ଓଡିଶା

odisha

ETV Bharat / bharat

ଏପ୍ରିଲ ପହିଲାରୁ କୁମ୍ଭମେଳା ଆରମ୍ଭ, 30 ଦିନ ଧରି ଚାଲିବ ମେଳା - ପହିଲା ଏପ୍ରିଲରୁ କୁମ୍ଭମେଳା ଆରମ୍ଭ

ଚଳିତ ବର୍ଷ ଉତ୍ତରାଖଣ୍ଡ ସରକାର କୁମ୍ଭମେଳାକୁ ସୀମିତ ଦିନ ପାଇଁ କରାଯିବ ବୋଲି ନିଷ୍ପତ୍ତି ନେଇଛନ୍ତି । କୁମ୍ଭମେଳା 30 ଦିନ ପାଇଁ ଅନୁଷ୍ଠିତ ହେବ ବୋଲି ମୁଖ୍ୟ ଶାସନ ସଚିବ ଓମ ପ୍ରକାଶ ଗୁରୁବାର ଦିନ କହିଛନ୍ତି । ଏପ୍ରିଲ 1 ରୁ 30 ଯାଏଁ ଅନୁଷ୍ଠିତ ହେବ ଏହି ମେଳା । ଅଧିକ ପଢନ୍ତୁ...

ପହିଲା ଏପ୍ରିଲରୁ କୁମ୍ଭମେଳା ଆରମ୍ଭ, 30 ଦିନ ଧରି ଲାଗି ରହିବ ମେଳା
ପହିଲା ଏପ୍ରିଲରୁ କୁମ୍ଭମେଳା ଆରମ୍ଭ, 30 ଦିନ ଧରି ଲାଗି ରହିବ ମେଳା

By

Published : Feb 18, 2021, 11:51 AM IST

ଡେରାଡୁନ:ଦେଶରେ ଜାରି ରହିଥିବା କୋରୋନା ଭାଇରସ୍ ମହାମାରୀ ହେତୁ ଉତ୍ତରାଖଣ୍ଡ ସରକାର ଚଳିତ ବର୍ଷ କୁମ୍ଭମେଳାକୁ ସୀମିତ ଦିନ ପାଇଁ କରାଯିବ ବୋଲି ନିଷ୍ପତ୍ତି ନେଇଛନ୍ତି । କୁମ୍ଭମେଳା 30 ଦିନ ପାଇଁ ଅନୁଷ୍ଠିତ ହେବ ବୋଲି ମୁଖ୍ୟ ଶାସନ ସଚିବ ଓମ ପ୍ରକାଶ ଗୁରୁବାର ଦିନ କହିଛନ୍ତି ।

ମାର୍ଚ୍ଚ ଶେଷ ସୁଦ୍ଧା ସରକାର ଏହି ବିଜ୍ଞପ୍ତି ଜାରି କରିବେ ବୋଲି ଦର୍ଶାଇଥିବା ବେଳେ ଏଥର କୁମ୍ଭ ଏପ୍ରିଲ 1 ରୁ 30 ଯାଏଁ ଅନୁଷ୍ଠିତ ହେବ । କୋଭିଡ ସଂକ୍ରମଣକୁ ରୋକିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି । ଏହି ଭାଇରସ ଯୋଗୁଁ ଏହି ସ୍ଥାନଟି କୋରକୋନାର ହଟସ୍ପଟ ସ୍ଥାନ ନ ହେବାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କୁମ୍ଭ ର ଅବଧି ହ୍ରାସ କରିବାକୁ ଗୁରୁତ୍ୱ ଦେଇଛନ୍ତି । ଏହାପୂର୍ବରୁ ହରିଦ୍ୱାର ଜିଲ୍ଲା ମାଜିଷ୍ଟ୍ରେଟ୍ ସି ରବିଶଙ୍କର କହିଥିଲେ ଯେ କୁମ୍ଭରେ ଯୋଗଦେବା ପାଇଁ ତୀର୍ଥଯାତ୍ରୀଙ୍କୁ ପାସ୍ ଆବଶ୍ୟକ ହେବ ।

