ଓଡିଶା

odisha

ETV Bharat / bharat

ଖେରୀ ହିଂସାରେ କେନ୍ଦ୍ର ମନ୍ତ୍ରୀଙ୍କ ପୁଅଙ୍କ ସମେତ 3 ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ

ବହୁଚର୍ଚ୍ଚିତ ଲକ୍ଷୀମପୁର ଖେରୀ ହିଂସା ମାମଲାରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରାଙ୍କ ସମେତ ତିନି ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ଖାରଜ କଲେ ଜିଲ୍ଲାଜଜ୍ । ଅଧିକ ପଢନ୍ତୁ

Lakhimpur violence: କେନ୍ଦ୍ର ମନ୍ତ୍ରୀଙ୍କ ପୁଅଙ୍କ ସମେତ 3 ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ
Lakhimpur violence: କେନ୍ଦ୍ର ମନ୍ତ୍ରୀଙ୍କ ପୁଅଙ୍କ ସମେତ 3 ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ

By

Published : Nov 15, 2021, 10:08 PM IST

ଲକ୍ଷ୍ନୌ: ବହୁଚର୍ଚ୍ଚିତ ଉତ୍ତର ପ୍ରଦେଶ ଲକ୍ଷୀମପୁର ଖେରୀ ହିଂସା ମାମଲାରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରାଙ୍କ ସମେତ 3 ଅଭିଯୁକ୍ତଙ୍କ ଜାମିନ ଖାରଜ ହୋଇଛି । ଜିଲ୍ଲା ତଥା ସେସନ ଜଜ ମୁକେଶ ମିଶ୍ର ପ୍ରାୟ ଦୁଇ ଘଣ୍ଟା ଧରି ଏହି ମାମଲାର ଶୁଣାଣି କରି ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରିବା ପରିବର୍ତ୍ତେ ଆବେଦନକୁ ଖାରଜ କରିଛନ୍ତି ।

ଆଜି ପୂର୍ବାହ୍ନ ପ୍ରାୟ 11ଟାରେ ଜିଲ୍ଲା ଜଜଙ୍କ କୋର୍ଟରେ ଶୁଣାଣି ଆରମ୍ଭ ହୋଇଥିଲା । ଆଶିଷ ମିଶ୍ର ଘଟଣାସ୍ଥଳରେ ନଥିଲେ ବୋଲି ଯୁକ୍ତି ବାଢିଥିଲେ ତାଙ୍କ ଓକିଲ । ତେବେ ଘଟଣାସ୍ଥଳରେ ଆଶିଷ ସମ୍ପୂର୍ଣ୍ଣ ଅନୁପସ୍ଥିତ ଥିବା କୋର୍ଟରେ ପ୍ରମାଣିତ କରିପାରି ନଥିଲେ ତାଙ୍କ ଓକିଲ । ଘଟଣାର ପ୍ରାୟ 60ଜଣ ପ୍ରତ୍ୟେକ୍ଷଦର୍ଶୀଙ୍କ ବୟାନ ବିଚାରପତିଙ୍କ ନିକଟରେ ଦାଖଲ କରାଯାଇଥିଲା ।

କେନ୍ଦ୍ର ମନ୍ତ୍ରୀଙ୍କ ପୁଅ ଅଜୟ ଚାଷୀଙ୍କ ଉପରେ ମାଡି ଯାଇଥିବା ଗାଡିରେ ଥିବା ସହ ତାଙ୍କ ବନ୍ଧୁକରୁ ହିଁ ଗୁଳି ଚଳାଯାଇଥିବା ପ୍ରତ୍ୟେକ୍ଷଦର୍ଶୀ ସାକ୍ଷୀମାନେ ନିଜ ବୟାନରେ ପ୍ରକାଶ କରିଥିଲେ । ଦୀର୍ଘ ସମୟ ଧରି ଜାରି ରହିଥିବା ଉଭୟ ପକ୍ଷର ଯୁକ୍ତି ଓ ଘଟଣାରେ ପୋଲିସ ଦାଖଲ କରିଥିବା ତଥ୍ୟ ପ୍ରମାଣକୁ ବିଶ୍ଳେଷଣ କରାଯିବା ପରେ ଆଶିଷଙ୍କ ସମେତ ମୋଟ 3ଜଣଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି କୋର୍ଟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details