କୋଲକାତା: ଲୋକପ୍ରିୟ କଣ୍ଠଶିଳ୍ପୀ କେକେଙ୍କ ଅକାଳ ମୃତ୍ୟୁକୁ ସହଜରେ ଗ୍ରହଣ କରି ପାରୁନାହଁଁ ସମଗ୍ର ଦେଶ । ମୃତ୍ୟୁର କାରଣକୁ ନେଇ ବିଭିନ୍ନ ଅନୁମାନ ଲଗାଯାଉଥିବା ବେଳେ ମୃତଦେହ ବ୍ୟବଚ୍ଛେଦ କରିଥିବା ଡାକ୍ତରଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । କେକେଙ୍କର ହାର୍ଟରେ ଏକାଧିକ ବ୍ଲକେଜ ସମସ୍ୟା ଥିଲା । ତେବେ ଘଟଣା ଦିନ ସେ ଅସୁସ୍ଥ ଅନୁଭବ କରିବାର ସମୟରେ CPR ଦିଆଯାଇ ପାରିଥିଲେ ତାଙ୍କୁ ବଞ୍ଚାଯାଇ ପାରିଥାନ୍ତା ବୋଲି ଡାକ୍ତର କହିଛନ୍ତି ।
ତେବେ ଏକାଧିକ ମଞ୍ଚରେ ଲାଇଭ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଥିବା କେକେଙ୍କ କ୍ଷେତ୍ରରେ ଏପରି କାହିଁକି ହେଲା ତାକୁ ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି । ମୃତଦେହ ବ୍ୟବଚ୍ଛେଦ ପ୍ରକ୍ରିୟାରେ ସାମିଲ ଥିବା ଡାକ୍ତର ପ୍ରକାଶ କରିଥିବା ସୂଚନା ଅନୁସାରେ, କେକେଙ୍କ ହୃତପିଣ୍ଡରେ ଏକାଧିକ ବ୍ଲକ ରହିଥିଲା । ଲାଇଭ କାର୍ଯ୍ୟକ୍ରମରେ କେକେ ସଙ୍ଗୀତ ପରିବଷଣ ସହିତ ମଞ୍ଚରେ ଚାଲିବା ସହ ବେଶ ଉତ୍ସାହିତ ମଧ୍ୟ ନଜର ଆସିଥିଲେ । ତେଣୁ ଉତ୍ତେଜିତ ହେବା କାରଣରୁ ତାଙ୍କ ଶରୀରରେ ରକ୍ତ ସଞ୍ଚାଳନଜନିତ ସମସ୍ୟା ସୃଷ୍ଟି ହୋଇଥିବା ନେଇ ଆଶଙ୍କା ପ୍ରକାଶ କରିଛନ୍ତି ଡାକ୍ତର ।