ଲକ୍ଷ୍ନୌ:ବହୁଚର୍ଚ୍ଚିତ ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରୀ ହିଂସା ଘଟଣାରେ ଚାର୍ଜସିଟ ଦାଖଲ କରିଛି ସ୍ବତନ୍ତ୍ର ତଦନ୍ତକାରୀ ଟିମ (SIT) । ଆଜି (ସୋମବାର) SIT କେନ୍ଦ୍ରମନ୍ତ୍ରୀଙ୍କ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରାଙ୍କ ବିରୋଧରେ 5 ହଜାର ପୃଷ୍ଠାର ଚାର୍ଜସିଟ ଦାଖଲ କରିବା ସହ ଏହି ମାମଲାରେ ବିରେନ୍ଦ୍ର ଶୁକ୍ଲା ନାମକ ଆଉ ଜଣେ ଅଭିଯୁକ୍ତ ନାମ ମଧ୍ୟ ଯୋଡିଛି । ତାଙ୍କୁ ମଧ୍ୟ ଆଇପିସିର ଧାରା 201 ଅନୁଯାୟୀ ଘଟଣାରେ ମମ୍ପୃକ୍ତ ଥିବା ଅଭିଯୋରରେ ଅଭିଯୁକ୍ତ ବୋଲି ଚାର୍ଜସିଟରେ ଦର୍ଶାଇଛି SIT ।
ଗତବର୍ଷ ଅକ୍ଟୋବର 3 ତାରିଖରେ କୃଷି ଆଇନ ବିରୁଦ୍ଧରେ କୃଷକଙ୍କ ବିରୋଧ ପ୍ରଦର୍ଶନ ସମୟରେ ଏହି ହିଂସାକାଣ୍ଡ ଘଟିଥିଲା । ବିକ୍ଷୋଭରତ କୃଷକଙ୍କ ଉପରେ ଗାଡି ମାଡିଯିବା ଫଳରେ କୃଷକ, ବିଜେପି କର୍ମୀ ଓ ଜଣେ ସାମ୍ବାଦିକଙ୍କୁ ମିଶାଇ ମୋଟ ୮ ଜଣଙ୍କ ମୃତ୍ୟୁ ହୋଇଥିଲା ।
ଉକ୍ତ ଗାଡିରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ଓ ଅନ୍ୟ କିଛି ସହଯୋଗୀ ଥିବା ଜଣାପଡିଥିଲା । ଏହି ଘଟଣାରେ ତଦନ୍ତ କରି ଏସଆଇଟି ମନ୍ତ୍ରୀଙ୍କ ପୁଅ ସମେତ ମୋଟ ୧୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରଙ୍କ ଜାମିନ ଆବେଦନ ଉପରେ ଆହ୍ଲାବାଦ ହାଇକୋର୍ଟ ଏପର୍ଯ୍ୟନ୍ତ କୈଣସି ରାୟ ପ୍ରକାଶ କରିନଥିବା ବେଳେ ଅନ୍ୟ ଅଭିଯୁକ୍ତଙ୍କ ଜାମିନ ଆବେଦନ ଲକ୍ଷ୍ମୀପୁର ଖେରୀର ସ୍ଥାନୀୟ କୋର୍ଟରେ ବିଚାରାଧୀନ ଅଛି ।