ଓଡିଶା

odisha

ETV Bharat / bharat

ବୁଡି ଯାଉଥିବା ବୃଦ୍ଧାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ପହଞ୍ଚିଲେ ମହିଳା ପୋଲିସ ଅଧିକାରୀ - Lady sub inspector take elderly woman to hospital

ବିହାର ରୋହତାସରେ ଭାଇରାଲ ହେଉଛି ମହିଳା ପୋଲିସ ଅଧିକାରୀଙ୍କ ସାହାସ ଓ ମାନବିକତାର ଭିଡିଓ (Lady sub inspector help elderly woman )। ବୁଡି ଯାଉଥିବା ବୃଦ୍ଧାଙ୍କୁ ପାଣିରୁ ଉଦ୍ଧାର କରି ହସ୍ପିଟାଲରେ କଲେ ଭର୍ତ୍ତି । ଭିଡିଓ ଭାଇରାଲ ହେବା ପରେ ଛୁଟୁଛି ପ୍ରଶଂସାର ସୁଅ । ଅଧିକ ପଢନ୍ତୁ

ଭାଇରାଲ ହେଉଛି ମହିଳା ପୋଲିସ ଅଧିକାରୀଙ୍କ ଭିଡିଓ, ବୃଦ୍ଧାଙ୍କୁ କୋଳରେ ଧରି ପହଞ୍ଚିଲେ ହସ୍ପିଟାଲ
ଭାଇରାଲ ହେଉଛି ମହିଳା ପୋଲିସ ଅଧିକାରୀଙ୍କ ଭିଡିଓ, ବୃଦ୍ଧାଙ୍କୁ କୋଳରେ ଧରି ପହଞ୍ଚିଲେ ହସ୍ପିଟାଲ

By

Published : Oct 17, 2022, 4:47 PM IST

ପାଟନା: କର୍ତ୍ତବ୍ୟନିଷ୍ଠା ଏବଂ ସାଧୁତା ହେଉଛି ପୋଲିସ ବିଭାଗର ମୌଳିକ ମନ୍ତ୍ର । କିନ୍ତୁ ଲାଞ୍ଚ ଓ ଦୁର୍ନୀତିର ଛିଟା ସାଧାରଣ ଜନତାଙ୍କ ଦୃଷ୍ଟିରେ ପୋଲିସ ବିଭାଗ ପ୍ରତି ଏକ ଭିନ୍ନ ଘୃଣ୍ୟ ଛବି ତିଆରି କରିଛି । ଏହାରି ମଧ୍ୟରେ ବେଳେବେଳେ ପୋଲିସ ଅଧିକାରୀଙ୍କ ଏପରି କିଛି ମାନବୀୟ କାର୍ଯ୍ୟ ତାଙ୍କୁ ସମାଜରେ ପ୍ରଶଂସା ଦେବା ସହ ବିଭାଗକୁ ନେଇ ପ୍ରଶଂସିତ କରିଥାଏ । ସେପରି କିଛି ଉଦାହରଣ ଦେଖିବାକୁ ମିଳିଛି ବିହାର ରୋହତାସ ଜିଲ୍ଲାରେ । ବୁଡି ଯାଉଥିବା ଜଣେ ବୃଦ୍ଧାଙ୍କୁ ପାଣିରୁ ଉଦ୍ଧାର କରି ସିଧା ହସ୍ପିଟାଲରେ ପହଞ୍ଚିଥିଲେ ଜଣେ ମହିଳା ପୋଲିସ ଅଧିକାରୀ (Lady sub inspector reached PHC with elderly woman) । ଏହି ମହିଳା ଅଧିକାରୀଙ୍କ ଏପରି ସମ୍ବେଦନଶୀଳତା ଏବେ ସୋସିଆଲ ମିଡିଆରେ ଛାଇ ଯାଇଛି ।

