ଚଣ୍ଡିଗଡ: ଦିଲ୍ଲୀରେ ଚାଲିଥିବା କୃଷକ ସଂଗ୍ରାମରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ପଞ୍ଜାବର ଅଗ୍ରଣୀ ସଂଗଠନ କିର୍ତ୍ତୀ କିସାନ ୟୁନିଅନର ପଞ୍ଜାବ ରାଜ୍ୟ ସଭାପତି ଦତ୍ତର ସିଂଙ୍କର ଦେହାନ୍ତ ହୋଇଥିବା ଖବର ଆସିଛି । ଆଜି ଅମୃତସରର ବିର୍ସା ବିହାର ଠାରେ ଆୟୋଜିତ ଏକ ସେମିନାରରେ ଦତ୍ତର ସିଂ ଉଦବୋଧନ ଦେଉଥିଲାବେଳେ ହଠାତ୍ ତଳେ ପଡ଼ିଯାଇଥିଲେ। ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି ।
ପରଲୋକରେ କିର୍ତ୍ତୀ କିସାନ ୟୁନିଅନ ସଭାପତି ଦତ୍ତର ସିଂ - Kirti Kisan Union
ଦିଲ୍ଲୀରେ ଚାଲିଥିବା କୃଷକ ସଂଗ୍ରାମରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ପଞ୍ଜାବର ଅଗ୍ରଣୀ ସଂଗଠନ କିର୍ତ୍ତୀ କିସାନ ୟୁନିଅନର ପଞ୍ଜାବ ରାଜ୍ୟ ସଭାପତି ଦତ୍ତର ସିଂଙ୍କ ଦେହାନ୍ତ । ଅଧିକ ପଢନ୍ତୁ...

ପରଲୋକରେ କିର୍ତ୍ତୀ କିସାନ ୟୁନିଅନ ସଭାପତି ଦତ୍ତର ସିଂଙ୍କ ଦେହାନ୍ତ
ପରଲୋକରେ କିର୍ତ୍ତୀ କିସାନ ୟୁନିଅନ ସଭାପତି ଦତ୍ତର ସିଂଙ୍କ ଦେହାନ୍ତ
ହୃଦଘାତ ହେବା ପରେ ତାଙ୍କୁ ତୁରନ୍ତ ଅମୃତସରର ଏକ ଘରୋଇ ଡାକ୍ତରଖାନା ନିଆଯାଇଥିଲା। ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ପରେ ଏହି ଅଞ୍ଚଳରେ ଶୋକର ଲହରୀ ଖେଳିଯାଇଛି । ସ୍ବର୍ଗତ ଦତ୍ତ ସିଂ ଜଣେ ଶିକ୍ଷିତ ତଥା ବୁଦ୍ଧିମାନ କୃଷକ ନେତା ଥିଲେ। ବିଭିନ୍ନ କୃଷକ, ସାମାଜିକ ତଥା ଧାର୍ମିକ ସଂଗଠନ ସହ ଜଡିତ ଥିବା ଜଣାପଡିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