ଓଡିଶା

odisha

ETV Bharat / bharat

ସୁସ୍ଥ ହୋଇ ଭାରତ ଫେରୁଛନ୍ତି ଲାଲୁ, ଭାବପ୍ରବଣ ହେଲେ ଝିଅ - ବିବାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ

ଆଜି ଭାରତ ଫେରିବେ ବିବାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ । ସିଙ୍ଗାପୁରରେ ସଫଳତାର ସହ କିଡନୀ ପ୍ରତିରୋପଣ ପରେ ସୁସ୍ଥ ହୋଇ ଭାରତ ଫେରୁଛନ୍ତି । ଅଧିକ ପଢ଼ନ୍ତୁ

ମୁଖ୍ୟ ଲାଲୁ ପ୍ରସାଦ ଯାଦବ
Lalu Prasad Yadav

By

Published : Feb 11, 2023, 12:24 PM IST

ପାଟନା: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ସଫଳତାର ସହ କିଡନୀ ପ୍ରତିରୋପଣ ହେବା ପରେ ଆଜି (ଶନିବାର) ଭାରତ ଫେରୁଛନ୍ତି । ସିଙ୍ଗାପୁରରେ କିଡନୀ ପ୍ରତିରୋପଣ ପରେ ସୁସ୍ଥ ହୋଇ ବିହାର ଆସୁଛନ୍ତି । ଏନେଇ ଲାଲୁ ପ୍ରସାଦଙ୍କ ଝିଅ ରୋହିଣୀ ପିତାଙ୍କ ସହ ଏକ ଫଟୋ ପୋଷ୍ଟ କରି ସୂଚନା ଦେଇଛନ୍ତି ।

ଲାଲୁଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ପିତାଙ୍କୁ କିଡନୀ ଦାନ କରିଛନ୍ତି । ସିଙ୍ଗାପୁରର ଏକ ହସ୍ପିଟାଲରେ ସଫଳତାର ସହ ପ୍ରତିରୋପଣ ଅସ୍ତ୍ରୋପଚାର ହୋଇଥିଲା । ବର୍ତ୍ତମାନ ଲାଲୁ ସୁସ୍ଥ ଥିବାବେଳେ ସେ ସିଙ୍ଗାପୁରରୁ ବିହାର ପ୍ରତ୍ୟାବର୍ତ୍ତନ କରୁଛନ୍ତି । ଏହି ସମୟରେ ରୋହିଣୀ ନିଜ ଟ୍ବିଟର ଆକାଉଣ୍ଟରେ ଏକ ପିତା ଲାଲୁ ପ୍ରସାଦ ଯାଦବଙ୍କ ସହ ଫଟୋ ପୋଷ୍ଟ କରି ଭାବପ୍ରବଣ କ୍ୟାପସନ ଦେଇଛନ୍ତି ।

ସେ ଲେଖିଛନ୍ତି, "ସଭିଙ୍କ ଆଦରଣୀୟ ନେତା ଲାଲୁଙ୍କୁ ସ୍ବାସ୍ଥ୍ୟ ସମ୍ବନ୍ଧରେ ଏକ ଜରୁରୀ ସୂଚନା ରହିଛି । ଆଜି ବାପା ସିଙ୍ଗାପୁରରୁ ଭାରତକୁ ଫେରୁଛନ୍ତି । ମୁଁ ଝିଅ ହେବାର କର୍ତ୍ତବ୍ୟକୁ ପୁରା କରିଛି । ବାପାଙ୍କୁ ସୁସ୍ଥ କରି ଆପଣଙ୍କ ପାଖକୁ ପଠାଉଛି । ଆପଣାମାନେ ବାପାଙ୍କ ଯତ୍ନ ନେବେ ।" ଏହାପରେ ଆଉ ଏକ ଟ୍ବିଟ କରି ପିତାଙ୍କ ବିଷୟରେ ସେ ଏକ କବିତା ଲେଖିଛନ୍ତି । " ନିଜ କର୍ତ୍ତବ୍ୟ ପୁରା କରି, ଭଗବାନ ସ୍ବରୁପ ପିତାଙ୍କ ଜୀବନ ବଞ୍ଚାଇଛି ।" ପିତାଙ୍କ ସ୍ବାସ୍ଥ୍ୟ ଉପରେ ନଜର ରଖିବାକୁ ସେ ସଭିଙ୍କୁ ଅନୁରୋଧ କରିଛନ୍ତି ।

ସୂଚନା ଥାଉକି, ଲାଲୁ ଗତ କିଛି ବର୍ଷ ହେବ ସ୍ବାସ୍ଥ୍ୟଗତ ସମସ୍ୟାରେ ଥିବାବେଳେ ଗତ କିଛି ମାସ ହେବ ଗୁରୁତର ହୋଇପଡ଼ିଥିଲେ । ପରେ ତାଙ୍କର କିଡନୀ ଜନିତ ସମସ୍ୟା ଥିବା ଜଣାପଡ଼ିଥିଲା । କିଡନୀ ପ୍ରତିରୋପଣ କରିବା ଜରୁରୀ ବୋଲି ଡାକ୍ତର କହିବା ପରେ ଲାଲୁଙ୍କ ଦ୍ବିତୀୟ ଝିଅ ରୋହିଣୀ ଆଚାର୍ଯ୍ୟ ପିତାଙ୍କୁ ଗୋଟିଏ କିଡନୀ ଦେବେ ବୋଲି ନିଷ୍ପତ୍ତି ନେଇଥିଲେ ।

ତେବେ ଗତ ବର୍ଷ ଡିସେମ୍ବର ମାସରେ ସିଙ୍ଗାପୁରର ଏକ ଡାକ୍ତରଖାନାରେ ଲାଲୁଙ୍କ କିଡନୀ ପ୍ରତିରୋପଣ ଅସ୍ତ୍ରୋପଚାର ହୋଇଥିଲା । ଝିଅ ରୋହିଣୀଙ୍କର ଗୋଟିଅ କିଡନୀ ସଫଳତାର ସହ ଲାଲୁଙ୍କ ଶରୀରରେ ପ୍ରତିରୋପଣ କରାଯାଇଛି । ଏହା ପରେ ଉଭୟ ବାପା ଏବଂ ଝିଅ ସୁସ୍ଥ ଅଛନ୍ତି । ଏହାପରେ ଲାଲୁ କିଛି ସମୟ ଧରି ସିଙ୍ଗାପୁରରେ ରହିଥିଲେ । ଲାଲୁ ସୁସ୍ଥ ହୋଇ ଘରକୁ ଫେରୁଥିବା ନେଇ ଝିଅ ରୋହିଣୀ ସୂଚନା ଦେଇଛନ୍ତି ।

ABOUT THE AUTHOR

...view details