ହାଇଦ୍ରାବାଦ: ବାସ୍ ଆଉ କିଛି ମୂହୁର୍ତ୍ତର ଅପେକ୍ଷା । ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦର ଶପଥ ନେବେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ । ଦେଶର ୧୫ତମ ରାଷ୍ଟ୍ରପତି ଭାବେ ଶପଥ ନେବେ ରାଇରଙ୍ଗପୁର ମାଟିର ଝିଅ ଦ୍ରୌପଦୀ ମୁର୍ମୁ । ଦ୍ରୌପଦୀ ମୁର୍ମୁ ସ୍ବାଧୀନତା ପରେ ଜନ୍ମ ହୋଇଥିବା ପ୍ରଥମ ଓ ଦେଶର ଉଚ୍ଚ ପଦବୀରେ ଅଧିଷ୍ଠିତ ହେବାରେ ସର୍ବକନିଷ୍ଠ ରାଷ୍ଟ୍ରପତି । ରାଷ୍ଟ୍ରପତି ହୋଇ ଇତିହାସ ରଚିଛନ୍ତି ଦ୍ରୌପଦୀ । ତାଙ୍କ ବିଷୟରେ ଜାଣନ୍ତୁ ସଂକ୍ଷେପରେ...
କିଏ ଦ୍ରୌପଦୀ ମୁର୍ମୁ...
୨୦ ଜୁନ ୧୯୫୮ରେ ମୟୂରଭଞ୍ଜ ଜିଲ୍ଲା ବାଇଦପୋଶୀ ଗ୍ରାମରେ ଜନ୍ମ ଗ୍ରହଣ କରିଛନ୍ତି ଦ୍ରୌପଦୀ ମୁର୍ମୁ । ରାଜ୍ୟର ପ୍ରଥମ କୌଣସି ନାଗରିକ ଯିଏକି ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ଅଧିଷ୍ଠିତ ହୋଇଛନ୍ତି । ସାନ୍ତାଳୀ ସମ୍ପ୍ରଦାୟରୁ ପ୍ରତିନିଧିତ୍ବ କରୁଥିବା ଦ୍ରୌପଦ୍ରୀଙ୍କ ପିତା ଥିଲେ ବିରଞ୍ଚି ନାରାୟଣ ଟୁଡୁ । ମୟୂରଭଞ୍ଜରେ ପ୍ରାଥମିକ ଶିକ୍ଷା ଶେଷ ପରେ ଭୁବନେଶ୍ବର ରମାଦେବୀ ବିଶ୍ବବିଦ୍ୟାଳୟରୁ ଉଚ୍ଚଶିକ୍ଷା ଶେଷ ପରେ ଶିକ୍ଷୟିତ୍ରୀ ଭାବେ ନିଜ କର୍ମମୟ ଜୀବନ ଆରମ୍ଭ କରିଥିଲେ ।
ରାଜନୈତିକ ଜୀବନ...
ଦ୍ରୌପଦୀ ବର୍ଷ ୧୯୯୭ ମସିହାରେ ସେ ରାଜନୀତିରେ ପାଦ ଥାପିଥିଲେ। ପ୍ରଥମେ ବିଜେପିର ଜଣେ ସାଧାରଣ କର୍ମୀ ଭାବେ ଦଳର କାର୍ଯ୍ୟକ୍ରମରେ ସାମିଲ ହୋଇ କାମ କରିଥିଲେ । ସମୟକ୍ରମେ ମୟୂରଭଞ୍ଜ ଜିଲ୍ଲା ବିଜେପି ସଭାପତି ହୋଇଥିଲେ । ପ୍ରଥମଥର କାଉନସିଲର ଭାବେ ନିର୍ବାଚିତ ହୋଇଥିଲେ। ପରବର୍ତ୍ତୀ ସମୟରେ ତାଙ୍କୁ ଦଳ ଆଦିବାସୀ ମୋର୍ଚ୍ଚାର ଉପସଭାପତି ଦାୟିତ୍ବ ଦେଇଥିଲା ।