ଓଡିଶା

odisha

By

Published : Feb 9, 2021, 3:34 PM IST

ETV Bharat / bharat

ଜାଣନ୍ତୁ ଦେଶରେ ବିଦ୍ୟାଳୟ ପୁନଃ ଖୋଲିବା ସମ୍ପର୍କରେ...

କୋରୋନା ମହାମାରୀ ପାଇଁ ଦେଶରେ ପ୍ରାୟ 10 ମାସ ଧରି ବିଦ୍ୟାଳୟ ବନ୍ଦ ରହିଥିଲା । ତେବେ କେବେଠୁ କେଉଁ ରାଜ୍ୟରେ ବିଦ୍ୟାଳୟ ଖୋଲିଲା ସେ ସମ୍ପର୍କରେ ଜାଣିବା ପାଇଁ ଅଧିକ ପଢନ୍ତୁ...

Know about reopening of schools After luckdown in India
ଜାଣନ୍ତୁ ଦେଶରେ ବିଦ୍ୟାଳୟ ପୁନଃ ଖୋଲିବା ସମ୍ପର୍କରେ..

ହାଇଦ୍ରାବାଦ: କୋରୋନା ମହାମାରୀ ଗତବର୍ଷ ମାର୍ଚ୍ଚ ମାସଠାରୁ ସାରା ଦେଶରେ ଶିକ୍ଷାନୁଷ୍ଠାନକୁ ବନ୍ଦ କରାଯାଇଥିଲା । ତେବେ 2020 ମସିହା ସେପ୍ଟେମ୍ବର 30ତାରିଖର ଏକ ରିପୋର୍ଟ ଅନୁସାରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନିଜ ଅଞ୍ଚଳରେ କୋଭିଡ ସ୍ଥିତିକୁ ଦେଖି ଶିକ୍ଷାନୁଷ୍ଠାନ ଓ କୋଚିଙ୍ଗ ଇନଷ୍ଟିଚ୍ୟୁଟକୁ ଖୋଲିବାକୁ ଅକ୍ଟୋବର 15 ତାରିଖ ପରେ ନିଷ୍ପତ୍ତି ନେବା ପାଇଁ ସ୍ଥିର ହୋଇଥିଲା । ତେବେ ପ୍ରଥମ ପର୍ଯ୍ୟାୟରେ କିଛି ଶିକ୍ଷାନୁଷ୍ଠାନ ଖୋଲିଥିଲେ ମଧ୍ୟ ସଂକ୍ରମଣ ବ୍ୟାପିବାରୁ ପୁଣି ଏହାକୁ ବନ୍ଦ କରାଯାଇଥିଲା ।

ଅନଲକ-4 ରେ କେନ୍ଦ୍ର ଦେଶରେ ଶିକ୍ଷାନୁଷ୍ଠାନ ଖୋଲିବାକୁ ଅନୁମତି ଦେଇଥିଲା । ତେବେ ଓଡ଼ିଶାରେ ଜାନୁଆରୀ 8 ତାରିଖରେ ମହାମାରୀ ପରେ ବିଦ୍ୟାଳୟ ପରିସରରେ ଦ୍ବାଦଶ ଶ୍ରେଣୀ ଖୋଲିଥିଲା । ତେବେ 2021 ମସିହା ଫେବୃଆରୀ 4 ତାରିଖ ରିପୋର୍ଟ ଅନୁସାରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଶିକ୍ଷାନୁଷ୍ଠାନ ଖୋଲିବାର ତାଲିକା ପ୍ରସ୍ତୁତ ହୋଇଛି । ତେବେ ଫେବୃଆରୀ 4 ତାରିଖ ପର୍ଯ୍ୟନ୍ତ ଛତିଶଗଡ, ଝାଡ଼ଖଣ୍ଡ ଓ ତେଲେଙ୍ଗାନାରେ ବିଦ୍ୟାଳୟ ଖୋଲିନଥିବାବେଳେ ଓଡ଼ିଶାରେ କେବଳ ଦ୍ବାଦଶ ଶ୍ରେଣୀ ଖୋଲିଥିଲା । କେଉଁ ରାଜ୍ୟରେ କେବେ ଶିକ୍ଷାନୁଷ୍ଠାନ ଖୋଲିଥିଲା ଜାଣିବା ପାଇଁ ନିମ୍ନ ତାଲିକା ଉପରେ ନଜର ପକାନ୍ତୁ...

ଜାଣନ୍ତୁ ଦେଶରେ ବିଦ୍ୟାଳୟ ପୁନଃ ଖୋଲିବା ସମ୍ପର୍କରେ
ଜାଣନ୍ତୁ ଦେଶରେ ବିଦ୍ୟାଳୟ ପୁନଃ ଖୋଲିବା ସମ୍ପର୍କରେ

ABOUT THE AUTHOR

...view details