ହାଇଦ୍ରାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) ତିନୋଟି ନୂତନ କୃଷି ଆଇନକୁ ପ୍ରତ୍ୟାହାର (Farm laws repealed) କରିବା ନେଇ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଗାମୀ ସଂସଦ ଅଧିବେଶନ (Parliament winter session) ରେ ଏହି ଆଇନକୁ ପ୍ରତ୍ୟାହାର କରିବା ପାଇଁ ସମସ୍ତ ପ୍ରକାରର କାର୍ଯ୍ୟ କରାଯିବ ବୋଲି ପିଏମ ମୋଦି ଘୋଷଣା କରିଛନ୍ତି ।
୧୪ ସେପ୍ଟେମ୍ବର ୨୦୨୦ ଯେଉଁ ଦିନ ସଂସଦରେ ନୂତନ କୃଷି ଆଇନର ଅଧ୍ୟାଦେଶକୁ ସଂସଦରେ ଉପସ୍ଥାପିତ କରାଯାଇଥିଲା । ୧୭ ସେପ୍ଟେମ୍ବରରେ ଏହି ଅଧ୍ୟଦେଶକୁ ଲୋକସଭା ଓ ୨୦ ସେପ୍ଟେମ୍ବରରେ ରାଜ୍ୟସଭାକୁ ପାରିତ କରାଯାଇଥିଲା । ଏହି ସମୟରେ କୃଷକଙ୍କ ମଧ୍ୟରେ ଆନ୍ଦୋଳନ ଦାନା ବାନ୍ଧିସାରିଥିଲା । ଖାସକରି ପଞ୍ଜାବରେ ଏହାର ପ୍ରଭାବ ଦେଶରେ ପ୍ରଥମେ ଦେଖାଦେଇଥିଲା । ଏହା ପରେ ସାରା ଦେଶରେ ବିଭିନ୍ନ ଅଞ୍ଚଳରେ ତିନୋଟି କୃଷି ଆଇନକୁ ବିରୋଧ କରାଯାଇଥିଲା ।
ଦେଖନ୍ତୁ ଚାଷୀ ଆନ୍ଦୋଳନରେ କେଉଁ ଦିନ କଣ ଘଟିଥିଲା:-
- ୧୪ ସେପ୍ଟେମ୍ବର ୨୦୨୦ : ନୂତନ କୃଷି ଆଇନକୁ ନେଇ ସଂସଦରେ ଅଧ୍ୟାଦେଶ
- ୧୭ ସେପ୍ଟେମ୍ବର ୨୦୨୦ : ନୂତନ କୃଷି ଅଧ୍ୟାଦେଶ ଲୋକସଭାରେ ପାରିତ
- ୨୦ ସେପ୍ଟେମ୍ବର ୨୦୨୦ : ରାଜ୍ୟସଭାରେ ପାରିତ
- ୨୪ ସେପ୍ଟେମ୍ବର ୨୦୨୦ : ପଞ୍ଜାବରେ କୃଷକମାନେ କଲେ ତିନି ଦିନ ରେଳରୋକ, ଆନ୍ଦୋଳନ
- ୨୭ ସେପ୍ଟେମ୍ବର ୨୦୨୦ : ରାଷ୍ଟ୍ରପତିଙ୍କ ହସ୍ତାକ୍ଷର ପରେ ଆଇନରେ ପରିଣତ ହେଲା
- ୩ ନଭେମ୍ବର ୨୦୨୦: ଦେଶବ୍ୟାପୀ କୃଷକଙ୍କ ଧର୍ମଘଟ
- ୧୩ ନଭେମ୍ବର ୨୦୨୦: କୃଷକ ସଂଗଠନ ଓ କେନ୍ଦ୍ର ସରକାର ମଧ୍ୟ କଥାବାର୍ତ୍ତା ଆରମ୍ଭ
- ୨୫ ନଭେମ୍ବର ୨୦୨୦: କୃଷିକଙ୍କ 'ଦିଲ୍ଲୀ ଚାଲୋ' ଡାକରା
- ୨୬ ନଭେମ୍ବର ୨୦୨୦: ଦିଲ୍ଲୀରେ ଚାଷୀ ମାନେ ହେଲେ ଏକତ୍ର
- ୨୮ ନଭେମ୍ବର 2020 : ବୁରାଡିରେ କୃଷକକୁ ଏକତ୍ର ପାଇଁ ପ୍ରଶାସନର ମଞ୍ଜୁରୀ, ଯନ୍ତରମନ୍ତର ଯିବା ପାଇଁ ଅଡିବସିଲେ ଚାଷୀ
- ୩ ଡିସେମ୍ବର ୨୦୨୦: କୃଷକ ଓ କେନ୍ଦ୍ର ସରକାର ମଧ୍ୟରେ ଆଲୋଚନା ଆରମ୍ଭ
- ୫ ଡିସେମ୍ବର ୨୦୨୦: ଦ୍ବିତୀୟ ପର୍ଯ୍ୟାୟ ଆଲୋଚନା ବିଫଳ
- ୮ ଡିସେମ୍ବର ୨୦୨୦: କୃଷକଙ୍କ ଭାରତ ବନ୍ଦ ଡାକରା
