ଓଡିଶା

odisha

By

Published : Jan 8, 2022, 9:51 PM IST

ETV Bharat / bharat

SPG କଣ ? ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ଏହାର ଭୂମିକା, ବର୍ଷକୁ ଖର୍ଚ୍ଚ ହୁଏ କେତେ କୋଟି

ଦେଶ ଠୁ ବିଦେଶ ସବୁଠି ଚର୍ଚ୍ଚାରେ ଭାରତର ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ଖବର । ପିଏମ ନରେନ୍ଦ୍ର ମୋଦି ଫ୍ଲାଏ ଓଭରରେ 20 ମିନିଟ ଫସି ରହିବାକୁ ନେଇ ତନାଘନା । ଏସବୁ ମଧ୍ୟରେ ସ୍ପେଶାଲ ପ୍ରୋଟେକସନ୍ ଗ୍ରୁପ ବା SPG ସୁରକ୍ଷାକୁ ନେଇ ଉଠିଛି ବିରାଟ ପ୍ରଶ୍ନ । ଜାଣନ୍ତୁ ଏହି SPG କଣ ?

SPG କଣ, ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ଏହାର ଭୂମିକା କଣ SPG କଣ ?
SPG କଣ, ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ଏହାର ଭୂମିକା କଣ SPG କଣ ?

ହାଇଦ୍ରାବାଦ: ଦେଶ ଠୁ ବିଦେଶ ସବୁଠି ଚର୍ଚ୍ଚାରେ ଭାରତର ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ଖବର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ଲାଏ ଓଭରରେ 20 ମିନିଟ ଫସି ରହିବାକୁ ନେଇ ନାନା କଳ୍ପନା ଜଳ୍ପନା । ବାସ୍ତବରେ ମୋଦିଙ୍କ ପଞ୍ଜାବ ଗସ୍ତ ସମୟରେ ଘଟିଥିଲା କଣ ? କେଉଁ କାରଣରୁ ପ୍ରଧାନମନ୍ତ୍ରୀ କାର୍ଯ୍ୟକ୍ରମ ବାତିଲ୍ କରି ଫେରି ଆସିଲେ ? ସୁରକ୍ଷାରେ ତ୍ରୁଟି କିପରି ଘଟିଲା ? ତ୍ରୁଟି ପଛର ଉଦ୍ଦେଶ୍ୟ କଣ ? ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା କଣ ଏତେ କମଜୋର ଥିଲା ଯେ, ତାଙ୍କୁ କାର୍ଯ୍ୟକ୍ରମ ବାତିଲ୍ କରିବାକୁ ପଡିଲା । ଏସବୁ ମଧ୍ୟରେ ସ୍ପେଶାଲ ପ୍ରୋଟେକସନ୍ ଗ୍ରୁପ (Special Protection Group) ବା SPG ସୁରକ୍ଷାକୁ ନେଇ ଉଠିଛି ବିରାଟ ପ୍ରଶ୍ନ ।

ତେବେ SPG ସୁରକ୍ଷା କଣ ପ୍ରଥମେ ତା ଉପରେ ଟିକେ ନଜର ପକାନ୍ତୁ...

ଭାରତରେ SPG ହେଉଛି ଏକ ସର୍ବଶ୍ରେଷ୍ଠ ସୁରକ୍ଷା ପ୍ରଦାତ୍ତ ସଂସ୍ଥା । ଉଭୟ ଭାରତ ତଥା ବିଦେଶରେ ପ୍ରଧାନମନ୍ତ୍ରୀଙ୍କୁ ତଥା ତାଙ୍କ ସରକାରୀ ବାସଭବନରେ ରହୁଥିବା ତାଙ୍କ ପରିବାର ସଦସ୍ୟଙ୍କୁ SPG ସୁରକ୍ଷା ଦେଇଥାଏ । 1988 ରେ ଭାରତ ସଂସଦର ଏକ ଅଧିନିୟମ ଦ୍ୱାରା ଏହି ଏଜେନ୍ସି ଗଠନ କରାଯାଇଥିଲା । ପୂର୍ବତନ ପ୍ରଧାନମନ୍ତ୍ରୀ ରାଜିବ ଗାନ୍ଧୀଙ୍କୁ ହତ୍ୟା ପରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହା ଆରମ୍ଭ ହୋଇଥିଲା ।