ପହିଲା ଏପ୍ରିଲରୁ କୁମ୍ଭମେଳା ଆରମ୍ଭ, 30 ଦିନ ଧରି ଲାଗି ରହିବ ମେଳା

ରବିଶଙ୍କର କହିଛନ୍ତି, ‘ତୀର୍ଥଯାତ୍ରୀମାନେ କୁମ୍ଭ ପାଇଁ ପାସ୍ ଆଣିବା ଆବଶ୍ୟକ, ଏକ କୋରୋନାର ନେଗେଟିଭ RT-PCR ପରୀକ୍ଷା ରିପୋର୍ଟ, ଡାକ୍ତରୀ ପ୍ରମାଣପତ୍ର ଏବଂ ପରିଚୟ ପ୍ରମାଣ ଦାଖଲ ପରେ ହିଁ ପାସ୍ ପ୍ରଦାନ କରାଯିବ । ପାସ୍ ନଥିବା ବ୍ୟକ୍ତିଙ୍କୁ କୁମ୍ଭକୁ ପ୍ରବେଶ ଅନୁମତି ଦିଆଯିବ ନାହିଁ ।

ଏଥିସହ ସେ କହିଛନ୍ତି ଯେ ସୁରକ୍ଷା ଦୃଷ୍ଟିରୁ କାର୍ଯ୍ୟରତରେ ଥିବା କର୍ମଚାରୀଙ୍କ ପାଇଁ ଜିଲ୍ଲା ପ୍ରଶାସନ 70,000 ଡୋଜ କୋଭିଡ ଟୀକା ମାଗିଛି । ଭିଡ଼ ଉପରେ ନଜର ରଖିବା ପାଇଁ କୁମ୍ଭ ପ୍ରଶାସନ ଗଙ୍ଗା ଘାଟରେ କ୍ୟାମେରା ମଧ୍ୟ ସ୍ଥାପନ କରିଛି । ହରିଦ୍ୱାର-ରାଉରକେଲା ବିକାଶ ପ୍ରାଧିକରଣ ଦ୍ୱାରା ପରିଚାଳିତ ‘ପେଣ୍ଟ ମାଇଁ ସିଟି’ ଅଭିଯାନ ଅଧୀନରେ ଭକ୍ତ ତଥା ପର୍ଯ୍ୟଟକମାନଙ୍କୁ ମହା କୁମ୍ଭ ମେଳାରେ ଏହାର ମହତ୍ତ୍ୱ ବିଷୟରେ ଅବଗତ କରାଇବା ପାଇଁ ହରିଦ୍ୱାର ପୁରାଣ-ଥିମ୍ ରଙ୍ଗୀନ କାନ୍ଥ ଗ୍ରାଫିଟିର ଏକ ହବରେ ପରିଣତ ହୋଇଛି ।

କୁମ୍ଭକୁ ରଙ୍ଗର ପର୍ବ ବୋଲି ବର୍ଣ୍ଣନା କରି ମେଲା ଡେପ୍ୟୁଟି ଅଫିସର ହରବୀର ସିଂ କହିଛନ୍ତି ଯେ ହରିଦ୍ୱାରରେ ଉପଲବ୍ଧ କାନ୍ଥ, ବ୍ରିଜ୍, ସରକାରୀ କୋଠା ଏବଂ ଅନ୍ୟାନ୍ୟ ସ୍ଥାନଗୁଡିକରେ ହିନ୍ଦୁ ପୁରାଣ ଏବଂ ଉତ୍ତରପ୍ରଦେଶ ସଂସ୍କୃତିର ଚିତ୍ରଣ କରାଯାଇଥିବା ଗ୍ରାଫିଟି ସ୍ଥାପନ କରାଯାଇଛି । ଭାରତରେ ଚାରୋଟି ନଦୀକୂଳ ଯାହାର ତୀର୍ଥସ୍ଥାନର ସଂଯୋଗ ଏକାଠି ହୁଏ ଆଉ ଏହି ପବିତ୍ରସ୍ଥାନରେ ମହାକୁମ୍ଭ ପାଳନ କରାଯାଏ । ଏପ୍ରିଲର ଶେଷ ସପ୍ତାହରେ ଏହି ମେଳା ଶେଷ ହେବ ।

@ANI

ABOUT THE AUTHOR

...view details