ଓଡିଶା

odisha

By

Published : Nov 17, 2021, 7:57 PM IST

ETV Bharat / bharat

କୁଳଭୂଷଣଙ୍କୁ ମିଳିବ ନ୍ୟାୟିକ ଆବେଦନ ଅଧିକାର, ସଂସଦରେ ବିଲ ଆଣିଲେ ପାକିସ୍ତାନ ସରକାର

କୁଳଭୂଷଣଙ୍କୁ ମିଳିବ ନ୍ୟାୟିକ ଆବେଦନର ଅଧିକାର । ସଂସଦରେ ବିରୋଧୀଙ୍କ ବିରୋଧ ସତ୍ତ୍ବେ ବିଲ ଆଣିଲେ ପାକିସ୍ତାନ ସରକାର । ଆଇନଗତ ପକ୍ଷ ରଖିବା ପାଇଁ ସୁଯୋଗ ଦେବାକୁ ନିର୍ଦ୍ଦେଶ ଦେଇଥିଲେ International Court of Justice । ଅଧିକ ପଢନ୍ତୁ

କୁଳଭୂଷଣଙ୍କୁ ମିଳିବ ନ୍ୟାୟିକ ଆବେଦନ ଅଧିକାର, ସଂସଦରେ ବିଲ ଆଣିଲେ ପାକିସ୍ତାନ ସରକାର
କୁଳଭୂଷଣଙ୍କୁ ମିଳିବ ନ୍ୟାୟିକ ଆବେଦନ ଅଧିକାର, ସଂସଦରେ ବିଲ ଆଣିଲେ ପାକିସ୍ତାନ ସରକାର

ନୂଆଦିଲ୍ଲୀ: ପାକିସ୍ତାନରେ ଗିରଫ ହୋଇ ବନ୍ଦୀ ଥିବା ଭାରତୀୟ ନାଗରିକ ତଥା ପୂର୍ବତନ ନୈସେନା ଅଧିକାରୀ କୁଳଭୂଷଣ ଯାଦବ(Kulbhushan yadhav)ଙ୍କୁ ବଡ ଆଇନଗତ ଆଶ୍ବସ୍ତି । International Court of Justice (ICJ)ର ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ ଯାଇ କୁଳଭୂଷଣଙ୍କୁ ଆଇନଗତ ଆବେଦନ କରିବାର ଅଧିକାର ଦେବା ପାଇଁ ପାକିସ୍ତାନ ସଂସଦ (Pakistan National Assembly)ରେ ପ୍ରସ୍ତାବ ପାରିତ ହୋଇଛି ।

2020ରେ ICJ ଦେଇଥିବା ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ପାଇଁ ବିରୋଧୀଙ୍କ ପ୍ରବଳ ବିରୋଧ ସତ୍ତ୍ବେ ଇମ୍ରାନ ଖାନଙ୍କ ନତୃତ୍ବାଧୀନ ସରକାର ଏହି ବିଲ ଆଣିଛନ୍ତି । ସରକାର ଜାତୀୟ ସଂସଦରେ ଏହି ବିଲ ପାରିତ କରିଥିବା ସୂଚନା ମିଳିଛି । ଏହାକୁ ପାକିସ୍ତାନର ବିରୋଧୀ ଦଳମାନ ବିରୋଧ କରିଥିବା ଦେଖିବାକୁ ମିଳିଛି । ଗତ ବର୍ଷ ମେ 20ରେ ପାକିସ୍ତାନକୁ କୁଳଭୂଷଣଙ୍କୁ ଆଇନଗତ ସହାୟତା ଦେବାର ସମସ୍ତ ଅବସର ଦେବା ପାଇଁ କହିଥିଲେ ICJ ।

ଗୁପ୍ତଚର ଓ ଆତଙ୍କବାଦ କାର୍ଯ୍ୟକଳାପ ଅଭିଯୋଗରେ ବେଲୁଚିସ୍ତାନରୁ ପାକିସ୍ତାନ ଦ୍ବାରା ଗିରଫ ହୋଇଥିବା 50 ବର୍ଷୀୟ ଭାରତୀୟ ଅବସରପ୍ରାପ୍ତ ଭାରତୀୟ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଥିଲା ପାକିସ୍ତାନର ସାମରିକ କୋର୍ଟ । ଯାହାକୁ ନେଇ ଭାରତ ପକ୍ଷରୁ ତୀବ୍ର ନିନ୍ଦା କରାଯିବା ସହ International Court of Justiceରେ ପାକିସ୍ତାନର ଅଭିଯୋଗକୁ ମିଥ୍ୟା ଦର୍ଶାଇବା ସହ ଏହାର ପୁନଃ ବିଚାର ପାଇଁ ଆବେଦନ କରାଯାଇଥିଲା । ICJ ପାକିସ୍ତାନ ସାମରିକ କୋର୍ଟଙ୍କ ମୃତ୍ୟୁ ଦଣ୍ଡାଦେଶକୁ ଖାରଜ କରିବା ଓ ମାମଲାର ପୁନଃ ଶୁଣାଣି କରିବା ସହ ଅଭିଯୁକ୍ତଙ୍କୁ ପକ୍ଷ ରଖବା ପାଇଁ ସମସ୍ତ ଅବସର ଦେବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details