ଓଡିଶା

odisha

ETV Bharat / bharat

କେରଳ କଂଗ୍ରେସକୁ ଝଟ୍‌କା, ଦଳ ଛାଡିଲେ ପିସିସି ଉପସଭାପତି କେସି ରୋସାକୁଟ୍ଟି - Vice president KC Rosakutty

ଦଳ ଛାଡିଲେ କେରଳ ପ୍ରଦେଶ କଂଗ୍ରେସ କମିଟି ଉପସଭାପତି କେସି ରୋସାକୁଟ୍ଟି । ଅଧିକ ପଢନ୍ତୁ...

KPCC Vice president KC Rosakutty quits Congress
କେରଳ କଂଗ୍ରେସକୁ ଝଟ୍‌କା, ଦଳ ଛାଡିଲେ ପିସିସି ଉପ-ସଭାପତି କେସି ରୋସାକୁଟ୍ଟି

By

Published : Mar 22, 2021, 3:52 PM IST

ଥୀରୁଅନନ୍ତପୁରମ: ବିଧାନସଭା ନିର୍ବାଚନ ପୂର୍ବରୁ କେରଳ କଂଗ୍ରେସକୁ ବଡ ଝଟକା । ରାଜ୍ୟରେ ବିଧାନସଭା ନିର୍ବାଚନକୁ ଆଉ ମାତ୍ର କିଛି ଦିନ ବାକି ଥିବାବେଳେ ଦଳ ଛାଡିଲେ ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି ଉପସଭାପତି କେସି ରୋସାକୁଟ୍ଟି । ମହିଳାଙ୍କୁ ଦଳ ଅଣଦେଖା ଅଭିଯୋଗ ଆଣି ପଦରୁ ଇସ୍ତଫା ଦେଇଛନ୍ତି ରାଜ୍ୟ କଂଗ୍ରେସରେ ଏହି ବରିଷ୍ଠ ନେତ୍ରୀ । ଏପ୍ରିଲ 6ରେ କେରଳ ବିଧାନସଭା ନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହେବ ।

ଦଳରେ କ୍ରମାଗତ ଭାବେ ମହିଳାମାନେ ଅଣଦେଖାର ଶିକାର ହେଉଛନ୍ତି ଓ ଦଳ ମଧ୍ୟରେ ଗୋଷ୍ଠୀ ବିବାଦ ମଧ୍ୟ ଦଳ ଛାଡିବାର କାରଣ ବୋଲି ସେ ଦର୍ଶାଇଛନ୍ତି । ରୋସାକୁଟ୍ଟି କେରଳ ବିଧାନସଭାର ସୁଲତାନ ବାତେରୀ ନିର୍ବାଚନ ମଣ୍ଡଳୀରୁ ପୂର୍ବରୁ ବିଧାୟିକା ରହିସାରିଛନ୍ତି ଓ ରାଜ୍ୟ ମହିଳା କମିଶନର ଅଧ୍ୟକ୍ଷା ମଧ୍ୟ ରହିଛନ୍ତି । ପ୍ରାୟ ତିନି ଦଶନ୍ଧି ଧରି ସେ କଂଗ୍ରେସର ଜଣେ ସକ୍ରିୟ ସଦସ୍ୟ ରହିଥିଲେ ।

ବର୍ଷ 1991ରେ ସେ ସୁଲତାନ ବାତେରୀ ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ । ପରେ 1996ରେ ନିର୍ବାଚନ ଲଢିଥିଲେ ମଧ୍ୟ ପରାସ୍ତ ହୋଇଥିଲେ । 2011 ଓମେନ ଚନ୍ଦି ସରକାରରେ ସେ ମହିଳା କମିଶନ ଅଧ୍ୟକ୍ଷା ଦାୟିତ୍ବରେ ରହିଥିଲେ । ଏଥିସହ କଂଗ୍ରେସ ନିର୍ବାଚନୀ ପରିଚାଳନା କମିଟି ସଦସ୍ୟ ଓ ଏଆଇସିସି ସଦସ୍ୟ ମଧ୍ୟ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details