ମାତ୍ର 2019 ରେ, ଆଇନରେ ସଂଶୋଧନ କରାଯାଇଛି । SPG ସୁରକ୍ଷା କେବଳ ଭାରତର ପ୍ରଧାନମନ୍ତ୍ରୀଙ୍କ ପାଇଁ ଉପଲବ୍ଧ ରହିଛି । ରାଜୀବ ଗାନ୍ଧୀଙ୍କ ହତ୍ୟା ପରେ ଏହି ସୁରକ୍ଷା ଗାନ୍ଧୀ ପରିବାରକୁ ମିଳିଥିଲା । ମାତ୍ର 2019 ରେ, ଆଇନରେ ସଂଶୋଧନ କରାଯାଇ ଏହା କେବଳ ପ୍ରଧାନମନ୍ତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ରହିଛି । ଦକ୍ଷିଣ-ପଶ୍ଚିମ ଦିଲ୍ଲୀର ଦ୍ୱାରକା ଠାରେ SPG ମୁଖ୍ୟ କାର୍ଯ୍ୟାଳୟ । ଏହାର କର୍ମଚାରୀଙ୍କୁ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ ଦ୍ବାରା ନିଯୁକ୍ତ କରାଯାଇଥାଏ । ଏଥିରେ ଉଭୟ ପୁରୁଷ ଓ ମହିଳା ସାମିଲ୍ ହୋଇପାରିବେ ।

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ କଣ କରେ SPG ?

SPG ସର୍ବଦା ପ୍ରଧାନମନ୍ତ୍ରୀଙ୍କ ଆଖପାଖରେ ରହିଥାଏ ଏବଂ ତାଙ୍କୁ ସୁରକ୍ଷା ଯୋଗାଏ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ SPG କୁ ଏକ ବ୍ଲୁ ବୁକ୍ 'Blue Book' ଦିଆଯାଇଥାଏ । ବ୍ଲୁ ବୁକ୍ ନିର୍ଦ୍ଦେଶ ମୁତାବକ କାମ କରେ SPG । ପ୍ରଧାନମନ୍ତ୍ରୀଙ୍କ କୌଣସି ଗସ୍ତର ତିନି ଦିନ ପୂର୍ବରୁ SPG ସମ୍ପୃକ୍ତ ରାଜ୍ୟର ଇଣ୍ଟେଲିଜେନ୍ସ ବ୍ୟୁରୋ ଅଧିକାରୀ, ରାଜ୍ୟ ପୋଲିସ ଅଧିକାରୀ ଏବଂ ସମ୍ପୃକ୍ତ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ସମେତ ଏହି ଘଟଣାର ସୁରକ୍ଷା ସହ ଜଡିତ ସମସ୍ତଙ୍କ ସହ ଯୋଗାଯୋଗ କରିଥାଏ ।

ଏହି ବୈଠକରେ, ଛୋଟ ବଡ ସବୁ ବିବରଣୀ ଦିଆଯାଇଥାଏ । ପ୍ରଧାନମନ୍ତ୍ରୀଙ୍କ ଯାତ୍ରା ଏବଂ ସୁରକ୍ଷା ବାବଦରେ ସ୍ଥାନୀୟ ଗୁପ୍ତଚର ସହିତ ଆଲୋଚନା କରାଯାଏ । କୌଣସି ଜରୁରୀକାଳୀନ ପରିସ୍ଥିତି ପାଇଁ ସବୁ ସ୍ତରରେ ଏଜେନ୍ସି ଦ୍ୱାରା ଯୋଜନା ପ୍ରସ୍ତୁତ କରେ SPG ।

SPG ପାଖରେ ଥାଏ କଣ ?

