ଓଡିଶା

odisha

ETV Bharat / bharat

'କୁମ୍ଭମେଳାରେ ହେବନି କୋରୋନା, ମରକଜ ସହ କରନି ତୁଳନା’ - ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ

ବିବାଦୟୀ ମନ୍ତବ୍ୟ ଦେଇ ଚର୍ଚ୍ଚାର ରହୁଥିବା ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତିରଥ ସିଂ ରାୱତ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ଚାରିଆଡେ କୋରୋନା କଟକଣା ଚାଲିଥିବାବେଳେ ବିଭିନ୍ନ ରାଜ୍ୟର ସ୍ଥିତି ସଙ୍ଗୀନ ହୋଇଛି । ଏହି ସମୟରେ ହିରଦ୍ବାରରେ ଚାଲିଥିବା ଶାହି କୁମ୍ଭ ଓ ମରକଜ ମଧ୍ୟରେ କୌଣସି ତୁଳନା କରାଯିବା ଉଚିତ ନୁହିଁ ବୋଲି ବୟାନ ଦେଇଛନ୍ତି । ଅଧିକ ପଢନ୍ତୁ...

Kumbh and Markaz shouldn't be compared: Tirath
'କୁମ୍ଭ ଓ ମରକଜ ମଧ୍ୟରେ କୌଣସି ତୁଳନା କରାଯିବା ଅନୁଚିତ'

By

Published : Apr 14, 2021, 11:37 AM IST

ଡେରାଡୁନ: ପୁଣି ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ । ସବୁବେଳେ ବିବାଦୟୀ ମନ୍ତବ୍ୟ ଦେଇ ଚର୍ଚ୍ଚାର ରହୁଥିବା ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତିରଥ ସିଂ ରାୱତ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି । କେତେବେଳେ ଝିଅ ମାନଙ୍କ ଜିନ୍ସ ପିନ୍ଧିବାକୁ ନେଇ ପ୍ରତିକ୍ରିୟା ଦେଇ ଚର୍ଚ୍ଚାକୁ ଆସିଥିଲେ । ବର୍ତ୍ତମାନ ସେ ହରିଦ୍ବାରରେ ଚାଲିଥିବା ଶାହି କୁମ୍ଭ ଓ ମରକଜ ମଧ୍ୟରେ କୌଣସି ତୁଳନା କରାଯିବା ଆବଶ୍ୟକ ନାହିଁ ବୋଲି ବୟାନ ଦେଇଛନ୍ତି ।

କୋରୋନା ଭାଇରସର ଦ୍ବିତୀୟ ଲହରୀ ଚାଲିଥିବାବେଳେ ଦେଶର ବିଭିନ୍ନ ରାଜ୍ୟରେ ପରିସ୍ଥିତି ସଙ୍ଗୀନ ହେବାର ଲାଗିିଛି । କିଛି ରାଜ୍ୟରେ ଲକଡାଉନ ଓ ଧାରା 144 ମଧ୍ୟ ଲାଗୁକରାଯାଇଛି । ଏଭଳି ସ୍ଥିତିରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତିରଥ ସିଂ ରାୱତଙ୍କୁ ମନ୍ତବ୍ୟ ଅଧିକ ବିବାଦୀୟ କରୁଛି । ସେ ହରିଦ୍ବାରର କୁମ୍ଭ ଓ ମରକଜକୁ ନେଇ ବୟାନ ଦେଇଛନ୍ତି । ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ ପଚରାଯାଇଥିଲା । ବର୍ତ୍ତମାନ ହରିଦ୍ବାର କୁମ୍ଭରେ ଯେଭଳି ଭାବରେ ଗହଳି ରହୁଛି ଯାହା ଦ୍ବିତୀୟ ପର୍ଯ୍ୟାୟ କୋରୋନା ପାଇଁ କାରଣ ସୃଷ୍ଟି କରିପାରିବ । ସେ ଏହି ପ୍ରଶ୍ନର ଉତରେ କହିଛନ୍ତି ହରିଦ୍ବାରର କୁମ୍ଭ ଓ ମରକଜ ମଧ୍ୟରେ ତୁଳନା କରାଯାଇପାରିବ ନାହିଁ । କାରଣ ମରକଜରେ କିଛି ନିର୍ଦ୍ଦିଷ୍ଟ ପରିସର ମଧ୍ୟରେ କରାଯାଏ । ସେଠାରେ ଲୋକମାନ ଅତି ପାଖରେ ବସିଥାନ୍ତି ବୋଲି କହିଛନ୍ତି । ସେପଟେ କୁମ୍ଭରେ କିନ୍ତୁ ଖୋଲା ଜାଗାରେ ପାଳନ କରାଯାଉଛି ଲୋକଙ୍କ ମଧ୍ୟରେ ଦୂରତା ରହୁଛି ବୋଲି ତିରଥ ସିଂ କହିଛନ୍ତି ।

କୁମ୍ଭମେଳାରେ କୌଣସି ବାହାର ଲୋକ ଆସୁ ନାହାନ୍ତି ଏଠାରେ ନିଜ ରାଜ୍ୟର ଲୋକ ଆସୁଛନ୍ତି । ମରକଜ ଆୟୋଜନ ନେଇ କୌଣସି ସଚେତନତା କରାଯାଉନାହିଁ । କୋରୋନାର କୌଣସି ଗାଇଡ ଲାଇନ ପାଳନ କରାଯାଉନାହିଁ ଏବଂ ଏହା କେତେ ଦିନ ପର୍ଯ୍ୟନ୍ତ ଚାଲିବ କାହାକୁ ମଧ୍ୟ ଜଣାନଥାଏ ବୋଲି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ କହିଛନ୍ତି । ହରିଦ୍ବାରରେ କୁମ୍ଭ 12 ବର୍ଷକୁ ଥରେ ଆସିଥାଏ ଏବଂ ଏହା କୋଟି କୋଟି ଲୋକଙ୍କର ବିଶ୍ବାସ ଓ ଭାବନା ରହିଛି । ଏଠାରେ ଆମେ କୋରୋନା କୋଟକଣାକୁ ପାଳନ କରି କୁମ୍ଭ ଆୟୋଜନ କରୁଛୁ ବୋଲି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ କହିଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details