ମୁଜାଫରପୁର: ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରୀ ହିଂସାକାଣ୍ତ ଘଟଣାରେ ଜରୁରୀ ପଞ୍ଚାୟତ ବୈଠକ ଡାକିଛନ୍ତି ଭାରତୀୟ କିଶାନ ସଂଗଠନ (ବିକେୟୁ) ମୁଖ୍ଯ ରାକେଶ ଟିକାୟତ । ଆଜି ଦେଶର ପ୍ରତ୍ୟେକ ଜିଲ୍ଲାରେ ବିରୋଧ ପ୍ରର୍ଦଶନ ହେବ ବୋଲି ବୈଠକରେ ନିଷ୍ପତି ହୋଇଛି । ବିକେୟୁର ଜାତୀୟ ସଭାପତି ନରେଶ ଟିକାୟତଙ୍କ ଦ୍ବାରା ବସିଥିବା ବୈଠକରେ ଏହା ସ୍ଥିର ହୋଇଛି । ଦେଶର ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀମାନେ ଆନ୍ଦୋଳନ କରିବେ । ଏହାସହ 2020 ନଭେମ୍ବର ଠାରୁ କୃଷି ବିରୋଧୀ ଆଇନ ବିରୋଧରେ ଲଢେଇ ମଧ୍ୟ ଜାରି ରହିବ । ଯାହାର ନେତୃତ୍ୱ ନେଇଛି ସଂଯୁକ୍ତ କିଷାନ୍ ମୋର୍ଚ୍ଚା (ଏସକେଏମ୍) ।
ଖେରୀ ହିଂସା: ଦେଶର ପ୍ରତି ଜିଲ୍ଲାରେ ପ୍ରତିବାଦ କରିବ BKU - ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରୀ ହିଂସା କାଣ୍ତ ଘଟଣା
ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରୀ ହିଂସାକାଣ୍ତ ଘଟଣାରେ ଜରୁରୀ ପଞ୍ଚାୟତ ବୈଠକ ଡାକିଛନ୍ତି ବିକେୟୁ ସଂଗଠନ ମୁଖ୍ଯ ରାକେଶ ଟିକାୟତ । ଏନେଇ ଆଜି ଦେଶର ପ୍ରତ୍ୟେକ ଜିଲ୍ଲାରେ ବିରୋଧ ପ୍ରର୍ଦଶନ ହେବ ବୋଲି ନିଷ୍ପତି ହୋଇଛି । ଅଧିକ ପଢନ୍ତୁ:

ସେପଟେ ଖେରୀ ହିଂସାକାଣ୍ତ ଘଟଣା ନେଇ ୨୦୦ କୃଷକଙ୍କ ସହ ବିକେୟୁ ସମର୍ଥକଙ୍କ ଏକ ଦଳ ରବିବାର ରାତିରେ ଲକ୍ଷ୍ମୀପୁର ଖେରୀ ଅଭିମୁଖେ ରାକେଶ ଟିକାୟତଙ୍କ ନେତୃତ୍ବରେ ଯାତ୍ରା କରିବା ସମୟରେ ପଶ୍ଚିମ ୟୁପିର ମୋରାଦାବାଦ, ପିଲିଭୀଟ ଏବଂ ରାମପୁରରେ ପୋଲିସ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା । କିନ୍ତୁ ସେମାନଙ୍କୁ ପୋଲିସ ଅଟକାଇବାରେ ସଫଳ ହୋଇ ନଥିଲା । ବିଭିନ୍ନ ସ୍ଥାନରେ ରାସ୍ତାରେ ବ୍ୟାରିକେଡ କରାଯିବା ସହ ଗାଡି ଗୁଡିକ ଯାଞ୍ଚ କରାଯାଇଛି । ସୂଚନା ଅନୁସାରେ ଲକ୍ଷ୍ମୀପୁର ଖେରୀରେ ଚାଷୀଙ୍କ ପ୍ରଦର୍ଶନ ଚାଲିଥିବା ବେଳେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆନ୍ଦୋଳନକାରୀଙ୍କ ଉପରେ କାର ଚଢାଇ ଦେଇଥିଲେ । ଏଭଳି ଅଭିଯୋଗ ଆଣିଥିଲେ ଆନ୍ଦୋଳନକାରୀ । ଯେଉଁଥିରେ ୮ ଜଣଙ୍କ ମୃତ୍ୟୁ ଘଟିଥିଲା ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