ଡେରାଡୁନ: ହରିଦ୍ୱାରର କୁମ୍ଭମେଳା ପାଇଁ ଉତ୍ତରପ୍ରଦେଶ ସରକାର SOP ଜାରି କରିଛନ୍ତି । ଯେଉଁଥିରେ ସେଠାକୁ ଆସୁଥିବା ଭକ୍ତମାନଙ୍କୁ 72 ଘଣ୍ଟା ପୂର୍ବରୁ RTPCR ପରୀକ୍ଷା କରି କୋଭିଡ ନେଗେଟିଭ ରିପୋର୍ଟ ଦେବାକୁ କୁହାଯାଇଛି । ଏସଓପି ନିୟମ ଉଲ୍ଲଙ୍ଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସତର୍କ କରାଯାଇଛି ।
ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁସାରେ ଭକ୍ତମାନଙ୍କ ପାଇଁ ଏସଓପି ବାଧ୍ୟତାମୂଳକ କରାଯାଇଛି । ଭକ୍ତମାନଙ୍କ ପାଇଁ ମେଡିକାଲ ଫିଟନେସ୍ ସାର୍ଟିଫିକେଟ୍ ଏବଂ କୁମ୍ଭ ମେଳା ୱେବ୍ ପୋର୍ଟାଲରେ ପଞ୍ଜୀକରଣ କରିବା ପରେ ସେମାନଙ୍କୁ ଦିଆଯାଇଥିବା ଏକ ଇ-ପାସ୍ କିମ୍ବା ଇ-ପରମିଟ ଆଣିବା ବାଧ୍ୟତାମୂଳକ କରାଯାଇଛି ବୋଲି ମୁଖ୍ୟ ସଚିବ ଓମ ପ୍ରକାଶ କହିଛନ୍ତି ।
କୁମ୍ଭ ମେଳା ଏପ୍ରିଲ 1ରୁ ଆରମ୍ଭ ହେବାର ସମ୍ଭାବନା ଥିବାରୁ ଏହା 28 ଦିନ ବ୍ୟାପି ଚାଲିବ । COVID-19 ମହାମାରୀର ପ୍ରସାରକୁ ରୋକିବା ପାଇଁ କୁମ୍ଭର ଅବଧି କମ୍ କରାଯାଇଛି । ପ୍ରକାଶ କହିଛନ୍ତି ଯେ ଭକ୍ତମାନେ ସେମାନଙ୍କର ପରୀକ୍ଷା ରିପୋର୍ଟ, ଫିଟନେସ୍ ସାର୍ଟିଫିକେଟ୍ ଏବଂ ଇ-ପାସ୍ ମୋବାଇଲ୍ ଫୋନରେ କିମ୍ବା ଆବଶ୍ୟକ ସମୟରେ ଯାଞ୍ଚ ପାଇଁ ହାର୍ଡ କପିରେ ନେଇପାରନ୍ତି । ସମସ୍ତ ରାଜ୍ୟ ସରକାରଙ୍କୁ SOPକୁ ବ୍ୟାପକ ଭାବରେ ପ୍ରଚାର କରିବାକୁ ଅନୁରୋଧ କରାଯାଇଛି ଯାହା ଦ୍ୱାରା ଭକ୍ତଙ୍କ ମଧ୍ୟରେ କୌଣସି ଦ୍ୱନ୍ଦ୍ୱ ନହୁଏ ବୋଲି ସେ କହିଛନ୍ତି ।