ଓଡିଶା

odisha

ETV Bharat / bharat

ବାୟୋକନ୍ ପ୍ରତିଷ୍ଠାତାଙ୍କ ସ୍ୱାମୀ ଜନ ଶାହଙ୍କ ଦେହାନ୍ତ

ପରଲୋକରେ ବାୟୋକନର ଉପାଧ୍ୟକ୍ଷ ତଥା ଅଣ-କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଜନ ଶାହଙ୍କ ଦେହାନ୍ତ। ଅଧିକ ପଢନ୍ତୁ

By

Published : Oct 24, 2022, 10:49 PM IST

ବାୟୋକନ୍ ପ୍ରତିଷ୍ଠାତାଙ୍କ ସ୍ବାମୀ ଜନ ଶାହଙ୍କ ଦେହାନ୍ତ
ବାୟୋକନ୍ ପ୍ରତିଷ୍ଠାତାଙ୍କ ସ୍ବାମୀ ଜନ ଶାହଙ୍କ ଦେହାନ୍ତ

ନୂଆଦିଲ୍ଲୀ:ବାୟୋକନର ଉପାଧ୍ୟକ୍ଷ ତଥା ଅଣ-କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଜନ ଶାହଙ୍କ ଦେହାନ୍ତ । ସୋମବାର ସକାଳେ ମୃତ୍ୟୁ ହୋଇଥିବା ନେଇ ସୂଚନା। କିରନ ମଜୁମଦାର ଶାହଙ୍କ(ବାୟୋକନ୍ ପ୍ରତିଷ୍ଠାତା ତଥା କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ) ସ୍ବାମୀ ଥିଲେ ଜନ ଶାହ। ମୃତ୍ୟୁ ବେଳକୁ ଶାହଙ୍କୁ 73 ବର୍ଷ ହୋଇଥିବା ନେଇ ସୂଚନା ।

ଜନ ଶାହ ଦୀର୍ଘଦିନ ଧରି କ୍ୟାନସର ଭଳି ରୋଗରେ ପୀଡିତ ହୋଇ ଅନେକ ଦିନ ଧରି ଚିକିତ୍ସିତ ହେଉଥିଲେ। ତେବେ ଚିକିତ୍ସିତ ଅବସ୍ଥାରେ ଆଜି ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ବେଙ୍ଗାଲୁରୁର ଆର୍ ୱିଲସନ୍ ଗାର୍ଡେନ୍ କବରସ୍ଥାନରେ ଅନ୍ତିମ ସଂସ୍କାର କରାଯିବ।

ଏହା ମଧ୍ୟ ପଢନ୍ତୁ: Diwali in Bhubaneswar slum: ରଙ୍ଗୀନ ଆଲୋକରେ ଆଲୋକିତ ରାଜଧାନୀ ବସ୍ତି ଅଞ୍ଚଳ, ବାଣ ଫୁଟାଇଲେ ବସ୍ତି ପିଲାଏ

ତେବେ ଜନ ଶାହ ଜଣେ ବିଦେଶୀ ପ୍ରୋତ୍ସାହକ ତଥା ବିଭିନ୍ନ ବାୟୋକନ୍ ଗ୍ରୁପ୍ କମ୍ପାନୀର ପରାମର୍ଶଦାତା ବୋର୍ଡରେ ଥିଲେ। ଏହାସହ ସେ ପୂର୍ବତନ ଚେୟାରମ୍ୟାନ୍, ମଦୁରା କୋଟ୍ସ ଲିମିଟେଡ୍ ଏବଂ କୋଟ୍ସ ଭିଏଲା ଗ୍ରୁପ୍ର ପୂର୍ବତନ ଫାଇନାନ୍ସ ମୁଖ୍ୟ ତଥା ପରିଚାଳନା ନିର୍ଦ୍ଦେଶକ ମଧ୍ୟ ଥିଲେ। କିରନ ଶାହାଙ୍କ ମାତା ମଧ୍ୟ କ୍ୟାନସର ରୋଗରେ ପୀଡିତ ଥିବାବେଳେ ଜୁନମାସରେ ତାଙ୍କର ମୃତ୍ୟୁ ହୋଇଥିଲା। 1998 ରେ ସ୍କଟଲ୍ୟାଣ୍ଡର ନାଗରିକ କିରଣ ମଜୁମଦାରଙ୍କୁ ବିବାହ କରିଥିଲେ ଜନ ଶାହ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details