ଓଡିଶା

odisha

By

Published : Jun 28, 2021, 10:18 AM IST

ETV Bharat / bharat

କୋଲକାତା ପୋଲିସର ନିର୍ଦ୍ଦେଶ, ଥାନାରେ ହାଜର ହେବେ ମିଥୁନ୍

ନିର୍ବାଚନରେ ବିବାଦୀୟ ଭାଷଣ ନେଇ ଆଜି ଥାନାରେ ହାଜର ହେବାକୁ ମିଥୁନ ଚକ୍ରବର୍ତ୍ତୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋଲକାତା ପୋଲିସ । ଅଧିକ ପଢନ୍ତୁ...

ଥାନାରେ ହାଜର ହେବାକୁ ମିଥୁନଙ୍କୁ ନିର୍ଦ୍ଦେଶ
ଥାନାରେ ହାଜର ହେବାକୁ ମିଥୁନଙ୍କୁ ନିର୍ଦ୍ଦେଶ

କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନକୁ ନେଇ ତୁଟୁନି ବିବାଦ । ନିର୍ବାଚନରେ ବିବାଦୀୟ ଭାଷଣକୁ ନେଇ ଆଜି ଥାନାରେ ହାଜର ହେବାକୁ ଅଭିନେତା ତଥା ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋଲକାତା ପୋଲିସ । ନିର୍ବାଚନ ରାଲିରେ 'marbo ekhane lash porbe shoshane'(ଏଇଠି ମାରିବି ଶ୍ମଶାନରେ ଶବ ପଡିବ) ଓek chobole chabi( ସାପର ଗୋଟିଏ କାମୁଡାରେ ତୁମେ ଫଟୋ ହୋଇଯିବ)ଡାଇଲଗ ମାରିଥିଲେ ଯାହା ତାଙ୍କୁ ବିବାଦୀୟ କରିଥିଲା ।

71ବର୍ଷୀୟ ଅଭିନେତା ଯିଏକି ବିଜେପିର ତାରକା ପ୍ରଚାରକ ଭାବେ ଏପ୍ରିଲ ଓ ମେରେ ହୋଇଥିବା ନିର୍ବାଚନରେ ପ୍ରଚାର କରିଥିଲେ । ମିଥୁନଙ୍କ ଦ୍ବାରା କରାଯାଇଥିବା ପ୍ରଚାର ନେଇ ତାଙ୍କ ବିରୋଧରେ ମାମଲା ରୁଜ୍ଜୁ ହୋଇଛି । ପୋଲିସ ଅଭିଯୋଗ କରିଛି ଯେ ତାଙ୍କ ଭାଷଣ ବଙ୍ଗଳାରେ ହୋଇଥିବା ନିର୍ବାଚନ ପରବର୍ତ୍ତୀ ହିଂସାରେ ଏକ ଭୂମିକା ଗ୍ରହଣ କରିଛି । ଯାହିକୁ ନେଇ ସେ ବିବାଦ ଭିତରକୁ ଟାଣି ହେଇଛନ୍ତି । ଏନେଇ ଜୁନ 16ରେ ଭର୍ଚୁଆଲ ଜରିଆରେ ମିଥୁନଙ୍କୁ ପଚରାଉଚରା କରିଥିଲା କୋଲକାତା ପୋଲିସ । ପ୍ରଚାର ସମୟରେ ଉତ୍ତେଜନା ସୃଷ୍ଟିକାରୀ ଭାଷଣ ପାଇଁ ମିଥୁନଙ୍କ ନାଁରେ ମାଣିକତାଲାରେ ଏକ ମାମଲା ରୁଜ୍ଜୁ ହୋଇଛି ।

ପ୍ରତିକ୍ରିୟାରେ ମିଥୁନ କହିଛନ୍ତି ଯେ ସେ କେବଳ ତାଙ୍କ ଭାଷଣରେ ସଂଳାପ ପାଠ କରିଛନ୍ତି, ଯାହା ଆକ୍ଷରିକ ନୁହେଁ । ଗତ ମାସରେ ଶେଷ ହୋଇଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ମମତା ବାନାର୍ଜୀଙ୍କ ନେତୃତ୍ବରେ ତୃଣମୂଳ କଂଗ୍ରେସ 213 ଟି ଆସନ ଜିତିଥିଲା । ଭାରତୀୟ ଜନତା ପାର୍ଟି 294 ସିଟ୍ ବିଶିଷ୍ଟ ରାଜ୍ୟସଭାରେ 77ଟି ସିଟ୍ ହାସଲ କରିଛି । ମେ 2 ରେ ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହେବା ପରେ ପଶ୍ଚିମବଙ୍ଗର ଅନେକ ସ୍ଥାନରେ ହିଂସା ଦେଖିବାକୁ ମିଳିଥିଲା ।

@ANI

ABOUT THE AUTHOR

...view details