ହାଇଦ୍ରାବାଦ: ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଆଜିର ଦିନରେ ୮୫ ବର୍ଷ ପୂର୍ବେ ଜନ୍ମଗ୍ରହଣ କରିଥିଲେ । ଗତ ବର୍ଷ ତାଙ୍କର ମୃତ୍ୟୁ ଘଟିଥିବା ବେଳେ ଆଜି ସାରା ଦେଶରେ ଏହି ସମ୍ମାନଜନକ ବ୍ୟକ୍ତିତ୍ବ ତଥା ରାଜନେତାଙ୍କ ଜନ୍ମ ବାର୍ଷିକୀକୁ ପାଳନ କରାଯାଉଛି । ନିଜ ଜୀବନ କାଳ ମଧ୍ୟରେ ମୁଖାର୍ଜୀ ପ୍ରାୟ ୫ ଦଶନ୍ଧି ଧରି ରାଜନୀତିରେ ଏକ ସଫଳ ନେତା ଭାବେ କାର୍ଯ୍ୟ କରିଥିବା ବେଳେ 'ମ୍ୟାନ୍ ଫର ଅଲ ସିଜନ' ବୋଲି କୁହାଯାଏ । ସେ କଂଗ୍ରେସ ଦଳ ପାଇଁ ମୁଖ୍ୟ ବ୍ୟକ୍ତିତ୍ବ ରହିଥିବା ବେଳେ ୫ ଥର ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ।
ମୁଖାର୍ଜୀ ୨୦୨୦ ମସିହା ଅଗଷ୍ଟ ୩୧ ତାରିଖରେ ୮୪ ବର୍ଷ ବୟସରେ ପ୍ରାଣ ହରାଇଥିଲେ । ସେ କୋରୋନାରେ ଆକ୍ରାନ୍ତ ମଧ୍ୟ ହୋଇଥିଲେ । ଏହାପରେ ବ୍ରେନ ସର୍ଜରୀ ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ଆଜି ଏହି ସଫଳ ରାଜନେତାଙ୍କ ଜନ୍ମ ବାର୍ଷିକୀ ହୋଇଥିବା ବେଳେ ଜାଣନ୍ତୁ ତାଙ୍କ ସମ୍ପର୍କରେ କିଛି ରୋଚକ ତଥ୍ୟ:-
- ମୁଖାର୍ଜୀ ୧୯୩୫ ମସହା ତତ୍କାଳୀନ ବ୍ରିଟିଶ ଇଣ୍ଡିଆ ବେଙ୍ଗଲ ପ୍ରେସିଡେନ୍ସିର(ବର୍ତ୍ତମାନର ପଶ୍ଚିମବଙ୍ଗ) ମିରାତିରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା କାମଦା କିଙ୍କର ମୁଖାର୍ଜୀ ସ୍ବାଧୀନତା ସଂଗ୍ରାମରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।
- ମୁଖାର୍ଜୀ ନିଜ କ୍ୟାରିଅର ପ୍ରଥମ ଭାଗରେ କୋଲକାତାର ଡେପୁଟି ଆକାଉଣ୍ଟାଣ୍ଟ ଜେନେରାଲ ଅଫିସରେ ଉପର-ବିଭାଜନ କିରାଣୀ(upper-division clerk) ଭାବେ କାର୍ଯ୍ୟ କରୁଥିଲେ ।
- ସେ ସହକାରୀ ପ୍ରଫେସର ଭାବରେ ବିଦ୍ୟାନଗର କଲେଜରେ ରାଜନୀତି ବିଜ୍ଞାନ ଶିକ୍ଷା ଦେଇଥିଲେ ।
- ରାଜନୀତିକୁ ପ୍ରବେଶ କରିବା ପୂର୍ବରୁ ସେ ଦେଶେର ଡାକ(Desher Dak)ରେ ସାମ୍ବାଦିକ ଭାବେ କାର୍ଯ୍ୟ କରୁଥିଲେ ।
- 1967 ମସିହାରେ ବଙ୍ଗଳା କଂଗ୍ରେସ ପ୍ରତିଷ୍ଠା କରିବା ପରେ ମୁଖାର୍ଜୀ ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ। 1969 ମସିହାରେ ସେ ପ୍ରଥମ ଥର ପାଇଁ ବଙ୍ଗଳା କଂଗ୍ରେସ ଟିକେଟରେ ରାଜ୍ୟସଭାର ସଦସ୍ୟ ହୋଇଥିଲେ ।
