ଓଡିଶା

odisha

ETV Bharat / bharat

କଣ୍ଟେନରରେ କାଶ୍ମୀରୀ କେଶର ଚାଷ, ଚାକିରୀ ଛାଡି ଚାଷ କରୁଛନ୍ତି ଉଚ୍ଚ ଶିକ୍ଷିତ ଯୁବକ - ଶୈଳେଶ କିଶୋର ମୋଦକ

କଣ୍ଟେନରରେ କାଶ୍ମୀରୀ କେଶର ଚାଷ । ଚାକିରୀ ଛାଡି ଚାଷ କରୁଛନ୍ତି ଉଚ୍ଚ ଶିକ୍ଷିତ ଯୁବକ । ପୁଣେରେ କାଶ୍ମୀରୀ କେଶର ଫୁଟାଉଛନ୍ତି ଉଚ୍ଚଶିକ୍ଷିତ ଯୁବକ । ବିନା ମାଟିରେ କଣ୍ଟେନର ଭିତରେ କେଶର ଚାଷ କରୁଛନ୍ତି । ଅଧିକ ପଢନ୍ତୁ

କଣ୍ଟେନରରେ କାଶ୍ମୀରୀ କେଶର ଚାଷ
କଣ୍ଟେନରରେ କାଶ୍ମୀରୀ କେଶର ଚାଷ

By

Published : Nov 25, 2022, 5:00 PM IST

ମୁମ୍ବାଇ:କଣ୍ଟେନରରେ କାଶ୍ମୀରୀ କେଶର ଚାଷ । ସାଧାରଣତଃ କାଶ୍ମୀର ପରି ଥଣ୍ଡା ସ୍ଥାନରେ କେଶର ଉତ୍ପାଦନ କରାଯାଏ । ହେଲେ ଏହି କେଶରକୁ କଣ୍ଟେନର ଭିତରେ ଚାଷ କରୁଛନ୍ତି ପୁଣେର ଜଣେ ଉଚ୍ଚଶିକ୍ଷତ ଯୁବକ । ତାହା ପୁଣି ବିନା ମାଟିରେ । ଏହି ଯୁବକ ଜଣକ ହେଉଛନ୍ତି ମହାରାଷ୍ଟ୍ର ପୁଣେର ଶୈଳେଶ କିଶୋର ମୋଦକ(Shailesh Kishore Modak) । ସେ ନାସିକର ମୂଳ ବାସିନ୍ଦା ହୋଇଥିବା ବେଳେ ପୁଣେରେ ଶିକ୍ଷା ଗ୍ରହଣ କରିବା ପରେ ନିଜ ବାପାମାଆ ଓ ଭାଇ-ଭଉଣୀଙ୍କ ସହ ଏଠାରେ ଗତ ୧୫ ବର୍ଷ ହେଲା ରହିଆସୁଛନ୍ତି ।

କଣ୍ଟେନରରେ କାଶ୍ମୀରୀ କେଶର ଚାଷ

ଶୈଳେଶ ଉଚ୍ଚ ଶିକ୍ଷତ ଅଟନ୍ତି । ଏପରିକି ବିଦେଶରେ ମଧ୍ୟ ତାଙ୍କର ଚାକିରି ହୋଇଥିଲା । ହେଲେ ସେ ଏଥିରୁ ଇସ୍ତଫା ଦେଇ ଖଦି ଭିଲେଜ ଇଣ୍ଡଷ୍ଟ୍ରି(khadi village industry)ରେ କୋର୍ସ କରିଥିଲେ । ନିଜ କୋର୍ସ ସରିବା ପରେ ସେ କୃଷି କ୍ଷେତ୍ରରେ ନୂତନ ପରୀକ୍ଷଣ ଆରମ୍ଭ କରିଥିଲେ । ଶୈଳେଶ ଡ.ବିକାଶ ଖୈରଙ୍କ ମାର୍ଗଦର୍ଶନରେ ବିନା ମାଟିରେ ଆଧୁନିକ ପ୍ରକ୍ରିୟାରେ ଚାଷ କରିବାକୁ ଯୋଜନା କରିଥିଲେ । ସାଧାରଣତଃ ପରିବେଶ ଓ ଅଦିନିଆ ବର୍ଷା ଦ୍ବାରା କୃଷକ ବିଶେଷ ପ୍ରଭାବିତ ହୋଇଥାଏ । ଚାଷ ନଷ୍ଟ ହୋଇଯାଇଥାଏ । ତେଣୁ ଏହି ସମସ୍ୟାରୁ ମୁକ୍ତି ପାଇଁ ଶୈଳେଶ କଣ୍ଟେନରରେ ଚାଷ କରିବାକୁ ଯୋଜନା କରିଥିଲେ ।

