ନୂଆଦିଲ୍ଲୀ: ଲଖୀମପୁର ଘଟଣାରେ ସରଗରମ ରହିଛି ରାଜନୀତି। ଗତକାଲି(ସୋମବାର) ମୃତକଙ୍କ ପରିବାରକୁ କଂଗ୍ରେସ ଅଧ୍ୟକ୍ଷା ପ୍ରିୟଙ୍କା ଗାନ୍ଧୀ ଭେଟିବାକୁ ଯିବାବେଳେ ତାଙ୍କୁ ପୋଲିସ ଅଟକ ରଖିଥିଲା। ଘଟଣାରେ କଂଗ୍ରେସ ନେତା ରାହୁଲ ତଥା ପ୍ରିୟଙ୍କାଙ୍କ ଭାଇ ତାଙ୍କ ସାହାସ ବଢାଇଥିଲେ । ଆଜି ତାଙ୍କୁ ଜଣେ ସଚ୍ଚା କଂଗ୍ରେସ ନେତ୍ରୀ ଭାବରେ ସମ୍ବୋଧନ କରିଛନ୍ତି ।
ଟ୍ବିଟ କରି ରାହୁଲ କହିଛନ୍ତି ଦଳର ସାଧାରଣ ସମ୍ପାଦିକା ପ୍ରିୟଙ୍କା ପ୍ରମାଣ କରିଛନ୍ତି ଯେ ସେ ଜଣେ ସଚ୍ଚା କଂଗ୍ରେସ ନେତ୍ରୀ । ଖେରୀ ହିଂସାରେ ପ୍ରାଣ ହରାଇଥିବା ସମସ୍ତଙ୍କୁ ନ୍ୟାୟ ଦେବା ପାଇଁ ପ୍ରିୟଙ୍କା ଆଗକୁ ବାହାରିଛନ୍ତି ପ୍ରିୟଙ୍କା । ଯାହାକୁ ଅଟକ ରଖିଛ ସେ କେବେ ସେ ପଛକୁ ଫେରିବେ ନାହିଁ କାରଣ ସେ ଜଣେ ସଚ୍ଚା କଂଗ୍ରେସ ବୋଲି କହିଛନ୍ତି ରାହୁଲ । ସେ ଆହୁରି କହିଛନ୍ତି ସତ୍ୟାଗ୍ରହ କେବେ ବି ବନ୍ଦ ହେବନାହିଁ ।