ପାଟନା: ଜନତା ଦଳ ୟୁନାଇଟେଡ (ଜେଡିୟୁ) ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବରେ ନିଯୁକ୍ତ ହୋଇଛନ୍ତି ବରିଷ୍ଠ ଜେଡିୟୁ ନେତା ଲଲନ ସିଂହ । ଦଳର ରାଷ୍ଟ୍ରୀୟ ସଭାପତି ଭାବରେ ନିଯୁକ୍ତି ପାଇବା ପରେ ଆଜି ପ୍ରଥମ ଥର ପାଇଁ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଦଳରହିତ ପାଇଁ ସମସ୍ତ ପ୍ରକାରର ପଦକ୍ଷେପ ଗ୍ରହଣ କରାଯିବ। ସମସ୍ତଙ୍କ ସହ ଚର୍ଚ୍ଚା କରି ନିଷ୍ପତି ନିଆଯିବ। ସମସ୍ତ ନେତା ଓ ଦଳୀୟ କର୍ମକର୍ତ୍ତାଙ୍କୁ ସାଙ୍ଗରେ ନେଇ କାର୍ଯ୍ୟ କରାଯିବ ସହ କାହାକୁ ଅଣଦେଖା କରାଯିବ ନାହିଁ ବୋଲି କହିଛନ୍ତି । ବିହାରରେ ଜେଡିୟୁକୁ ଆହୁରି ମଜବୁତ କରାଯିବ ଏବଂ ଦେଶର ଅନ୍ୟ ରାଜ୍ୟରେ ମଧ୍ୟ ଦଳୀୟ ସଂଗଠନକୁ ସକ୍ରିୟ କରାଯିବ ।
ଏହା ସହ ସେ ଆହୁରି କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସମେତ ଅନ୍ୟ ଦଳୀୟ ନେତା ଏବଂ ଦଳର କାର୍ଯ୍ୟକର୍ତ୍ତା ମୋ ଉପରେ ଯେଉଁ ଭରସା ରଖିଛନ୍ତ ତାକୁ ପୂରଣ କରିବା ପାଇଁ ଚେଷ୍ଟା କରିବି । ସମସ୍ତଙ୍କ ଆଶା ଓ ବିଶ୍ବାସକୁ ସଫଳ କରିବା ପାଇଁ ଚେଷ୍ଟା କରିବି । ଏହା ସହ ଦଳର ନେତା, କାର୍ଯ୍ୟକର୍ତ୍ତା ଏବଂ ଦଳୀୟ କର୍ମୀଙ୍କୁ ପରିଶ୍ରମ କରି ଏକତ୍ର ଭାବରେ କାର୍ଯ୍ୟ କରିବା ପାଇଁ କହିଛନ୍ତି । ବିହାରର ଶକ୍ତିଶାଳୀ ଦଳ ହେଉଛି ଜେଡିୟୁ । ଆଗାମୀ ଦିନରେ ଦଳକୁ ଆହୁରୀ ମଜବୁତ କରାଯିବ। ଏହା ସହ ଜେଡିୟୁ ଛାଡିଥିବା ସମସ୍ତ ସାଥୀ ବର୍ତ୍ତମାନ ସକ୍ରିୟ ନାହାଁନ୍ତି । ସମସ୍ତଙ୍କ ଦଳରେ ଫେରାଇ ଅଣି ଦଳରେ ସକ୍ରିୟ କରାଯିବ ବୋଲି କହିଛନ୍ତି ।
ଆଗାମୀ ଦିନରେ ଦେଶର ପାଞ୍ଚଟି ରାଜ୍ୟରେ ନିର୍ବାଚନ ଅନୁଷ୍ଠିତ ହେବ । ପଞ୍ଜାବ,ଉତ୍ତରପ୍ରଦେଶ ସମେତ ଅନ୍ୟ ରାଜ୍ୟରେ ହେବ ନିର୍ବାଚନ ଏହି ସବୁ ରାଜ୍ୟରେ ଜେଡିୟୁ ନିର୍ବାଚନରେ ଭାଗନେବ। ଆମେ ଏନଡିଏରେ ରହି ପାଞ୍ଚଟି ରାଜ୍ୟ ବିଧାନସଭା ନିର୍ବାଚନରେ ଭାଗନେବୁ । ଯଦି ଏନଡିଏ ସହିତ ମେଣ୍ଟ ସଫଳ ହୋଇପାରିବ ନାହିଁ ତେବେ ସେ ନେଇ ଅନ୍ୟ ପନ୍ଥା ଅବଲମ୍ବନ କରାଯିବ ବୋଲି କହିଛନ୍ତି ।