କୋଲକାତା:ଅପରାଧୀ କିମ୍ବା ଅଭିଯୁକ୍ତଙ୍କୁ ଜେରା ବେଳେ ତଥ୍ୟ ହାସଲ କରିବା ପାଇଁ ସୁକ୍ଷ୍ମ ତରିକା ଆପଣାଇବ କୋଲକାତା ପୋଲିସ । ଏଥିପାଇଁ କୋଲକାତା ପୋଲିସ ଆମେରିକା ଓ ନେଦରଲ୍ୟାଣ୍ଡ ପୋଲିସ ବାହିନୀ ବ୍ୟବହାର କରୁଥିବା ଏକ ବିଶେଷ ଧରଣର କୌଶଳ ବ୍ୟବହାର କରିବ (Kolkata Police to borrow interrogation style from US Netherlands) । ଯେଉଁଥିରେ ପଚରାଉଚରା ସମୟରେ ଅଭିଯୁକ୍ତ କିମ୍ବା ଅପରାଧୀଙ୍କ ସହ ଅତି କୋମଳତାର ସହ କଥା ହେବା ସହ ସେମାନଙ୍କ ଆତ୍ମବିଶ୍ବାସ ହାସଲ କରିବାକୁ ଚେଷ୍ଟା କରାଯିବା । ଫଳରେ ବଳ ପ୍ରୟୋଗ ପରିବର୍ତ୍ତେ ଅତି ସହଜରେ ସେମାନଙ୍କ ଠାରୁ ଅପରାଧ ସମ୍ପର୍କିତ ସମସ୍ତ ତଥ୍ୟ ହାସଲ କରିବାରେ ପୋଲିସକୁ ସଫଳତା ମିଳିପାରିବ ।
କୌଣସି ଥାର୍ଡଡିଗ୍ରୀ ପରିବର୍ତ୍ତେ ଆମେରିକା ଓ ନେଦରଲ୍ୟାଣ୍ଡ ପୋଲିସ ଫୋର୍ସ ଏହି ବିଶେଷ ଧରଣର ଇଣ୍ଟୋରଗେସନ କୌଶଳ ବ୍ୟବହାର କରିଥାନ୍ତି । ଏହି ଦୁଇ ଦେଶର ପୋଲିସ ବଳ ଠାରୁ କୋଲକାତା ପୋଲିସ ଏହି କୌଶଳ ବ୍ୟବହାର କରିବା ଦିଗରେ ପ୍ରଶିକ୍ଷଣ ନେବାକୁ ନିଷ୍ପତ୍ତି ହୋଇଛି ।