କଣ୍ଟେନରରେ କାଶ୍ମୀର କେଶର ଫୁଟାଉଛନ୍ତି ଉଚ୍ଚଶିକ୍ଷିତ ଯୁବକ

କଣ୍ଟେନର ଭିତରେ ଚାଷ ପାଇଁ ତାଙ୍କର ପରୀକ୍ଷଣ ସଫଳ ହୋଇଥିଲା । ସେ କଣ୍ଟେରନ ଭିତରେ କାଶ୍ମୀରୀ କେଶର ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଚାଷ କରିଥିଲେ । ସାଧାରଣତଃ ଅନୁକୂଳ ପାଗ ଯୋଗୁଁ କାଶ୍ମୀରରେ କେଶର ଚାଷ କରାଯାଉଥିବା ବେଳେ ଶୈଳେଶ ପୁଣେରେ ଏହି କେଶର ଚାଷ ଆରମ୍ଭ କରିଛନ୍ତି । ଭାରତୀୟ ଖାଦ୍ୟରେ କେଶରର ବହୁତ ମହତ୍ତ୍ବ ରହିଛି । ଏହା ଗ୍ରାମ ପିଛା ୩୦୦ରୁ ୧୫୦୦ ଟଙ୍କାରେ ବିକ୍ରି ହୋଇଥାଏ । କେଶରର କ୍ବାଲିଟିକୁ ନେଇ ଦାମ ସ୍ଥିର ହୋଇଥାଏ ।

କଣ୍ଟେନରରେ କାଶ୍ମୀର କେଶର ଫୁଟାଉଛନ୍ତି ଉଚ୍ଚଶିକ୍ଷିତ ଯୁବକ

ସେହିପରି ଭାରତରେ କେଶରର ଚାହିଦା ତୁଳନାରେ ଉତ୍ପାଦନ କମ ହୋଇଥାଏ । ଆକଳନରୁ ଜଣାଯାଇଛି ଯେ, ଭାରତରେ ମାତ୍ର ୩ରୁ ୪ ପ୍ରତିଶତ କେଶର ଉତ୍ପାଦନ ହୋଇଥାଏ । ତେଣୁ ଏହା ଏକ ଲାଭଦାୟକ ଚାଷ ହୋଇଥିବାରୁ ଶୈଳେଶ କାଶ୍ମୀରରୁ କେଶର ଅର୍ଡର କରି ନିଜେ ଚାଷ କରୁଛନ୍ତି । କଣ୍ଟେନରରେ ଅନୁକୂଳ ତାପମାତ୍ରା ପାଇଁ ସେ ଏୟାର ସର୍କୁଲେଟର, ଚିଲର, ଏସି ଇତ୍ୟାଦି ଉପକରଣ ଲଗାଇଛନ୍ତି । ଏନେଇ ଶୈଳେଶ କହିଛନ୍ତି, ସେ ପ୍ରାୟ ୧ରୁ ଦେଢ କେଜି କେଶର ଉତ୍ପାଦନ ପାଇଁ ଲକ୍ଷ୍ୟ ରଖିଛନ୍ତି । ବର୍ତ୍ତମାନ କେଶର ଗ୍ରାମ ପିଛା ମୂଲ୍ୟ ୪୯୯ ଟଙ୍କା ରହିଛି । ଏଣୁ ବଜାର ଦର ହିସାବରେ ସେ ୬ ଲକ୍ଷ ୨୩ ହଜାରରୁ ଅଧିକ ଟଙ୍କା ରୋଜଗାର କରିବାକୁ ଆଶା ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details