ଓଡିଶା

odisha

ETV Bharat / bharat

କ୍ରାନ୍ତି ଦିବସ: ଆଜିର ଦିନରେ ବାଜିଥିଲା ବିଜୟର ଶଙ୍ଖଧ୍ବନି

ଆଜି କ୍ରାନ୍ତି ଦିବସ । ଏହି ଦିନଟି ସମଗ୍ର ଦେଶର ସେହି ବୀର ପୁଅଙ୍କ ପାଇଁ ପାଇଁ ଉତ୍ସର୍ଗୀକୃତ । ଦେଶ ମାତୃକା ପାଇଁ ଜୀବନକୁ ବାଜି ଲଗାଇଥିବା ସ୍ବାଧୀନତା ସଂଗ୍ରାମୀଙ୍କ ବୀରତ୍ବ ଓ ପରାକ୍ରମର ସ୍ମୃତିକୁ ମନେ ପକାଉଛି ସାରା ଦେଶ । ଅଧିକ ପଢନ୍ତୁ...

ଆଜି କ୍ରାନ୍ତି ଦିବସ
ଆଜି କ୍ରାନ୍ତି ଦିବସ

By

Published : Aug 9, 2021, 8:44 AM IST

ଭୁବନେଶ୍ବର: ଆଜି କ୍ରାନ୍ତି ଦିବସ । ଏହି ଦିନଟି ସମଗ୍ର ଦେଶର ସେହି ବୀର ପୁଅଙ୍କ ପାଇଁ ପାଇଁ ଉତ୍ସର୍ଗୀକୃତ । ଦେଶ ମାତୃକା ପାଇଁ ଜୀବନକୁ ବାଜି ଲଗାଇଥିବା ସ୍ବାଧୀନତା ସଂଗ୍ରାମୀଙ୍କ ବୀରତ୍ବ ଓ ପରାକ୍ରମର ସ୍ମୃତିକୁ ମନେ ପକାଉଛି ସାରା ଦେଶ । ଭାରତ ପାଇଁ ଏହା ମୂଲ୍ୟବାନ ସନ୍ତକ ।

ଆଜି କ୍ରାନ୍ତି ଦିବସ

ଆଜି ଦିନରେ ବିଭିନ୍ନ ସ୍ଥାନରେ ଥିବା ସହିଦ ପୀଠଗୁଡିକୁ ସୁସଜ୍ଜିତ କରାଯାଏ । ଶହୀଦଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରାଯାଏ । ୧୯୪୨ ମସିହା ଆଜିର ଦିନରେ ଭାରତକୁ ବ୍ରିଟିଶ କବଳରୁ ମୁକ୍ତ କରିବାକୁ ଜାତିର ପିତା ମହାତ୍ମା ଗାନ୍ଧୀ ଇଂରେଜମାନଙ୍କ ବିରୋଦ୍ଧରେ ଭାରତ ଛାଡ ଆନ୍ଦୋଳନର ଡାକରା ଦେଇଥିଲେ ।

ଅଗଷ୍ଟ ମାସକୁ ଭାରତ ଇତିହାସରେ ସ୍ବାଧୀନତା ସଂଗ୍ରାମର ଶେଷ ପର୍ଯ୍ୟାୟ ଭାବେ ମନେ ପକାଯାଏ । ଏହି ଦିନଟି ଭାରତ ଇତିହାସରେ ଏକ ସ୍ମରଣୀୟ ଦିନ । ସ୍ବାଧୀନତା ପରଠୁ ଏହି ଦିନକୁ ସାରା ଦେଶରେ କ୍ରାନ୍ତି ଦିବସ ଭାବରେ ପାଳନ କରାଯାଉଛି । ଏହି ଦିନ ଭାରତବାସୀ ଏକାଠି ହୋଇ ଇଂରେଜ ବିରୋଦ୍ଧରେ ଲଢେଇ କରିଥିଲେ । ଫଳରେ ବ୍ରିଟିଶ ମୁଣ୍ଡ ନୁଆଇଁ ଥିଲେ । ଏହି ଲଢେଇ ବ୍ରିଟିଶ ସାମ୍ରାଜ୍ୟକୁ ଦୋହଲାଇ ଦେଇଥିଲା।

