ଓଡିଶା

odisha

By

Published : May 17, 2021, 11:09 PM IST

Updated : May 18, 2021, 8:28 AM IST

ETV Bharat / bharat

TMC ନେତାଙ୍କ ଜାମିନ ଉପରେ କୋଲକାତା ହାଇକୋର୍ଟଙ୍କ ରୋକ

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଚ୍ୟାଲେଞ୍ଜ ପରେ ମାମଲାକୁ ନେଇ ହାଇକୋର୍ଟ ପହଞ୍ଚିଥିଲା ସିବିଆଇ । ବିଭାଗୀୟ ସ୍ବତନ୍ତ୍ର କୋର୍ଟ ସୋମବାର ସଂଧ୍ୟାରେ ସମସ୍ତଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ...

TMC ନେତାଙ୍କ ଜାମିନ ଉପରେ କୋଲକାତା ହାଇକୋର୍ଟଙ୍କ ରୋକ
TMC ନେତାଙ୍କ ଜାମିନ ଉପରେ କୋଲକାତା ହାଇକୋର୍ଟଙ୍କ ରୋକ

କୋଲକାତା:ନାରଦା ଷ୍ଟିଙ୍ଗ ମାମଲାରେ ଗିରଫ ପଶ୍ଚିମବଙ୍ଗର 2 ମନ୍ତ୍ରୀଙ୍କ ସମେତ ରାଜ୍ୟର କ୍ଷମତାସୀନ ତୃଣମୂଳ କଂଗ୍ରେସର 4 ନେତାଙ୍କ ଜାମିନ ଉପରେ ରୋକ ଲଗାଇଲେ କୋଲକାତା ହାଇକୋର୍ଟ । ସୋମବାର ଗିରଫ ପରେ 4 ଟିଏମସି ନେତାଙ୍କୁ ଜାମିନ ଦେଇଥିଲେ ସ୍ବତନ୍ତ୍ର ସିବିଆଇ କୋର୍ଟ ।



ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଚ୍ୟାଲେଞ୍ଜ ପରେ ମାମଲାକୁ ନେଇ ହାଇକୋର୍ଟ ପହଞ୍ଚିଥିଲା ସିବିଆଇ । ବିଭାଗୀୟ ସ୍ବତନ୍ତ୍ର କୋର୍ଟ ସୋମବାର ସଂଧ୍ୟାରେ ସମସ୍ତଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଏହି ଜାମିନକୁ ଚ୍ୟାଲେଞ୍ଜ କରି ଏଜେନ୍ସି କୋଲକାତା ହାଇକୋର୍ଟକୁ ମାମଲା ନେଇଥିଲେ । ତେବେ ହାଇକୋର୍ଟ ସେମାନଙ୍କ ଜାମିନ ଉପରେ ରୋକ ଲଗାଇବା ସହିତ ସେମାନଙ୍କୁ ପ୍ରେସିଡେନ୍ସି କୋର୍ଟକୁ ପଠାଇଛି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ବୁଧବାର ହେବ । ମନ୍ତ୍ରୀ ସୁବ୍ରତ ମୁଖାର୍ଜୀ, ଫିରହାଦ ହାକିମ, ବିଧାୟକ ମଦନ ମିତ୍ର ଓ ପୂର୍ବତନ କୋଲକାତା ମେୟର ଶୋଭନ ଚାଟାର୍ଜୀଙ୍କୁ ଗିରଫ କରିଥିଲା ସିବିଆଇ ।



ତୃଣମୂଳ କଂଗ୍ରେସ ନେତାଙ୍କ ଗିରଫ ପରେ କୋଲକାତା ନିଜାମ ପ୍ୟାଲେସ ସ୍ଥିତ ସିବିଆଇ କାର୍ଯ୍ୟାଳୟ ବାହାରେ ତୃଣମୂଳ କଂଗ୍ରେସ ସମର୍ଥକଙ୍କ ପ୍ରବଳ ହଙ୍ଗାମା ଦେଖିବାକୁ ମିଳିଥିଲା । ଖୋଦ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସେଠାରେ ପହଞ୍ଚି ତାଙ୍କୁ ମଧ୍ୟ ଗିରଫ କରାଯାଉ ବୋଲି ସିବିଆଇକୁ ଚ୍ୟାଲେଞ୍ଜ କରି କହିଥିଲେ ମମତା ।



ଦୀର୍ଘ 6 ଘଣ୍ଟାର ହାଇଡ୍ରାମା ପରେ ସିବିଆଇ କାର୍ଯ୍ୟାଳୟରୁ ବାହାରିଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସିବିଆଇ ଅଫିସରୁ ବାହାରିବା ପରେ ମମତା କହିଛନ୍ତି, କୋର୍ଟ ଏହାର ନିଷ୍ପତ୍ତି ନେବେ ।

Last Updated : May 18, 2021, 8:28 AM IST

ABOUT THE AUTHOR

...view details