ଇଟାନଗର:ଅରୁଣାଚଳପ୍ରଦେଶର ‘ବ୍ରହ୍ମପୁତ୍ର ଆମନ୍ତ୍ରଣ ଅଭିଯାନ’କୁ ବୁଧବାର ପତକା ଦେଖାଇ ଶୁଭାରମ୍ଭ କରିଛନ୍ତି କେନ୍ଦ୍ର କ୍ରୀଡାମନ୍ତ୍ରୀ କିରଣ ରିଜିଜ୍ଜୁ । ଆଇଟିପିବିର ତଥ୍ୟ ଅନୁସାରେ, ଜଳ ଶକ୍ତି ମନ୍ତ୍ରଣାଳୟ, ଅନ୍ୟାନ୍ୟ ମନ୍ତ୍ରଣାଳୟ, ବିଭାଗ ଓ କେନ୍ଦ୍ରୀୟ ପିଏସୟୁର ସହଯୋଗରେ ଏହା ଆୟୋଜିତ ହୋଇଛି ।
ନଦୀ ଜଳର ଗୁଣବତ୍ତା, ନଦୀ ବନ୍ଧର କ୍ଷୟ ଏବଂ ମତ୍ସ୍ୟ ବାସସ୍ଥାନ ଉପରେ ତଥ୍ୟ ସଂଗ୍ରହ ତଥା ନମୁନା ସଂଗ୍ରହକୁ ଲକ୍ଷ୍ୟ କରି ଯୁବ ବ୍ୟାପାର ତଥା କ୍ରୀଡ଼ାମନ୍ତ୍ରୀ “ବ୍ରହ୍ମପୁତ୍ର ଆମନ୍ତ୍ରଣ ଅଭିଯାନ” ନାମକ ଅଭିଯାନକୁ ସର୍ବସାଧାରଣଙ୍କ ନିକଟରେ ପ୍ରଚାର କରିଛନ୍ତି । ବୁଧବାର ଅରୁଣାଚଳ ପ୍ରଦେଶର ସିଆଙ୍ଗ ଜିଲ୍ଲାର ଗେଲିଙ୍ଗ ଠାରୁ ହାଟସିଙ୍ଗମାରି ପର୍ଯ୍ୟନ୍ତ ଏହି ଅଭିଯାନ ଆରମ୍ଭ କରାଯାଇଥିଲା ।