ନୂଆଦିଲ୍ଲୀ: ଧରାପୃଷ୍ଠକୁ ଅବତରଣ କରିଛନ୍ତି ଅଗ୍ରପୂଜ୍ୟ । ବିଘ୍ନ ବିନାଶକଙ୍କ ଜନ୍ମତିଥି ଭାବରେ ପାଳନ କରାଯାଏ ଗଣେଶ ପୂଜା । ଗାଁଠୁ ସହର ସହର ସବୁଠି ପୂଜା ପଣ୍ଡାଲ୍ରେ ବିରାଜମାନ ହୋଇଛନ୍ତି ଲମ୍ବୋଦର(history behind lord Ganesh puja) । ଆଲୋକମାଳାରେ ସୁସଜ୍ଜିତ ମଣ୍ଡପ ଗୁଡ଼ିକ ବେଶ୍ ଚିତ୍ତାକର୍ଷକ ହୋଇଛି । ଅନେକ ସ୍ଥାନରେ ପୂଜା ଆରମ୍ଭ ହୋଇ ସାରିଲାଣି । ମନ୍ତ୍ର ଧ୍ବନୀରେ ପ୍ରକମ୍ପିତ ହେଉଛି ସମସ୍ତ ପୂଜା ପଣ୍ଡାଲ ।
ଗଣେଶ ପୂଜା ଇତିହାସ
ହିନ୍ଦୁ ଶାସ୍ତ୍ର ଅନୁଯାୟୀ ପ୍ରତି ବର୍ଷ ଭାଦ୍ରବ ମାସ ଶୁକ୍ଲପକ୍ଷ ଚତୁର୍ଥୀରେ ଅଗ୍ରପୂଜ୍ୟଙ୍କ ଜନ୍ମ ଦିନ ପଡ଼ିଥାଏ । ୧୦ ଦିନ ଧରି ପଣ୍ଡାଲ୍ରେ ପୂଜା ପାଇଥାଆନ୍ତି ଗଣନାଥ । ମହାଦେବ ଶିବ ଓ ଦେବୀ ପାର୍ବତୀଙ୍କ ପୁତ୍ର ହେଉଛନ୍ତି ଗଣେଶ । ସେ ଏକଦନ୍ତ, ବିନାୟକ, ଏଶନପୁତ୍ର, ଗଣଦକ୍ଷ, ମନମୟ, ମହାବାଳା, ଓମ୍କାରା, ସିଦ୍ଧିଦାତା, ଉଦଣ୍ଡ, ବିଘ୍ନେଶ୍ବର, ଯୋଗଦୀପ, ବିଘ୍ନହର୍ତ୍ତା, ବକ୍ରତୁଣ୍ଡ, ଲମ୍ବୋଦର, କ୍ରୀଷ୍ଣାପିଙ୍ଗାକ୍ଷ । ଭାଦ୍ରବ ମାସ ଶୁକ୍ଲପକ୍ଷ ଚତୁର୍ଥୀରେ ଗଣପତି ଜନ୍ମ ଗ୍ରହଣ କରିଥିଲେ ।
ଅଗ୍ରପୂଜ୍ୟ ବରଦାନ
ବେଦରେ ଗଣପତିଙ୍କ ଅର୍ଥ ଅନେକ ବ୍ରହ୍ମାଣ୍ଡର ରକ୍ଷକ ଭାବରେ ବର୍ଣ୍ଣନା କରାଯାଇଛି । ଦେବତାଙ୍କ ମଧ୍ୟରେ ସେ ହେଉଛନ୍ତି ଆଦିଦେବ । ତାଙ୍କ ସଂରଚନାରେ ଏକ ଗୁଢ଼ ଅର୍ଥ ଲୁଚି ରହିଛି । ଚାରିଦିଗରେ ଗଣେଶଙ୍କ ପ୍ରଭାବ ରହିଥିବା ନେଇ ତାଙ୍କ ଚାରିଭୁଜା ଦର୍ଶାଇଥାଏ । ପାର୍ବତୀଙ୍କଠାରୁ ଜନ୍ମ ନେବା ବେଳେ ଗଣେଶଙ୍କ ମୁଖ ସାମାନ୍ୟ ଥିଲା । ଦିନେ ସ୍ନାନ କରିବା ବେଳେ ଗଣେଶଙ୍କୁ ଦ୍ବାରରେ ଜଗିବାକୁ ନିର୍ଦ୍ଦେଶ ଦେଇଥିଲେ ।