ନୂଆଦିଲ୍ଲୀ:ଉତ୍ତରପ୍ରଦେଶର ବହୁଚର୍ଚ୍ଚିତ ଲକ୍ଷୀମପୁର ଖେରୀ ହିଂସାକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କ ଜାମିନ ପ୍ରଦାନକୁ ଚ୍ୟାଲେଞ୍ଜ କରି ହୋଇଥିବା ମାମଲାର ଶୁଣାଣି କରଛନ୍ତି ସର୍ବୋଚ୍ଚ କୋର୍ଟ । ଆଜି ଆଜି (ରବିବାର) ଶୁଣାଣି ଶେଷ ହୋଇଥିବାବେଳେ ରାୟ ସଂରକ୍ଷିତ ରଖାଯାଇଛି । ଘଟଣାର ମୁଖ୍ୟ ଅଭିଯୁକ୍ତ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରା ଟେନୀଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ଜାମିନ ମିଳିବା ବିରୋଧରେ ସର୍ବୋଚ୍ଚ କୋର୍ଟର ଦ୍ବାରସ୍ଥ ହୋଇଥିଲେ ମୃତକ ଚାଷୀଙ୍କ ପରିବାର । ତେବେ ଆଜି ମାମଲାର ଶୁଣାଣି ବେଳେ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନକୁ ଯଥାର୍ଥ ବୋଲି ଦର୍ଶାଇଛନ୍ତି ଉତ୍ତର ପ୍ରଦେଶ ସରକାର ।
ପ୍ରଧାନ ବିଚାରପତି ଏନ.ଭି ରମଣାଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ଏହି ମାମଲାରେ ଶୁଣାଣିି କରିଥିଲେ । ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ ମାମଲାରେ ହାଜର ହୋଇଥିଲେ ବରିଷ୍ଠ ଆଇନଜୀବୀ ମହେଶ ଜେଠମାଳୀନି । ସରାକାରୀ ଓକିଲ ଦର୍ଶାଇଥିଲେ ଯେ, ମାମଲା ଅତ୍ୟନ୍ତ ଗମ୍ଭୀର ତଥାପି ମୁଖ୍ୟ ଅଭିଯୁକ୍ତ ବାହାରକୁ ଆସିବା ପରେ ତଦନ୍ତ ପ୍ରଭାବିତ ହେବା ପରି କୌଣସି ଆଶଙ୍କା ନାହିଁ । ମୁଖ୍ୟ ଅଭିଯୁକ୍ତଙ୍କ ଫେରାର ହେବାର ମଧ୍ୟ କୌଣସି ଆଶଙ୍କା ନଥିବାରୁ ବେଲ ପ୍ରଦାନରେ କୌଣସି ଆପତ୍ତି ନାହିଁ ବୋଲି ସରକାରୀ ପକ୍ଷ ଖଣ୍ଡପୀଠଙ୍କୁ କହିଥିଲେ ।