- ୧୧ ଡିସେମ୍ବର ୨୦୨୦: ଭାରତୀୟ କୃଷକ ସଂଘ (BKU) ସୁପ୍ରିମକୋର୍ଟରେ ପହଞ୍ଚିଲା
- ୧୬ ଡିସେମ୍ବର ୨୦୨୦: କୃଷି ଆଇନକୁ ନେଇ କମିଟି ଗଠନ ପାଇଁ ସୁପ୍ରିମକୋର୍ଟ ଆଦେଶ
- ୨୧ ଡିସେମ୍ବର ୨୦୨୦: ଗୋଟିଏ ଦିନର ଆମରଣ ଅନଶନ
- ୩୦ ଡିସେମ୍ବର ୨୦୨୦: କୃଷକ ଓ କେନ୍ଦ୍ର ସରକାରଙ୍କ ଷଷ୍ଠ ଆଲୋଚନା
- ୪ ଜାନୁୟାରୀ ୨୦୨୧: କୃଷକ ଓ କେନ୍ଦ୍ର ସରକାର ମଧ୍ୟରେ ସପ୍ତମ ବୈଠକ
- ୧୧ ଜାନୁୟାରୀ ୨୦୨୧: ସୁପ୍ରିମକୋର୍ଟର ଆଦେଶରେ ପୂର୍ବତନ ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ କମିଟି ଗଠନ
- ୧୨ ଜାନୁୟାରୀ ୨୦୧21: ନୂତନ କୃଷି ଆଇନକୁ ସ୍ଥଗିତ କଲା ସୁପ୍ରିମକୋର୍ଟ, ୪ ସଦସ୍ୟ ବିଶିଷ୍ଟ କମିଟି ଗଠନ
- ୨୬ ଜାନୁୟାରୀ ୨୦୨୧: ଟ୍ରାକ୍ଟର ରାଲିବେଳେ କୃଷକ ଓ ପୋଲିସ ମୁହାଁମୁହିଁ
- ୨୮ ଜାନୁୟାରୀ ୨୦୨୧: ଗାଜିପୁର ବର୍ଡରରେ କୃଷକଙ୍କୁ ହଟାଇବା ପାଇଁ ଉଦ୍ୟମ
- ୨ ଫେବୃୟାରୀ ୨୦୨୧: ପୋପ ସିଙ୍ଗର ରିହାନା କୃଷକଙ୍କ ସମର୍ଥନରେ କଲେ ଟ୍ବିଟ
- ୫ ଫେବୃୟାରୀ ୨୦୨୧: ଟୁଲକିଟ ମାମଲାର ପ୍ରବେଶ, ଦିଲ୍ଲୀରେ ମାମଲା ରୁଜୁ
- ୬ ଫେବୃୟାରୀ 2021 : ଦେଶସାରା କୃଷକଙ୍କ ୩ ଘଣ୍ଟା ଚକାଜାମ ଆନ୍ଦୋଳନ
- ୬ ମାର୍ଚ୍ଚ ୨୦୨୧: କୃଷକ ଆନ୍ଦଳନକୁ ୧୦୦ ଦିନ
- ୭ ଜୁଲାଇ: ସଂସଦ ନିକଟରେ 'କୃଷକ ସଂସଦ' କଲେ ଆନ୍ଦୋଳନକାରୀ
- ୭ ଅଗଷ୍ଟ ୨୦୨୧ ; କୃଷକ ନେତାଙ୍କ କୃଷକ ସଂସଦରେ ସାମିଲ ହେଲେ ୧୪ ବିରୋଧୀ ଦଳ
- ୨୮ ଅଗଷ୍ଟ ୨୦୨୧: କର୍ଣ୍ଣାଲରେ ଚାଷୀଙ୍କ ଉପରେ ଲାଠିଚାର୍ଜ
- ୫ ସେପ୍ଟେମ୍ବର ୨୦୨୧: ମୁଜାଫରନଗରରେ କୃଷକଙ୍କ ଆନ୍ଦୋଳନ
- ୩ ଅକ୍ଟୋବର ୨୦୨୧: ଲଖିମପୁର ଖେରୀ ହିଂସା
- ୮ ନଭେମ୍ବର ୨୦୨୧: ସଂସଦର ଶୀତକାଳୀନ ଅଧିବେଶନରେ କୃଷକଙ୍କ ଟ୍ରାକ୍ଟର ରାଲି ଘୋଷଣା
- ୧୯ ନଭେମ୍ବର ୨୦୨୧: ତିନୋଟି କୃଷି ଆଇନକୁ ପିଏମ ମୋଦିଙ୍କ ପ୍ରତ୍ୟାହାର ଘୋଷଣା
କଣ ଥିଲା ତିନୋଟି କୃଷି ଆଇନ ?
୧.କୃଷି ଦ୍ରବ୍ୟ ବ୍ୟାପାର ଏବଂ ବାଣିଜ୍ୟ (ସଂଶୋଧନ ଏବଂ ସୁବିଧା) ବିଧେୟକ, ୨୦୨୦ ଏହି ଆଇନ ଅନୁସାରେ ଚାଷୀ ସରକାରୀ ମଣ୍ଡି ବ୍ୟତିତ ବାହାର ମଣ୍ଡିରେ ମଧ୍ୟ ବିକ୍ରୟ କରିପାରିବ। ସରକାରଙ୍କ ଅନୁସାରେ ଚାଷୀ ନିଜ ଫସଲ କୌଣସି ବେସରକାରୀ ସଂସ୍ଥାକୁ ଉଚ୍ଚଦରରେ ବିକ୍ରୟ କରିପାରିବେ। ଏହି ଆଇନ ଯୋଗୁଁ କୃଷକଙ୍କ ବିକ୍ରୟ ବକଳ୍ପ ବୃଦ୍ଧି ପାଇବ।