ଓଡିଶା

odisha

ETV Bharat / bharat

PM ଓଲିଙ୍କ ବୟାନ; ପଡୋଶୀଙ୍କ ଭିତରେ ଭଲପାଇବା ଝଗଡା ହୁଏ, ଭାରତ ସହ ନାହିଁ ମତାନ୍ତର - କେପି ଶର୍ମା ଓଲି

ଭାରତ ସହ ନେପାଳର ସମ୍ପର୍କକୁ ନେଇ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ବଡ ବୟାନ । ଏବେ ଦୁଇ ଦେଶର ଭବିଷ୍ୟତକୁ ଦୃଷ୍ଟିରେ ରଖି ଆଗାକୁ ବଢିବା ଆବଶ୍ୟକ ବୋଲି କହିଛନ୍ତି ଓଲି । ଅଧିକ ପଢନ୍ତୁ...

PM ଓଲିଙ୍କ ବୟାନ; ପଡୋଶୀଙ୍କ ଭିତରେ ଭଲପାଇବା ଝଗଡା ହୁଏ, ଭାରତ ସହ ନାହିଁ ଅପଡ
PM ଓଲିଙ୍କ ବୟାନ; ପଡୋଶୀଙ୍କ ଭିତରେ ଭଲପାଇବା ଝଗଡା ହୁଏ, ଭାରତ ସହ ନାହିଁ ଅପଡ

By

Published : Jun 7, 2021, 7:28 PM IST

କାଠମାଣ୍ଡୁ: ଭାରତ ସହ ସମ୍ପର୍କରେ ଆସିଥିବା ଭୁଲ ବୁଝାମଣାକୁ ଦୂର କରାଯାଇଥିବା କହିଛନ୍ତି ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି । ପ୍ରଧାନମନ୍ତ୍ରୀ ଓଲି କହିଛନ୍ତି ଏବେ ଦୁଇ ଦେଶର ଭବିଷ୍ୟତକୁ ଦୃଷ୍ଟିରେ ରଖି ଆଗକୁ ବଢିବା ଆବଶ୍ୟକ ।

ଓଲି କହିଛନ୍ତି ପଡୋଶୀଙ୍କ ମଧ୍ୟରେ ଭଲପାଇବା ଓ ସମସ୍ୟା ଲାଗିରହିଥାଏ । ଅନ୍ତରାଷ୍ଟ୍ରୀୟ ମିଡିଆକୁ ଦେଇଥିବା ସାକ୍ଷାତକାରରେ ଓଲି ସ୍ବୀକାର କରିଛନ୍ତି, ଦୁଇ ଦେଶ ମଧ୍ୟରେ ଗୋଟିଏ ସମୟରେ ଭୁଲ ବୁଝାମଣା ସୃଷ୍ଟି ହୋଇଯାଇଥିଲା । ହେଲେ ଏହି ମାମଲାରେ ବେଶୀ କିଛି କହିନାହାନ୍ତି ଓଲି ।

ଗତ ମାସରେ ନେପାଳର ଜନସାଧାରଣଙ୍କୁ ସମ୍ବୋଧିତ କରି ଓଲି କହିଛନ୍ତି, ଭାରତ ସହ ସୀମା ବିବାଦକୁ ରାଷ୍ଟ୍ରନିୟିକ ମାଧ୍ୟମରେ ଐତିହାସିକ ଚୁକ୍ତି, ନକ୍ସା ଓ ଦସ୍ତାବିଜ ଆଧାରରେ ସମାଧାନ କରାଯିବ ।

ପିଏମ ଓଲି କହିଛନ୍ତି, ହଁ ଗୋଟିଏ ସମୟରେ ଦୁଇ ଦେଶ ମଧ୍ୟରେ ଭୁଲ ବୁଝାମଣା ସୃଷ୍ଟି ହୋଇଯାଇଥିଲା । ହେଲେ ଏବେ ମାମଲା ସମାଧାନ ହୋଇଯିବ । ଆମକୁ ପଛ କଥା ଭୁଲି ଉତ୍ତମ ଭବିଷ୍ୟତ ପାଇଁ ଆଗକୁ ବଢିବାକୁ ପଡିବ ।

ABOUT THE AUTHOR

...view details