ଲକ୍ଷ୍ନୌ:ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନକୁ ଆଉ ମାତ୍ର ହାତଗଣତି କେତେ ଦିନ ବାକି ରହିଥିବା ବେଳେ ରାଜ୍ୟରେ ସରଗରମ ରାଜନୈତିକ ସ୍ଥିତି ଲାଗି ରହିଛି । ଏହାରି ମଧ୍ୟରେ ରାଜ୍ୟର କିଛି ବିଜେପି ନେତାଙ୍କୁ ହତ୍ୟା ଧମକ ମଧ୍ୟ ମିଳିବାରେ ଲାଗିଛି । ଏହି କ୍ରମରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା କରିବା ପାଇଁ ଏକ ଟ୍ବିଟରେ ଧମକ ମିଳିଛି ।
ଟ୍ବିଟରରେ ଯୋଗୀଙ୍କୁ ହତ୍ୟା ଧମକ, ପୋଲିସର ତନାଘନା ଆରମ୍ଭ - ଉତ୍ତର ପ୍ରଦେଶ ଖବର
ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ଯନାଥଙ୍କୁ ଟ୍ବିଟରରେ ହତ୍ୟା ଧମକ । ଘଟଣାରେ ଜଣେ ମହିଳାଙ୍କ ସମ୍ପୃକ୍ତି ସନ୍ଦେହ । ଏତଲା ପଞ୍ଜୀକରଣ କରି ତଦନ୍ତ ଆରମ୍ଭ କଲା ପୋଲିସ । ଅଧିକ ପଢନ୍ତୁ
ଟ୍ବିଟରରେ ଯୋଗୀଙ୍କୁ ହତ୍ୟା ଧମକ, ପୋଲିସର ତଦନ୍ତ ଆରମ୍ଭ
ତେବେ ଘଟଣା ସମ୍ପର୍କରେ ସୂଚନା ପ୍ରଘଟ ହେବା ମାତ୍ରେ ଆକ୍ସନ ମୋଡକୁ ଆସିଛି ଉତ୍ତର ପ୍ରଦେଶ ପୋଲିସ । ସ୍ଥାନୀୟ ହାପୁର ପୋଲିସ (Hapur Police) ମାମଲାରେ ଏକ ଏତଲା ପଞ୍ଜୀକରଣ କରିବା ସହ ତଦନ୍ତ ଆରମ୍ଭ କରିଛି । ଧମକ ଆସିଥିବା ଟ୍ବିଟର ଆକାଉଣ୍ଟରେ ଲେଡିଡନ ନାମରେ ଜଣେ ବ୍ୟବହାରକାରୀ ରହିଥିବା ବେଳେ ଏହି ଧମକପୂର୍ଣ୍ଣ ଟ୍ବିଟ ପଛରେ ଜଣେ ମହିଳା ମାଷ୍ଟରମାଇଣ୍ଡ ଥିବା ନେଇ ପ୍ରାଥମିକ ଭାବେ ଅନୁମାନ କରୁଛି ପୋଲିସ । ସାଇବର ସେଲ ସହାୟତାରେ ଟ୍ବିଟର ଯାଞ୍ଚ ଜାରି ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