ଜୟପୁର:ଆସନ୍ତା ଜାନୁଆରୀ ୨୨ ତାରିଖରେ ପ୍ରତିଷ୍ଠା ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ଅଯୋଧ୍ୟା ରାମ ମନ୍ଦିର । ଏଥିପାଇଁ ଦେଶ ଏବଂ ବିଦେଶରେ ଲୋକମାନଙ୍କ ମଧ୍ୟରେ ଉତ୍ସବର ମାହୋଲ ସୃଷ୍ଟି ହୋଇଛି । ଏହି ଅବସରରେ ରାଜସ୍ଥାନର କୋଟା ସହରରେ ୨ ଭାଇ ପ୍ରସ୍ତୁତ କରିଛନ୍ତି ଭବ୍ୟ ରାମ ମନ୍ଦିରର ଥ୍ରୀଡି ମଡେଲ । ଯାହାକୁ ସାଧାରଣ ଲୋକମାନେ ନିଜର ପ୍ରିୟଜନଙ୍କୁ ଉପହାର ଏବଂ ସ୍ମୃତିଚିହ୍ନ ରୂପେ ଦେବା ଉଦ୍ଦେଶ୍ୟରେ କିଣୁଛନ୍ତି ।
କୋଟା ସହରର ହାର୍ଦ୍ଦିକ ପଟେଲ ଓ ହର୍ଷ ପଟେଲଙ୍କ କ୍ୟାଣ୍ଟନମେଣ୍ଟ ଏରିଆରେ ନିଜର ଫର୍ଣ୍ଣିଚରର ବ୍ୟବସାୟ ଅଛି । ସେମାନେ ଗତ ଚାରି ମାସ ମଧ୍ୟରେ ୧୨୫ ରୁ ଅଧିକ ରାମ ମନ୍ଦିରର ଆକର୍ଷଣୀୟ ଥ୍ରୀଡି ପ୍ରତିରୂପ ତିଆରି କରିଛନ୍ତି । ଲୋକଙ୍କ ଆଦୃତି ପାଇବା ସହ ଏହି ଥ୍ରୀଡି ପ୍ରତିରୂପର ଚାହିଦା ମଧ୍ୟ ବଢିଛି । ଏ ନେଇ ହାର୍ଦ୍ଦିକ କହିଛନ୍ତି ଯେ ପାଞ୍ଚମାସ ପୂର୍ବେ ଯେବେ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହକୁ ନେଇ ଚର୍ଚ୍ଚା ଜୋର ଧରିଥିଲା ସେବେ ଠାରୁ ସେ ଏହି ଏତିହାସିକ କ୍ଷଣ ଉପଲକ୍ଷେ କିଛି ସ୍ବତନ୍ତ୍ର କରିବାକୁ ଯୋଜନା କରିଥିଲେ । ତେଣୁ ସେ ରାମମନ୍ଦିରର ମିନି ପ୍ରତିରୂପ ତିଆରି ଆରମ୍ଭ କରିଥିଲେ । ଗୋଟିଏ ରାମ ମନ୍ଦିରର ମିନି ଥ୍ରୀଡି ମଡେଲକୁ କାଠରେ ମେସିନ ଜରିଆରେ ତିଆରି କରିବାକୁ ସେ ୧ ମାସ ସମୟ ନେଇଥିଲେ । ଏହି ଥ୍ରୀଡି ମଡେଲରେ ୫୦୦ରୁ ଅଧିକ କାଠ ଖଣ୍ଡ ବ୍ୟବହାର କରି ନିର୍ମାଣ କରାଯାଉଛି ବୋଲି ହାର୍ଦ୍ଦିକ କହିଛନ୍ତି ।
ଏହା ମଧ୍ୟ ପଢନ୍ତୁ ...ରାମଲଲାଙ୍କ ପାଇଁ କାଶୀରୁ ଆସିବ ଖେଳନା