଷ ଧରି ସେ ଜେଲଦଣ୍ଡ ଭୋଗିଛନ୍ତି । ବିହାରର ଦୁମକା ଟ୍ରେଜେରୀରେ ଠକେଇ ମାମଲାରେ ରାଞ୍ଚି ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି । 1990 ଦଶକରେ ଡୁମକା ଟ୍ରେଜେରୀରୁ 3.13 କୋଟି ଟଙ୍କା ଠକେଇ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ଲାଲୁ । ସିବିଆଇ ଏକ ସ୍ବତନ୍ତ୍ର କୋର୍ଟ ତାଙ୍କୁ 60 ଲକ୍ଷ ଟଙ୍କା ଜୋରିମାନା ସହ ଜେଲଦଣ୍ଡ ଶୁଣାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details