- 1972 ମସିହାରେ ବଙ୍ଗଳା କଂଗ୍ରେସ ଏକ ପୁରୁଣା ଦଳର ମିଶିବା ପରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ମୁଖାର୍ଜୀଙ୍କୁ ଭାରତୀୟ ଜାତୀୟ କଂଗ୍ରେସକୁ ଆଣିଥିଲେ ।
- ଦେଶରେ ଅର୍ଥମନ୍ତ୍ରୀ ଭାବେ ମଧ୍ୟ ପ୍ରଣବଙ୍କୁ ମିଳିଥିଲା ସଫଳତା । ତାଙ୍କୁ Euromoney magazine ୧୯୮୪ ମସିହାରେ ବିଶ୍ବର ସର୍ବଶ୍ରେଷ୍ଠ ଅର୍ଥମନ୍ତ୍ରୀ ଭାବେ ସମ୍ମାନିତ କରିଥିଲେ ।
- ଦେଶରେ ଅର୍ଥମନ୍ତ୍ରୀ ଥିବା ସମୟରେ ପ୍ରଣବ ମନମୋହନ ସିଂଙ୍କୁ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ(Reserve Bank of India)ର ଗଭର୍ଣ୍ଣର ଭାବେ ଚୟନ କରିଥିଲେ ।
- ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ କଂଗ୍ରେସରେ ପ୍ରଣବଙ୍କୁ ଅଣଦେଖା କରାଯିବା ପରେ ସେ ୧୯୮୬ ମସିହାରେ ରାଷ୍ଟ୍ରୀୟ ସମାଜବାଦୀ କଂଗ୍ରେସ(RSC) ନାମରେ ଏକ ଦଳ ଗଢିଥିଲେ । ୩ ବର୍ଷ ପରେ ଏହି ଦଳ କଂଗ୍ରେସରେ ମିଶିଥିଲା ।
- ମନମୋହନ ସିଂଙ୍କ ନେତୃତ୍ବାଧୀନ ୟୁପିଏ ( United Progressive Alliance) ସରକାର ସମୟରେ ପ୍ରଣବ ପ୍ରତିରକ୍ଷା, ଅର୍ଥ ଓ ବୈଦେଶିକ ମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ ।
- 2005 ରୁ 2008 ମଧ୍ୟରେ ଭାରତ-ଆମେରିକା ପରମାଣୁ ଚୁକ୍ତି ପାଇଁ ମୁଖାର୍ଜୀ ନେତୃତ୍ବ ନେଇଥିଲେ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଭାବେ ସେ ଆମେରିକା-ଭାରତ ସିଭିଲ୍ ପରମାଣୁ ଚୁକ୍ତି ସ୍ବାକ୍ଷର କରିବାରେ ମଧ୍ୟ ସଫଳ ହୋଇଥିଲେ ।
- ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ(Mumbai terror attack) ସେ ପାକିସ୍ତାନ ବିରୋଧରେ ବିଶ୍ବରେ ନିଜର ବଳିଷ୍ଠ ମତ ରଖିଥିଲେ । ଏହାସହିତ ରାଷ୍ଟ୍ରପତି ଭାବେ ଅଜମଲ କଶାବ ଓ ଅଫଜଲ ଗୁରୁଙ୍କୁ ମିଶାଇ ମୋଟ ୭ଟି ଦୟା ନିବେଦନ(Mercy Petition)କୁ ସେ ଖାରଜ କରିଥିଲେ ।
- ମୁଖାର୍ଜୀ ଭାରତର ପ୍ରଥମ ପୂର୍ବତନ ରାଷ୍ଟ୍ରପତି ଭାବେ ୨୦୧୮ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ(RSS)ର କାର୍ଯ୍ୟକ୍ରମରେ ହୋଇଥିଲେ ସାମିଲ । ଏହି କାର୍ଯ୍ୟକ୍ରମରେ ସେ ଅନ୍ତର୍ଭୂକ୍ତିର ମୂଲ୍ୟ ସମ୍ପର୍କରେ ଉଦବୋଧନ ଦେଇଥିଲେ ।