ଅଗଷ୍ଟ କ୍ରାନ୍ତି ବା ଭାରତ ଛାଡ ଆନ୍ଦୋଳନ:

ଦ୍ବିତୀୟ ବିଶ୍ବଯୁଦ୍ଧରେ ମହାତ୍ମା ଗାନ୍ଧୀ ବ୍ରିଟିଶମାନଙ୍କୁ ସମର୍ଥନ କରିବାପରେ ମଧ୍ୟ ସେମାନେ ଭାରତ ଛାଡିବାକୁ ପ୍ରସ୍ତୁତ ନଥିଲେ, ସେତେବେଳେ, ଗାନ୍ଧୀ ଭାରତ ଛାଡ ଆନ୍ଦୋଳନ ଆରମ୍ଭ କରିଥିଲେ । ଜୁଲାଇ 4, 1942ରେ, ଭାରତୀୟ ଜାତୀୟ କଂଗ୍ରେସ ଏକ ପ୍ରସ୍ତାବ ପାରିତ କଲା ବ୍ରିଟିଶମାନଙ୍କୁ ଦେଶରୁ ବିତାଡିତ କରିବା ପାଇଁ । ଦଳର ନେତା ସିରାଜଗୋପାଲାଚାରି ଦଳ ଛାଡିଥିଲେ, କିନ୍ତୁ ନେହରୁ ଏବଂ ମୌଲାନା ଆଜାଦ ଗାନ୍ଧୀଙ୍କ ଆହ୍ବାନକୁ ଶେଷ ପର୍ଯ୍ୟନ୍ତ ସମର୍ଥନ କରିବାକୁ ସ୍ଥିର କଲେ।

ଅଗଷ୍ଟ 8, 1942ରେ, 'ଭାରତ ଛାଡ ଆନ୍ଦୋଳନ'ର ସଂକଳ୍ପ ଥିଲା ଅଲ ଇଣ୍ଡିଆ କଂଗ୍ରେସ ଦ୍ବାରା ବମ୍ବେ ଅଧିବେଶନରେ ପାସ୍‌ ହୋଇଛି । ଗାନ୍ଧିଜୀ ପୁଣେର ଆଗା ଖାନ ପ୍ୟାଲେସରେ ବନ୍ଦୀ ଥିଲେ। ପ୍ରାୟ ସମସ୍ତ ନେତାମାନଙ୍କୁ ଗିରଫ କରାଯାଇଥିଲା କିନ୍ତୁ ଯୁବ ନେତା ଅରୁଣା ଆସଫ ଅଲ୍ଲୀ ଗିରଫ ହୋଇଥିଲେ । 9 ଅଗଷ୍ଟ 1942ରେ ମୁମ୍ବାଇ ଗ୍ୱାଲିଆ ଟ୍ୟାଙ୍କ ଗ୍ରାଉଣ୍ଡରେ ପତାକା ଉତ୍ତୋଳନ କରାଯାଇଥିଲା ।

ଭାରତ ଛାଡ ଆନ୍ଦୋଳନର ଆରମ୍ଭରେ ମହାତ୍ମା ଗାନ୍ଧୀ “କର କିମ୍ବା ମର” ସ୍ଲୋଗାନ ଦେଇଥିଲେ । ଏହି ଆନ୍ଦୋଳନରେ ମହାତ୍ମା ଗାନ୍ଧୀ ପ୍ରମୁଖ ଭୂମିକା ଗ୍ରହଣ କରିଥିବାବେଳେ ଅବଦୁଲ କଲାମ ଆଜାଦ, ସର୍ଦ୍ଦାର ବଲ୍ଲଭାଇ ପଟେଲ,ଅରୁଣା ଆସଫ ଅଲ୍ଲୀ ମହିଳା ଅଂଶଗ୍ରହଣକାରୀଙ୍କ ମଧ୍ୟରେ ଉଷା ମହେଟ୍ଟା,ସୁଚେତା କ୍ରିପ୍ଲାନି ରହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details