ଓଡିଶା

odisha

ETV Bharat / bharat

ମହାକୁମ୍ଭର 3ୟ ଶାହି ସ୍ନାନ ଆରମ୍ଭ, ହରିଦ୍ବାରର 'ହର କି ପୌରୀ'ରେ ବୁଡ ପକାଇଲେ ଶ୍ରଦ୍ଧାଳୁ - ଶ୍ରଦ୍ଧାଳୁ

ଆଜି(ବୁଧବାର) କୁମ୍ଭମେଳାର ତୃତୀୟ ଶାହି ସ୍ନାନ'ରେ ଏକାଠି ହୋଇଛନ୍ତି ହଜାର ହଜାର ଶ୍ରଦ୍ଧାଳୁ । ଉତ୍ତରାଖଣ୍ଡର ହରିଦ୍ବାରର ପବିତ୍ର 'ହର କି ପୌରୀ' ଘାଟରେ ବୁଡ ପକାଇଛନ୍ତି ଶ୍ରଦ୍ଧାଳୁ ଓ ସାଧୁସନ୍ଥ । ଅଧିକ ପଢନ୍ତୁ...

ମହାକୁମ୍ଭର 3ୟ 'ସାହି ସ୍ନାନ' ଆରମ୍ଭ
ମହାକୁମ୍ଭର 3ୟ 'ସାହି ସ୍ନାନ' ଆରମ୍ଭ

By

Published : Apr 14, 2021, 1:03 PM IST

ହରିଦ୍ବାର: ସାରା ଦେଶରେ କୋରୋନା ସଂକ୍ରମଣ ସାଙ୍ଘାତିକ ସ୍ଥିତି ଆଡକୁ ଗତି କରିଛି । ଏବେ 2 ଲକ୍ଷ ମୁହାଁ ହେଲାଣି କୋରୋନା ସଂକ୍ରମିତଙ୍କ ସଂଖ୍ୟା । ଆଉ ଏହାରି ଭିତରେ ଆଜି(ବୁଧବାର) କୁମ୍ଭମେଳାର ତୃତୀୟ ଶାହି ସ୍ନାନ'ରେ ଏକାଠି ହୋଇଛନ୍ତି ହଜାର ହଜାର ଶ୍ରଦ୍ଧାଳୁ । ଉତ୍ତରାଖଣ୍ଡର ହରିଦ୍ବାରର ପବିତ୍ର 'ହର କି ପୌରୀ' ଘାଟରେ ବୁଡ ପକାଇଛନ୍ତି ଶ୍ରଦ୍ଧାଳୁ ଓ ସାଧୁସନ୍ଥ ।

ପ୍ରଥମ ସ୍ନାନ ମାର୍ଚ୍ଚ 11 ରେ ମହାଶିବରାତ୍ରୀ ଅବସରରେ ଅନୁଷ୍ଠିତ ହୋଇଥିବାବେଳେ ଦ୍ବତୀୟ ସ୍ନାନ ଏପ୍ରିଲ 12 ରେ ହୋଇଥିଲା। ପ୍ରମୁଖ କାର୍ଯ୍ୟସୂଚୀ ଅନୁଯାୟୀ, ଚଳିତବର୍ଷ ହରିଦ୍ବାରରେ 4 ଟି 'ଶାହି ସ୍ନାନ' ଏବଂ 9ଟି 'ଗଙ୍ଗା ସ୍ନାନ' ଅନୁଷ୍ଠିତ ହେବ।କୋରୋନା ମହାମାରୀ ଯୋଗୁଁ ଚଳିତବର୍ଷ ଏହି ପର୍ବକୁ 30 ଦିନ ମଧ୍ୟରେ ସୀମିତ ରଖିବା ପାଇଁ 'ସ୍ନେନ୍ସ' କୁମ୍ଭ ମେଳା ଏହାର ଏକ ଅଂଶ ହୋଇଥିବାବେଳେ ଏହାକୁ ଏପ୍ରିଲ 1 ରୁ 30 ମଧ୍ୟରେ ଅନୁଷ୍ଠିତ ହେବ ବୋଲି କୁହାଯାଉଛି।

ତେବେ କୁମ୍ଭମେଳା ପର୍ଯ୍ୟାୟକ୍ରମେ ଭାରତର 4ଟି ଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ସମୟରେ ଆୟୋଜିତ ହୋଇଥାଏ । ସେଗୁଡିକ ହେଲା ନାଶିକ, ହରିଦ୍ବାର, ପ୍ରୟାଗରାଜ ଏବଂ ଉଜୈନରେ ଅନୁଷ୍ଠିତ ହୋଇଥାଏ । ସାଧାରଣତଃ ପରିସ୍ଥିତିରେ, କୁମ୍ଭମେଳା ପ୍ରାୟ 4ମାସ ଧରି ହେଉଥିବାବେଳେ କୋଭିଡ ମହାମାରୀ ଯୋଗୁଁ ଚଳିତବର୍ଷ ଏକ ମଣ୍ଡଳୀର ଏହାର ଅବଧିକୁ ଏକ ମାସକୁ ହ୍ରାସ କରାଯାଇଛି ।

ଅନ୍ୟପଟେ କୁମ୍ଭମେଳା ଦ୍ବିତୀୟ ଶାହି ସ୍ନାନରେ କୋରୋନା ବିସ୍ଫୋରଣ ହୋଇଛି । ଯେଉଁଥିରେ 2 ହଜାରରୁ ଅଧିକ ପଜେଟିଭ ଚିହ୍ନଟ ହେବାରୁ ମେଳାରେ କୋଭିଡ କଟକଣାକୁ ଆହୁରି କଡାକଡି କରାଯାଇଛି । ଉତ୍ତରାଖଣ୍ଡ ସ୍ବାସ୍ଥ୍ୟ ବିଭାଗ ଅନୁଯାୟୀ, ରାଜ୍ୟରେ 9,353 ସକ୍ରିୟ କୋଭିଡ ମାମଲା ରହିଛି। ଗତ 24 ଘଣ୍ଟା ମଧ୍ୟରେ 1,925 ନୂଆ କୋରୋନା ମାମଲା ଆସିଛି, ଯାହା ମୋଟ ସଂକ୍ରମଣର ମାମଲା 1,12,071 କୁ ବୃଦ୍ଧି ପାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details