ଲକ୍ଷ୍ନୌ: ଉତ୍ତରପ୍ରଦେଶଶ୍ରୀକୃଷ୍ଣ ଜନ୍ମଭୂମି ମାଲିକାନା ହକ୍ ଏବଂ ପରିସରକୁ ମସଜିଦ୍ ମୁକ୍ତ କରିବା ମାମଲାରେ ବରିଷ୍ଠ ଡିଭିଜନ ଜଜ୍ କୋର୍ଟରେ ଶୁଣାଣି ହୋଇଛି । ମଙ୍ଗଳବାର ଅପରାହ୍ନ ଦୁଇଟା ପରେ 4 ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି । ଭଗବାନ କୃଷ୍ଣଙ୍କ ବଂଶଧର କହୁଥିବା ମନୀଷ ଯାଦବ କୋର୍ଟରେ 29 ଶହ ପୃଷ୍ଠାର ଆବେଦନ କରିଛନ୍ତି । ସିନିୟର ଡିଭିଜନ କୋର୍ଟ ଏହି ଆବେଦନକୁ ମଧ୍ୟ ଗ୍ରହଣ କରିଛନ୍ତି । ଡିସେମ୍ବର 22ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।
କୋର୍ଟରେ ଏକ ଘଣ୍ଟାର ବିତର୍କ ପରେ ବରିଷ୍ଠ ଡିଭିଜନ୍ ଜଜ୍ ଏହି ନିଷ୍ପତ୍ତି ସଂରକ୍ଷଣ କରିଛନ୍ତି । ଏହି ଆବେଦନରେ ସୁନ୍ନି ୱାକ ଅଫ୍ ବୋର୍ଡ, ଶାହି ଇଦଗାହ କମିଟି, ଶ୍ରୀକୃଷ୍ଣ ଜନ୍ମସ୍ଥାନ ସେବା ସନ୍ଥାନ ଏବଂ ଶ୍ରୀକୃଷ୍ଣ ସେବା ଟ୍ରଷ୍ଟ ପକ୍ଷଭୁକ୍ତ ହୋଇଛନ୍ତି । ଆଡଭୋକେଟ୍ ଶୈଳେନ୍ଦ୍ର ସିଂହ କହିଛନ୍ତି ଯେ ଶ୍ରୀକୃଷ୍ଣ ଜନ୍ମଭୂମୀ ମାଲିକାନା ହକ୍ ତଥା ପରିସରକୁ ମଜସିଦ ମୁକ୍ତ ଦାବିରେ ଭଗବାନ କୃଷ୍ଣଙ୍କ ବଂଶଧର ମନୀଷ ଯାଦବଙ୍କ ପକ୍ଷରୁ ଆବେଦନ କରାଯାଇଛି । ମାମଲାକୁ ନେଇ କୋର୍ଟରେ ବିତର୍କ ହୋଇଥିଲା, ଏହା ପରେ ବରିଷ୍ଠ ଡିଭିଜନ୍ ଜଜ୍ ଏହି ନିଷ୍ପତ୍ତି ସଂରକ୍ଷଣ କରିଛନ୍ତି । ସେ କହିଛନ୍ତି ଯେ ଆମର ଏକମାତ୍ର ଦାବି ହେଉଛି ଯେ ପୂର୍ବପୁରୁଷମାନେ କରିଥିବା ଭୁଲର ସଂଶୋଧନ ହେଉ । ମନ୍ଦିର ପରିସରକୁ ମାଲିକାନା ମୁକ୍ତ କରାଯାଉ ।