ରାଞ୍ଚି: ସରକାରୀ ଚାକିରି ଆରମ୍ଭରୁ ଲାଞ୍ଚ ନେଉଥିଲେ ଅଧିକାରୀ । ହେଲେ ଦୁର୍ଭାଗ୍ୟ, ଧରାପଡ଼ିଗଲେ । ଝାଡ଼ଖଣ୍ଡ କୋଡେରମାରେ ଯେଉଁ ଅଧିକାରୀଙ୍କୁ ଆଣ୍ଟି କରପ୍ସନ୍ ବ୍ୟୁରୋ ଲାଞ୍ଚ ନେବା ବେଳେ ଧରିଛି, ସେହି ଅଧିକାରୀ ନୂଆ ନୂଆ ଚାକିରି କରିଛନ୍ତି । ଆଉ ତାହା ପୁଣି ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର ପଦବୀରେ । ଉଚ୍ଚଶିକ୍ଷା ଲାଭ କରିବା ପରେ ସେ ସିଧା ସଳଖ ଏହି ପଦବୀରେ ବସିଛନ୍ତି । ତେବେ ଚାକିରି ହେବା ପରେ ଏହା ତାଙ୍କର ପ୍ରଥମ ପୋଷ୍ଟିଂ ଥିଲା । ଆଉ ଚାକିରି କରିବାର ମାତ୍ର ୮ ମାସ ଭିତରେ ସେ ଲାଞ୍ଚ ନେଇ ଧରାପଡ଼ିଛନ୍ତି । ତେବେ ଏହି ସମୟର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି ।
ଧରା ପଡ଼ିଥିବା ଏହି ଅଧିକାରୀ ଜଣକ ହେଉଛନ୍ତି ଜଣେ ମିତାଲି ଶର୍ମା । ଝାଡ଼ଖଣ୍ଡ କୋଡେରମାରେ ଗତ ୮ ମାସ ହେବ ତାଙ୍କର ନୂଆକରି ପୋଷ୍ଟିଂ ହୋଇଥିଲା । ତାଙ୍କୁ ଜୁଲାଇ ୭ ତାରିଖ ଦିନ ହଜାରିବାଗ ଆଣ୍ଟି କରପ୍ସନ୍ ବ୍ୟୁରୋ ଲାଞ୍ଚ ନେଉଥିବା ବେଳେ ରେଡ୍-ହ୍ୟାଣ୍ଡ ଗିରଫ କରିଛି । ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଛନ୍ତି ଏହି ଅଧିକାରୀ । ଏହି ସମୟର ଭିଡିଓ ଭାଇରାଲ ହେବା ପରେ ଅନେକ ତାଙ୍କର ଏଭଳି କାର୍ଯ୍ୟକୁ ନିନ୍ଦା କରିଛନ୍ତି ।