ଓଡିଶା

odisha

ETV Bharat / bharat

Manipur Controversy: ମୈତେଇଙ୍କଠୁ ନାଗା-କୁକିଙ୍କୁ କଣ ରହିଛି ସମସ୍ୟା, କାହିଁକି ଜଳୁଛି ମଣିପୁର ?

ହିଂସାକାଣ୍ଡରେ ଜଳୁଛି ମଣିପୁର । ରାଜ୍ୟରେ ପାହାଡି ଓ ଘାଟି ବାସୀଙ୍କ ମଧ୍ୟରେ ବିବାଦ ଉପୁଜିଛି । ତେବେ ମୈତେଇଙ୍କଠୁ ନାଗା-କୁକିଙ୍କୁ କଣ ରହିଛି ସମସ୍ୟା, କାହିଁକି ଜଳୁଛି ମଣିପୁର ? ଏହାର କାରଣ ଜାଣିବା ଲାଗି ପଢନ୍ତୁ ସମ୍ପୂର୍ଣ୍ଣ ଖବର

Manipur Controversy
Manipur Controversy

By

Published : May 5, 2023, 8:23 PM IST

ହାଇଦ୍ରାବାଦ: ଅଚାନକ ସମସ୍ତ ଗଣମାଧ୍ୟମର ଶିରୋନାମା ପାଲଟିଛି ମଣିପୁର ଦଙ୍ଗା । ଗତ କିଛି ଦିନ ଧରି ଜଳୁଛି ମଣିପୁର । ହୋହାଲ୍ଲା, ଜଳାପୋଡ଼ା ମଧ୍ୟରେ ରାଜ୍ୟବାସୀ ଅସ୍ତବ୍ୟସ୍ତ ପ୍ରାୟ । ରାଜ୍ୟର ପାହାଡି ଓ ଉପତ୍ୟକା ଅଞ୍ଚଳବାସୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ଯୋଗୁଁ ରାଜ୍ୟରେ ଏପରି ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି । ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ଲାଗି ରାଜ୍ୟରେ ସ୍ଥାନେସ୍ଥାନେ ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ମଧ୍ୟ ପୁରା ସ୍ଥିତି ଉପରେ ନଜର ରଖିଛନ୍ତି । ଏପରିକି ଶାହ ନିଜ କର୍ଣ୍ଣାଟକ ଗସ୍ତକୁ ବାତିଲ କରି ଲଗାତାର ମଣିପୁର ମୁଖ୍ୟମନ୍ତ୍ରୀ ଏନ.ବିରେନଙ୍କ ସହିତ ଯୋଗାଯୋଗରେ ରହିଛନ୍ତି । ଆସନ୍ତୁ ଜାଣିବା କାହିଁକି ମଣିପୁରରେ ସୃଷ୍ଟି ହୋଇଛି ଏପରି ସ୍ଥିତି ।

ଅନ୍ୟ ରାଜ୍ୟ ତୁଳନାରେ ମଣିପୁରର ଭୌଗୌଳିକ ସ୍ଥିତି ଭିନ୍ନ । ରାଜ୍ୟକୁ ଚତୁଃପାର୍ଶ୍ବରୁ ପାହାଡ ଘେରି ରହିଥିବା ବେଳେ ମଧ୍ୟପାର୍ଶ୍ବରେ ରହିଛି ଘାଟି । ଏହି ଘାଟି ମଧ୍ୟରେ ଅଧିକ ସଂଖ୍ୟକ ଲୋକ ବାସ କରନ୍ତି । ପାହାଡ଼ ଉପରେ ମୁଖ୍ୟତଃ ଅନୁସୂଚିତ ସମ୍ପ୍ରଦାୟର ଲୋକେ ବାସ କରନ୍ତି । ଏହି ଘାଟିର ମାଟି ଉର୍ବର ହୋଇଥିବା ବେଳେ ପୁରା ରାଜ୍ୟର ଭୌଗୋଳିକ କ୍ଷେତ୍ରର ମାତ୍ର ୧୦ ପ୍ରତିଶତ । ଘାଟିରେ ରହୁଥିବା ସମସ୍ତ ଜନସଂଖ୍ୟା ମଧ୍ୟରୁ ଅଧିକାଂଶ ମୈତେଇ ସମ୍ପ୍ରଦାୟର ଲୋକେ ବାସ କରନ୍ତି । ରାଜ୍ୟର ମୋଟ ଜନସଂଖ୍ୟାରୁ ଏମାନଙ୍କ ସଂଖ୍ୟା ପ୍ରାୟ ୬୦ ପ୍ରତିଶତ । ମଣିପୁର ମୋଟ ବିଧାନସଭା ଆସନ ୬୦ରୁ ୪୦ ସିଟ ଏଠାରେ ହିଁ ରହିଛି । ଘାଟିର ଅଧିକାଂଶ ଲୋକ ହିନ୍ଦୁ ସମ୍ପ୍ରଦାୟର ହୋଇଥିବା ବେଳେ ଏହା ତଳକୁ ରହିଛନ୍ତି ମୁସଲିମ ସମ୍ପ୍ରଦାୟ ।

