ଶ୍ରୀନଗର: ଦୀର୍ଘ 10 ଦିନର ସଂଘର୍ଷ ପରେ ଆତଙ୍କୀ ଆକ୍ରମଣର ଶିକାର ହୋଇଥିବା କୃଷ୍ଣ ଢାବା ପୁଅଙ୍କ ମୃତ୍ୟୁ। ଏନେଇ ଚିକିତ୍ସା କରୁଥିବା ଡାକ୍ତର ମାନେ ସୂଚନା ଦେଇଛନ୍ତି। ତେବେ ଗତ 10 ଦିନ ଧରି ଆକାଶ ମେହେରା ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିଲେ। ଅଧିକାରୀମାନେ କହିଛନ୍ତି ଯେ, ରବିବାର ସକାଳେ ମେହେରାଙ୍କ ଦେହାନ୍ତ ହୋଇଛି।
ଶ୍ରୀନଗର ଆତଙ୍କୀ ଆକ୍ରମଣ, ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜିଲେ କୃଷ୍ଣ ଢାବା ମାଲିକଙ୍କ ପୁଅ - କୃଷ୍ଣ ଢାବା ପୁଅଙ୍କ ମୃତ୍ୟୁ
ଆତଙ୍କୀ ଆକ୍ରମଣର ଶିକାର ହୋଇଥିବା କୃଷ୍ଣ ଢାବା ପୁଅଙ୍କ ମୃତ୍ୟୁ । ଏନେଇ ଚିକିତ୍ସା କରୁଥିବା ଡାକ୍ତର ମାନେ ସୂଚନା ଦେଇଛନ୍ତି। ତେବେ ଗତ 10 ଦିନ ଧରି ଆକାଶ ମେହେରା ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିଲେ। ଅଧିକ ପଢନ୍ତୁ...
![ଶ୍ରୀନଗର ଆତଙ୍କୀ ଆକ୍ରମଣ, ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜିଲେ କୃଷ୍ଣ ଢାବା ମାଲିକଙ୍କ ପୁଅ ଆତଙ୍କୀ ଆକ୍ରମଣ, କୃଷ୍ଣ ଢାବା ପୁଅଙ୍କ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ](https://etvbharatimages.akamaized.net/etvbharat/prod-images/768-512-10810466-thumbnail-3x2-iejpg.jpg)
ଗତ 17 ଫେବୃଆରୀରେ ଆତଙ୍କବାଦୀ ମାନେ ଶ୍ରୀନଗରର ପ୍ରସିଦ୍ଧ କୃଷ୍ଣ ଢାବା ଉପରେ ଗୁଳି ଚଳାଇଥିଲେ। ଏଥିରେ ଢାବା ମାଲିକଙ୍କ ପୁଅ ଆହତ ହେବା ସହ ଶ୍ରୀନଗରର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। 1990 ଦଶକ ପୂର୍ବରୁ ସକ୍ରିୟ ଥିବା ମୁସଲିମ ଜନବାଜ ଫୋର୍ସ ଏହି ଆକ୍ରମଣ ପାଇଁ ଦାୟୀ ବୋଲି ଦାବି କରିଥିଲା।
ସ୍ବାତ୍ତିକ ଖାଦ୍ୟ ପରିବେଷଣ ପାଇଁ କୃଷ୍ଣ ଢାବା ଶ୍ରୀନଗରରେ ପ୍ରସିଦ୍ଧି ଲାଭ କରିଛି। ଜାତିସଂଘ ମିଲିଟାରୀ ଅବଜରଭର୍ସ ଗ୍ରୁପ୍ ଅଫ୍ ଇଣ୍ଡିଆ ଏବଂ ପାକିସ୍ଥାନ ଏବଂ ଜାମ୍ମୁ କାଶ୍ମୀର ପ୍ରଧାନ ବିଚାରପତିଙ୍କ ବାସଭବନ ଭଳି ଅନେକ ଉଚ୍ଚ ପଦାଧୀକାରୀଙ୍କ ବାସଭବନର ଠାରୁ ଏହି ଢାବା 200 ମିଟର ପରିଧି ମଧ୍ୟରେ ଅବସ୍ଥିତ। ଏହି ଆକ୍ରମଣରେ ସମ୍ପୃକ୍ତ ଥିବାରୁ ନିଷିଦ୍ଧ ଲସ୍କର-ଏ-ତୋଇବାର ସମ୍ପୃକ୍ତି ଅଭିଯୋଗରେ ତିନି ଜଣଙ୍କୁ ପୋଲିସ ଗିରଫ କରିଛି।