ବେଙ୍ଗାଲୁରୁ: କୁକୁଡା ଛୁଆ ପାଇଁ ଭଡା ଦେଲେ ମାଲିକ । ଯେତେବେଳେ KSRTC(Karnataka State Road Transport Corporation) ବସ୍ କଣ୍ଡକ୍ଟର ଏକ ଛୋଟ କୁକୁଡା ଛୁଆ ପାଇଁ ଟିକେଟ କାଟିଥିଲେ ଏହା ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ କୁକୁଡା ନେଇ ଯାଉଥିବା ପରିବାର । ଏପରିକି ତାଙ୍କୁ ଅଧା ଭଡା ମଧ୍ୟ ଦେବାକୁ ପଡିଛି । କର୍ଣ୍ଣାଟକରେ ଦେଖିବାକୁ ମିଳିଛି ଏହି କୌତୁହଳପୂର୍ଣ୍ଣ ଘଟଣା ।
ସୂଚନା ଅନୁଯାୟୀ, ବସରେ ଯାଉଥିବା ଏହି ପରିବାର ଉତ୍ତର କନ୍ନଡ ଜିଲ୍ଲାର ସିଦ୍ଧପୁରାରୁ 10 ଟଙ୍କାରେ ଗୋଟିଏ କୁକୁଡ଼ା କିଣିଥିଲେ । ସେମାନେ ଡିସେମ୍ବର 31 ରେ ହୋସାନଗର ଠାରୁ ବୈନ୍ଦୁରର ଶିରୁରକୁ ଏକ ସରକାରୀ ବସ ଯୋଗେ ଯାଉଥିଲେ । ପରିବାର ଲୋକେ ହୋସାନଗର ବସ୍ ଷ୍ଟାଣ୍ଡରେ ଶିରୁର ପାଇଁ 3ଟି ଟିକେଟ କରିଥିଲେ ।