ବୁଡି ଯାଉଥିବା ବୃଦ୍ଧାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ପହଞ୍ଚିଲେ ମହିଳା ପୋଲିସ ଅଧିକାରୀ: ଭାଇରାଲ ହେଉଛି ଭିଡିଓ

ବୁଡି ଯାଉଥିବା ବୃଦ୍ଧାଙ୍କୁ କଲେ ଉଦ୍ଧାର :-

ଉକ୍ତ ମହିଳା ପୋଲିସ ଅଧିକାରୀ ହେଉଛନ୍ତି ରେହତୋସର କାର୍ଯ୍ୟରତ ସବ ଇନ୍ସିପେକ୍ଟର ମାଧୁରୀ କୁମାରୀ (Lady sub inspector help elderly woman)। ରୋହତାସ ପୋଲିସ୍ ଷ୍ଟେସନ ଅଞ୍ଚଳର ସୋନ୍ ନଦୀରେ ଜଣେ ବୃଦ୍ଧା ବୁଡ଼ିଯାଉଥିବା ବେଳେ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ ମାଧୁରୀ । ବୃଦ୍ଧାଙ୍କୁ କୌଶଳକ୍ରମେ ଉଦ୍ଧାର କରିବା ସହ କାଳ ବିଳମ୍ଭ ନକରି ପୋଲିସ ଭ୍ୟାନରେ ନିକଟସ୍ଥ ହସ୍ପିଟାଲରେ ପହଞ୍ଚିଥିଲେ । ପୋଲିସ ଭ୍ୟାନରୁ ବୃଦ୍ଧାଙ୍କୁ ନିଜ ହାତରେ ଉଠାଇ ହସ୍ପିଟାଲ ଷ୍ଟ୍ରେଚରରେ ଶୁଆଇ ଦେଇଥିଲେ । ପରେ ବୃଦ୍ଧାଙ୍କ ଚିକିତ୍ସା ଆରମ୍ଭ ହୋଇଥିଲା । ଭିଡିଓ ଭାଇରାଲ ହେବା ପରେ ମହିଳା ପୋଲିସ ଅଧିକାରୀଙ୍କ ଏପରି ସାହାସ ଓ ମାନବିକତାକୁ ନେଇ ସବୁଠି ପ୍ରଶଂସା କରାଯାଉଛି ।

ପୂର୍ବରୁ ମଧ୍ୟ ହୋଇସାରିଛନ୍ତି ପୁରସ୍କୃତ:-

ସବ ଇନ୍ସପେକ୍ଟର ମାଧୁରୀ କୁମାରୀଙ୍କୁ କିଛି ଦିନ ପୂର୍ବରୁ ଦେହରୀ ପୋଲିସ ଷ୍ଟେସନରେ ଅବସ୍ଥାପିତ କରାଯାଇଥିଲା ଏବଂ ତାଙ୍କ ଭିନ୍ନ କାର୍ଯ୍ୟଶୈଳୀ ପାଇଁ ଗଣମାଧ୍ୟମରେ ଛାଇ ରହିବା ସହ ବେଶ ଲୋକପ୍ରିୟତା ମଧ୍ୟ ହାସଲ କରିଥିଲେ । କେବଳ ଏତିକି ନୁହେଁ ରୋହତାସ ପୋଲିସ ଅଧୀକ୍ଷକ ମଧ୍ୟ ତାଙ୍କୁ ସମ୍ମାନିତ କରିଥିଲେ । କିଛି ଦିନ ପରେ ରୋହତାସ ପୋଲିସ ଷ୍ଟେସନରେ ତାଙ୍କ ପୋଷ୍ଟିଂ କରାଯାଇଥିଲା । ଏଠାରେ ମଧ୍ୟ ସେ ନଦୀରେ ବୁଡ଼ି ଯାଉଥିବା ଜଣେ ବୃଦ୍ଧାଙ୍କୁ ପାଣିରୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରି ବେଶ୍ ଲୋକପ୍ରିୟତା ହାସଲ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details