ଲକ୍ଷ୍ନୌ :ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରୀ ହିଂସାକାଣ୍ତ ଘଟଣା । ହିଂସାରେ ପ୍ରାଣ ହରାଇଥିବା ଚାଷୀ ଗୁରବିନ୍ଦର ସିଂଙ୍କ ବୁଧବାର ଦିନ ଦ୍ବିତୀୟ ଥର କରାଗଲା ପୋଷ୍ଟମର୍ଟମ । ଏନେଇ ସୂଚନା ଦେଇଛନ୍ତି ବାହାରାଇଚ ଜିଲ୍ଲାପାଳ ଦିନେଶ ଚନ୍ଦ୍ର । ଲକ୍ଷ୍ନୌରୁ ଡାକ୍ତରଙ୍କ ଏକ ବିଶେଷଜ୍ଞ ପ୍ୟାନେଲ ପୋଷ୍ଟମର୍ଟମ ଉପରେ ନଜର ରଖିବା ପାଇଁ ଆସିଥିଲେ । ଯାହା ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ କରାଯାଇଥିଲା । ଏ ପ୍ୟାନେଲ ଏନେଇ ଏକ ରିପୋର୍ଟ ପ୍ରଦାନ କରିବ ।
ମୃତକ ପରିବାର ଲୋକେ ପ୍ରଥମ ଥର ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟକୁ ନେଇ ସନ୍ଦେହ ପ୍ରକଟ କରିଥିଲେ । ପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ପରିବାର ଲୋକଙ୍କ ସନ୍ଦେହ ଦୂର କରିବା ପାଇଁ ଦ୍ବିତୀୟ ଥର ବ୍ୟବଚ୍ଛେଦ କରାଯାଇଛି ବୋଲି କହିଛନ୍ତି ଜିଲ୍ଲାପାଳ । ମୃତ ଚାଷୀଙ୍କୁ ହିଂସା ସମୟରେ ଗୁଳି କରି ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଥିଲେ ମୃତକଙ୍କ ପରିବାର । ଏନେଇ ମୃତକଙ୍କ ପରିବାର ଜଣେ ସଦସ୍ୟ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ଏବେ କୌଣସି ଦ୍ବନ୍ଦ ନାହିଁ । ଶବ ବ୍ୟବଚ୍ଛେଦ ପାଇଁ ଲକ୍ଷ୍ନୌରୁ ଏକ ଟିମ ଆସିଥିଲେ ।ତେବେ ରୀତିନୀତି ପରେ ଅନ୍ତିମ ସଂସ୍କାର କରାଯିବ।