ଏହା ବି ପଢନ୍ତୁ- Manipur violence: ଦଙ୍ଗାରେ ଜଳୁଛି ମଣିପୁର, ଖୋଲା ଆକାଶ ତଳେ ହିଂସା ପ୍ରଭାବିତ

ଏହାର ଅନ୍ୟ ଅର୍ଥ ହେଉଛି ରାଜ୍ୟରେ ୯୦ ପ୍ରତିଶତ ଭୌଗୋଳିକ କ୍ଷେତ୍ରରେ ପାହାଡ଼ିଆ ଅଞ୍ଚଳବାସୀ ବାସ ରହିଥାନ୍ତି । ଜନସଂଖ୍ୟା ହିସାବରେ ଏମାନେ ୪୦ ପ୍ରତିଶତ । ଏଠାରେ ଭିନ୍ନଭିନ୍ନ ପ୍ରକାର ଜନଜାତି ବାସ କରିଥାଆନ୍ତି । ଏଠାକାର ଅଧିକାଂଶ ଲୋକେ ନାଗା ଓ କୁକି ଜନଜାତିର ହୋଇଥାନ୍ତି । କିଛି ଲୋକେ ମିଆଁମାରର ମୂଳ ଅଧିବାସୀ କୁକି ବୋଲି ମଧ୍ୟ ଜଣାପଡ଼ିଛି । ଏମାନେ ଈଶାଇ ଧର୍ମ ପାଳନ କରିଥାଆନ୍ତି । ମଣିପୁରରେ ୩୩ ସ୍ବୀକୃତିପ୍ରାପ୍ତ ଜନଜାତି ରହିଛନ୍ତି ।

ବିବାଦର କାରଣ କଣ :- ମଣିପୁର ହାଇକୋର୍ଟ ଏପ୍ରିଲ ୧୯ ତାରିଖରେ ଏକ ରାୟ ଶୁଣାଇଥିଲେ । ଏଥିରେ କୋର୍ଟ ରାଜ୍ୟ ସରକାରଙ୍କୁ ୪ ସପ୍ତାହ ମଧ୍ୟରେ ମୈତେଇ ସମ୍ପ୍ରଦାୟକୁ ଅନୁସୂଚିତ ଜାତି ତାଲିକାରେ ଅନ୍ତର୍ଭୁକ୍ତ କରିବା ଲାଗି କେନ୍ଦ୍ର ସରକାରଙ୍କୁ ସୁପାରିଶ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ଆଦେଶ ପାରିତ କରିବା ବେଳେ କୋର୍ଟ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ଚିଠିକୁ ମଧ୍ୟ ଉଲ୍ଲେଖ କରିଥିଲେ । ଯେଉଁଥିରେ ମନ୍ତ୍ରଣାଳୟ ଏକ ବିଶେଷ ସୁପାରିଶ କରିଥିଲା । ଏଥିରେ ସାମାଜିକ-ଅର୍ଥନୈତିକ ସର୍ଭେ ଏବଂ ଏଥନୋଗ୍ରାଫିକ୍ ରିପୋର୍ଟ ଅନ୍ତର୍ଭୁକ୍ତ କରିବାକୁ କୁହାଯାଇଥିଲା । ଏହି ଚିଠି ୨୦୧୩ରେ ଲେଖାଯାଇଥିଲା । ହେଲେ ଏହାପୂର୍ବରୁ ୨୦୧୨ରେ ମୈତେଇକୁ STରେ ଅନ୍ତର୍ଭୁକ୍ତ କରିବା ଲାଗି ଏସଟି ଡିମାଣ୍ଡ କମିଟି ଅନୁରୋଧ କରିଥିଲା ।

