ଓଡିଶା

odisha

ETV Bharat / bharat

ପାକିସ୍ତାନ ଗୁଇନ୍ଦା ବିଭାଗ ସହ ଲିଙ୍କ ସନ୍ଦେହରେ ଜଣେ ଗିରଫ, ଛାଡିଛନ୍ତି ବିଭିନ୍ନ ସହରର ଭିଡିଓ

ପାକିସ୍ତାନରେ ରହୁଥିବା ଜଣେ ମହିଳାଙ୍କୁ ଭାରତର ବିଭିନ୍ନ ସହରର ଫଟୋ ଏବଂ ଭିଡିଓ ସେୟାର କରିଥିବା ଅଭିଯୋଗରେ ବିହାରରୁ ଜଣଙ୍କୁ ଗିରଫ କରିଛି କୋଲକାତା ଏସଟିଏଫ ଟିମ । ଅଧିକ ପଢନ୍ତୁ

Kolkata Police arrest man from Bihar
Kolkata Police arrest man from Bihar

By ETV Bharat Odisha Team

Published : Aug 26, 2023, 3:07 PM IST

କୋଲକାତା:ପାକିସ୍ତାନ ଗୁଇନ୍ଦା ବିଭାଗ ସହ ଲିଙ୍କ ସନ୍ଦେହରେ ବିହାରରୁ ଜଣେ ଗିରଫ । ପାକିସ୍ତାନରେ ରହୁଥିବା ଜଣେ ମହିଳାଙ୍କୁ ଭାରତର ବିଭିନ୍ନ ସହରର ଫଟୋ ଏବଂ ଭିଡିଓ ସେୟାର କରିଥିବା ଅଭିଯୋଗରେ କୋଲକାତା ଏସଟିଏଫ ଟିମ ଗିରଫ କରିଛି । ତେବେ ଗିରଫ ଅଭିଯୁକ୍ତ ଜଣକ ଭକ୍ତ ବଂଶୀ ଝା ବୋଲି ଜଣାପଡିଛି ।

ତେବେ ଏନେଇ ପୋଲିସ ଅଭିଯୁକ୍ତଙ୍କ ଘରେ ତଦନ୍ତ କରିଥିବା ବେଳେ ଏକାଧିକ ଭୋଟର ଓ ଆଧାର କାର୍ଡ ଜବତ କରିଛି । ଏଥିସହ ଉକ୍ତ ବ୍ୟକ୍ତି ଜଣକ ପାକିସ୍ତାନ ଯାଇଛନ୍ତି ନା ପାକିସ୍ତାନୀ ମହିଳା ଭାରତ ଆସିଛନ୍ତି ସେନେଇ ତଦନ୍ତ ଆରମ୍ଭ କରିଛି ପୋଲିସ । ଲାଲବଜାର ସୂତ୍ର ଅନୁସାରେ, ଏହି ବ୍ୟକ୍ତି ଜଣକ ମୁମ୍ବାଇ, ଦିଲ୍ଲୀ ଏବଂ କୋଲକାତା ସମେତ ଭାରତର ଅନେକ ସହରକୁ ଯାତ୍ରା କରୁଥିଲେ । ତେଣୁ ସହରଗୁଡିକର ବିଭିନ୍ନ ଫଟୋ ଏବଂ ଭିଡିଓ ପାକିସ୍ତାନୀ ଗୁପ୍ତଚର ଏଜେନ୍ସି ସହିତ ସେୟାର କରିଥିବା ପୋଲିସ ସନ୍ଦେହ କରିଛି । ତେଣୁ ଅଧିକ ତଦନ୍ତ ପାଇଁ କୋଲକାତା ପୋଲିସ ଏସଟିଏଫର ଏକ ଟିମକୁ ବିହାରକୁ ପଠାଯାଇଛି ।

ଅନ୍ୟପଟେ ଏନେଇ କୋଲକାତା ପୋଲିସର ଏସଟିଏଫ ଦାୟିତ୍ୱରେ ଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, "ଏହା ଭାରତର ସୁରକ୍ଷା ପ୍ରସଙ୍ଗ ହୋଇଥିବାରୁ ଆମେ ବର୍ତ୍ତମାନ ସମୟରେ ମହିଳାଙ୍କ ସ୍ଥିତି ଓ ପରିଚୟ ପ୍ରକାଶ କରୁନାହୁଁ । କିନ୍ତୁ ମହିଳା ଜଣକ ପାକିସ୍ତାନର ଗୁପ୍ତଚର ଏଜେନ୍ସି ସହିତ ସିଧାସଳଖ ଜଡିତ ।"

ଏହା ମଧ୍ୟ ପଢନ୍ତୁ-ପିଏମଓ ଅଧିକାରୀ କହି ଲୋକଙ୍କୁ ଲୁଟୁଥିଲେ, ବାନ୍ଧିଲା ୟୁପି STF

ପ୍ରକାଶ ଥାଉକି, ଅଭିଯୁକ୍ତ ଜଣକ ଏକ କୋରିୟର କମ୍ପାନୀରେ କାମ କରୁଥିଲା । ତେଣୁ କାର୍ଯ୍ୟ ସମ୍ବନ୍ଧୀୟ ପୁରା ଭାରତ ଭ୍ରମଣ କରି ସାରିଛି । ପୋଲିସ କହିବା ଅନୁଯାୟୀ, ଅଭିଯୁକ୍ତ ସ୍ୱତନ୍ତ୍ର ସଫ୍ଟୱେୟାର ବ୍ୟବହାର କରି ପାକିସ୍ତାନକୁ ଚିତ୍ର ଏବଂ ଭିଡିଓ ପଠାଉଥିଲା । ବିହାରରେ ରହୁଥିଲେ ମଧ୍ୟ ଭକ୍ତ ବଂଶୀ ଝା ଅନେକ ଥର କୋଲକାତା ଗସ୍ତ କରିଛନ୍ତି ଏବଂ ଗତ ତିନିମାସ ମଧ୍ୟରେ ଝା କୋଲକାତାର ଅନେକ ସ୍ଥାନରେ ରହିଛନ୍ତି । ଏପଟେ ପୋଲିସ୍ କହୁଛି କି, ଏହି ବ୍ୟକ୍ତି ଜଣକ ବିଭିନ୍ନ ସ୍ଥାନର ଫଟୋ ଉଠାଇ ସଫ୍ଟୱେର୍ ମାଧ୍ୟମରେ ପାକିସ୍ତାନରେ ରହୁଥିବା ମହିଳାଙ୍କୁ ପଠାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details