SPG କମାଣ୍ଡରଙ୍କ ନିକଟରେ ଥାଏ ଘାତକ FNF ଆସଲ୍ଟ ରାଇଫଲ୍ ସହ ସ୍ବୟଂଚାଳିତ ବନ୍ଧୁକ । ବେଲଜିୟମର FNF 2000 ଏବଂ FNP 90 ଆସଲ୍ଟ ରାଇଫଲ ଥାଏ ଏହି କମାଣ୍ଡରଙ୍କ ନିକଟରେ । ଘାତକ FNF 2000 ଗୋଟିଏ ମିନିଟରେ 850 ରାଉଣ୍ଡ ଗୁଳି ଚାଳନା କରିବା ସାଙ୍ଗକୁ ଏହାର ରେଞ୍ଜ 500 ମିଟର ପର୍ଯ୍ୟନ୍ତ ରହିଥାଏ । ଶତ୍ରୁ ପକ୍ଷର କଡା ମୁକାବିଲା ପାଇଁ ଏହା ସର୍ବଦା ଉଭୟ ସେମି ଏବଂ ଫୁଲି ଅଟୋମେଟିକ ମୋଡରେ ଥାଏ । ସେହିପରି FNP 90 ରାଇଫଲର ରେଞ୍ଜ ମଧ୍ୟ ବେଶ୍ ଶକ୍ତିଶାଳୀ । ଏହା ଗୋଟିଏ ମିନିଟରେ 900 ଗୁଳି ଚାଳନା କରିପାରେ ଏବଂ ଏହାର ରେଞ୍ଜ 200 ମିଟର ରହିଛି ।

ଏହା ଛଡା SPG କମାଣ୍ଡର ପିନ୍ଧୁଥିବା ଜୋତା ଠୁ ଚଷମା ସବୁକିଛି ଖାସ୍ ହୋଇଥାଏ । ଏହି କମାଣ୍ଡରମାନେ ପିନ୍ଧୁଥିବା ଯୋତା ମଧ୍ୟ ଉଚ୍ଚ ମାନର, ଯାହା ସେମାନଙ୍କୁ ଖସିବାରୁ ରକ୍ଷା କରିଥାଏ । ମଜଭୂତ ଗ୍ଲୋବ୍ସ ପିନ୍ଧିଥାନ୍ତି SPG କମାଣ୍ଡର । ଛୋଟ, ବଡ ଆଘାତରେ ସୁରକ୍ଷା ଦେଇଥାଏ ଏହି ଗ୍ଲୋବ୍ସ । ସେହିପରି କମାଣ୍ଡରଙ୍କ ଚଷମାରେ ମଧ୍ୟ ବିଶେଷତ୍ବ ରହିଛି । ଏହି ହାଇ କ୍ବାଲିଟି ଚଷାମା ସେମାନଙ୍କ ଆଖିକୁ ସୁରକ୍ଷା ଦେବାରେ ବଡ ଭୂମିକା ନିଭାଇଥାଏ ।

SPG ପାଇଁ ଖର୍ଚ୍ଚ ହୁଏ କେତେ ?

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ବର୍ଷକୁ SPG ପାଇଁ ଖର୍ଚ୍ଚ ହୁଏ ପାଖାପାଖି 600 କୋଟି । ଅର୍ଥାତ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ଦିନକୁ 1 କୋଟି 62 ଲକ୍ଷ ଖର୍ଚ୍ଚ ହେଉଛି । ସମ୍ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହେଉଛନ୍ତି ଏକମାତ୍ର ବ୍ୟକ୍ତି, ଯିଏକି SPG ଦ୍ୱାରା ସୁରକ୍ଷିତ ଅଛନ୍ତି ଯେଉଁଥିରେ ପ୍ରାୟ 3000 କର୍ମଚାରୀ ରହିଛନ୍ତି । ସ୍ୱତନ୍ତ୍ର ସୁରକ୍ଷା ଗୋଷ୍ଠୀ ବା ସ୍ପେଶାଲ ପ୍ରୋଟେକ୍ସନ ଗ୍ରୁପ ପାଇଁ କେନ୍ଦ୍ରୀୟ ବଜେଟ୍ 2020-21 ଆବଣ୍ଟନ ପ୍ରାୟ 600 କୋଟି ଟଙ୍କାକୁ ବୃଦ୍ଧି ପାଇଛି, ଯାହା ପୂର୍ବରୁ 540 କୋଟି ଥିଲା । ବଜେଟ୍ ଡକ୍ୟୁମେଣ୍ଟ୍ ଅନୁଯାୟୀ, ଆର୍ଥିକ ବର୍ଷ 21 ପାଇଁ SPG କୁ 592.5 କୋଟି ଟଙ୍କା ଆବଣ୍ଟନ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details