ହାଇକୋର୍ଟରେ ମୈତେଇ ସମ୍ପ୍ରଦାୟ ନିଜ ପକ୍ଷ ରଖି ଦାବି କରିଛି ଯେ ୧୯୪୯ ମସିହାରେ ଯେତେବେଳେ ମଣିପୁରକୁ ଭାରତ ଅବିଚ୍ଛିନ୍ନ ଅଂଶ ଭାବେ ଘୋଷଣା କରାଯାଇଥିଲା, ସେତେବେଳେ ଏହି ସମ୍ପ୍ରଦାୟକୁ ଜନଜାତି ଭାବେ ପରିଗଣନା କରାଯାଉଥିଲା । ସେମାନେ ସେହି ପୁରୁଣା ମାନ୍ୟତା ଫେରିପାଇବା ଲାଗି ଚାହୁଁଛନ୍ତି । ସେମାନଙ୍କ ସଂସ୍କୃତି, ପରମ୍ପରା, ଭାଷା ଅକ୍ଷୁଣ୍ଣ ରହିବା ଲାଗି ଏସଟି ତାଲିକାରେ ସାମିଲ ହେବା ଜରୁରୀ । ମୈତେଇ ସମ୍ପ୍ରଦାୟ ଭାବେ ସେମାନେ ସାମ୍ବିଧାନିକ ଅଧିକାର ଚାହୁଛନ୍ତି । ଫଳରେ ଭବିଷ୍ୟତରେ ବାହାରୁ ଆସୁଥିବା ସମ୍ପ୍ରଦାୟ ଦ୍ବାରା ଯେପରି କୌଣସି ବିପଦ ରହିବ ନାହିଁ ।

ବିରୋଧର କାରଣ କଣ:-ପାହାଡି ଅଞ୍ଚଳବାସୀଙ୍କ ଅନୁସାର ମୈତେଇ ପୂର୍ବରୁ ହିଁ ସମସ୍ତ ସୁବିଧା ପାଇ ଆସୁଛନ୍ତି । ରାଜ୍ୟରେ ମୈତେଇ ସମ୍ପ୍ରଦାୟର ଜନସଂଖ୍ୟା ଅଧିକ ହୋଇଥିବା ବେଳେ ସେମାନଙ୍କୁ ଚାକିରି କ୍ଷେତ୍ରରେ ମଧ୍ୟ ଭଲ ପ୍ରଭାବ ରହିଛି । ଯଦି ପୁଣି ଏମାନଙ୍କୁ ଅନୁସୂଚିତ ଜାତିରେ ଅନ୍ତର୍ଭୁକ୍ତ କରାଯାଏ, ତେବେ ସେମାନେ ଅଧିକ ଲାଭବାନ ହେବେ । ଫଳରେ ଅଣ-ମୈତେଇ ସମ୍ପ୍ରଦାୟ ପ୍ରଭାବିତ ହେବେ । ସେମାନଙ୍କ ସଂରକ୍ଷଣ ପ୍ରଭାବିତ ହେବ । ମୈତେଇ ସମ୍ପ୍ରଦାୟର ଲୋକେ ପାହାଡ ଉପରେ ଜମି ଅଧିଗ୍ରହଣ କରିବେ । ମୈତେଇ ସମ୍ପ୍ରଦାୟକୁ SC, OBC ଓ EWSରେ ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି ।

ଅନ୍ୟପଟେ ବିରୋଧର ଆଉ ଏକ କାରଣ ମଧ୍ୟ ରହିଛି । ମିଡିଆ ରିପୋର୍ଟ ଅନୁସାରେ ରାଜ୍ୟର ମୁଖ୍ୟମନ୍ତ୍ରୀ ବିରେନ ସିଂ ଦାବାରା ଡ୍ରଗ୍ସ ମାଫିଆଙ୍କ ବିରୋଧରେ ଗ୍ରହଣ କରିଥିବା କାର୍ଯ୍ୟାନୁଷ୍ଠାନକୁ କିଛି ଜନଜାତି ବିରୋଧ କରିଛନ୍ତି । ଏଥିଲାଗି ସେମାନେ ମୁଖ୍ୟମନ୍ତ୍ରୀଙ୍କ ଉପରେ ରାଜନୈତିକ ଆକ୍ରମଣ କରୁଛନ୍ତି । ଡ୍ରଗ୍ସ କାରବାରରେ ସେ ମୁଖ୍ୟ ରୂପରେ ସାମିଲ ଥିବା ବେଳେ ମିଆଁମାର ଅବୈଧ ପ୍ରବେଶକାରୀଙ୍କ ମଧ୍ୟରୁ ଜଣେ । ସେ କୁକି-ଜୋମି ସମ୍ପ୍ରଦାୟର । ଏମାନେ ଜଙ୍ଗଲକୁ କାଟି ଓପିୟମ ଓ ଗଞ୍ଜେଇ ଚାଷ କରୁଛନ୍ତି । ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ମୁଖ୍ୟମନ୍ତ୍ରୀ । କୁକି ଗାଁରୁ ଲୋକଙ୍କୁ ହଟାଇବା ଲାଗି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହେବା ପରେ ଏଭଳି ହିଂସାକାଣ୍ଡ ଉପୁଜୁଛି ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।

ABOUT THE AUTHOR

...view details