ପଣ୍ଡିଚେରୀ: ଉପରାଜ୍ୟପାଳ କିରଣ ବେଦୀଙ୍କ ଉପରେ ବର୍ଷିଲେ ପଣ୍ଡିଚେରୀ କ୍ରୀଡାମନ୍ତ୍ରୀ ମାଳାଦୀ କ୍ରୀଷ୍ଣା ରାଓ । କିରଣ ବେଦୀ ଇର୍ଷା ପରାୟଣ ହୋଇ ନିଜକୁ ବିଜ୍ଞାପିତ କରିବା ପାଇଁ କେନ୍ଦ୍ର ଶାସିତ ଅଞ୍ଚଳରେ ଟି-20 ଟୁର୍ଣ୍ଣାମେଣ୍ଟ ବନ୍ଦ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ଶନିବାର ମାଳଦୀ କ୍ରୀଷ୍ଣ ରାଓ ଅଭିଯୋଗ କରିଛନ୍ତି ।
ସେ କହିଛନ୍ତି, ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ଶାସକ ଏବଂ ବିରୋଧୀ ମଧ୍ୟ ସମର୍ଥନ ଜଣାଇଛନ୍ତି । ବର୍ତ୍ତମାନ ପଣ୍ଡିଚେରୀରେ ଅନ୍ତର୍ଜାତୀୟ ଏବଂ ଟି-20 ମ୍ୟାଚ ଅନୁଷ୍ଠିତ ପାଇଁ କ୍ରିକେଟ ମଇଦାନ ରହିଛି । ମାତ୍ର ବେଦୀ ଇର୍ଷା ହେତୁ ଏହାକୁ ବନ୍ଦ କରିବାକୁ ବସିଛନ୍ତି ।