ଓଡିଶା

odisha

ETV Bharat / bharat

ଇଞ୍ଜିନିୟର କୁନାଲଙ୍କ କମାଲ, ଗୋଟିଏ ଭଏସରେ ଆପେଆପେ ଚାଲିବ ଟିଭି ଓ ଫ୍ୟାନ - ଗୋଟିଏ ସ୍ବରରେ ଅଟୋମେଟିକ ଚାଲିବ ଟିଭି

ଝାଡ଼ଖଣ୍ଡ ଝୁମରି ତେଲୈୟା ନିବାସୀ ଇଞ୍ଜିନିୟର କୁନାଲଙ୍କ କରିସ୍ମା । ହୋମ ଅଟୋମେସନ ସିଷ୍ଟମର ଉଦ୍ଭାବନ କରି ଚର୍ଚ୍ଚାରେ । ବିନା ଇଣ୍ଟରନେଟରେ ଚାଲିବ ବୈଦ୍ୟୁତିକ ଉପକରଣ । ଅଧିକ ପଢ଼ନ୍ତୁ

kunal ambasht of koderma invented complete home automation system in jharkhand
ଇଞ୍ଜିନିୟର କୁନାଲଙ୍କ କରିସ୍ମା, ଗୋଟିଏ ସ୍ବରରେ ଅଟୋମେଟିକ ଚାଲିବ ଟିଭି, ଫ୍ୟାନ

By

Published : Sep 16, 2022, 4:55 PM IST

ରାଞ୍ଚି: ବିନା ଇଣ୍ଟରନେଟରେ ଚାଲିବ ବୈଦ୍ୟୁତିକ ଉପକରଣ । ଝାଡ଼ଖଣ୍ଡର ଝୁମରି ତେଲୈୟା ନିବାସୀ ଜଣେ ଇଞ୍ଜିନିୟର ହୋମ ଅଟୋମେସନ ସିଷ୍ଟମର (Home Automation System) ଉଦ୍ଭାବନ କରିଛନ୍ତି (Invention of Complete Home Automation System) । ଯେଉଁଠି ସ୍ବର (ଭଏସ) ଦ୍ବାରା ବିଦ୍ୟୁତ ଉପକରଣ ପରିଚାଳିତ ହୋଇପାରିବ।

2017ରେ ଏକ ସଡ଼କ ଦୁର୍ଘଟଣାରେ କୁନାଲଙ୍କ ପିତା ଆହତ ହୋଇ ଶାରିରୀକ ରୂପେ ଅସହାୟ ହୋଇପଡ଼ିଥିଲେ। ତାଙ୍କର ଛୋଟ ଆବଶ୍ୟକତା ପୂରଣ କରିବାକୁ ସାହାଯ୍ୟ ନେବାକୁ ପଡୁଥିଲା। ଏହାପରେ ସେ ତାଙ୍କର ଛୋଟ ଛୋଟ ଆବଶ୍ୟକତାକୁ ପୂରଣ କରିବା ପାଇଁ ଗୃହ ବ୍ୟବହୃତ ଅଟୋମେସନ ସଲ୍ୟୁସନ (Automation Solutions) ନାମକ ଏକ ଡିଭାଇସ ତିଆରି କରିଥିଲେ। କୋବଳ ଗୋଟିଏ ସ୍ବରରେ ଘରର ସମସ୍ତ ବିଦ୍ୟୁତ ଉପକରଣକୁ ନିୟନ୍ତ୍ରଣ କରାଯାଇପାରିବ। କୁନାଲଙ୍କ ଏହି ପ୍ରୟାସ ପରେ ବାପାଙ୍କ ସମସ୍ୟା ଅଳ୍ପକେ ହ୍ରାୟ ହୋଇଛି। ସେ ବିଛଣାରେ ଶୋଇ ମଧ୍ୟ ଗୋଟିଏ ସ୍ବରରେ ଅଟୋ ମେସନ ସଲ୍ୟୁସନ ମାଧ୍ୟମରେ ଟିଭି, ଫ୍ୟାନ ଏବଂ ଲାଇଟକୁ ଚଳାଇ ପାରୁଛନ୍ତି।

ଏହା ମଧ୍ୟ ପଢ଼ନ୍ତୁ:ଜରିମାନା ଗଣିବ Dominos, ଜାଣନ୍ତୁ କାହିଁକି

କୁନାଲଙ୍କ ଦ୍ବାରା ବିକଶିତ ଅଟୋ ମେସନ ସଲ୍ୟୁସନକୁ ଗତ ବର୍ଷ IGNOU ଦ୍ବାରା ଷ୍ଟୁଡେଣ୍ଟ ଇନୋଭେଟର ପୁରସ୍କାର ପ୍ରଦାନ କରାଯାଇଥିଲା। ଏହାପରେ ନିତି ଆୟୋଗ (NITI Ayog) ଦ୍ବାରା ପରିଚାଳିତ କମ୍ୟୁନିଟି ଇନୋଭେଟର ଫେଲୋସିପ ଚୟନ କରାଯାଇଥିଲା। ଏହି ଡିଭାଇସ ଆଧାରରେ ସେ ଆଇଆଇଟି ସହ କାମ କରୁଛନ୍ତି ଏବଂ ଏହାକୁ ଖୁବଶୀଘ୍ର ବଜାରରେ ଉପଲବ୍ଧ କରିବା ପାଇଁ କାର୍ଯ୍ୟ ଜାରି ରହିଛି।

ନିକଟରେ କୁନାଲ ଓ ତାଙ୍କ ଦଳ ଏହି ଡିଭାଇସ ପାଇଁ କେନ୍ଦ୍ର ସରକାରଙ୍କ ଫ୍ଲାଗସିପ କାର୍ଯ୍ୟକ୍ରମ ସ୍ମାର୍ଟ ଇଣ୍ଡିଆ ହେକଥନରେ ପ୍ରଥମ ପୁରସ୍କାର ଅଧିକାର କରିଥିଲେ। ଏହି ଉପକରଣ ବର୍ତ୍ତମାନ ବଜାରରେ ଲଞ୍ଚ ହେବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଆଇଆଇଟି ଡନବାଦରେ ଏହି ଡିଭାଇସଟି ବଡ଼ ଆକାରରେ ପ୍ରସ୍ତୁତ ହେଉଛି। ଏହା ବ୍ୟତୀତ କୁନାଲଙ୍କ ଦ୍ବାରା ନିର୍ମିତ ଡିଭାଇସଟି ବିନା ଇଣ୍ଟରନେଟରେ ଚାଲିପାରେ । ଏହା ସଂସ୍ଥାପିତ ହେବାପରେ ଇଲେକ୍ଟ୍ରୋନିକ ଉପକରଣକୁ ନିୟନ୍ତ୍ରଣ କରିବା ପାଇଁ କୌଣସି ଟଙ୍କା ଖର୍ଚ୍ଚ କରିବାକୁ ପଡେନାହିଁ । ଚଳିତ ଇଞ୍ଜିନିୟର୍ସ ଦିବସରେ (world Engineer Day) କୁନାଲ ଏହାକୁ ପ୍ରଦର୍ଶିତ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details