ଓଡିଶା

odisha

ETV Bharat / bharat

khargone Violence: କାର୍ଯ୍ୟାନୁଷ୍ଠାନ ସମୀକ୍ଷା କଲେ ଶିବରାଜ, ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ !

ମଧ୍ୟପ୍ରଦେଶର ଖାରଗୋନରେ ରାମନବମୀ ଶୋଭାଯାତ୍ରାରେ ପଥରମାଡ ଘଟଣାରେ କାର୍ଯ୍ୟାନୁଷ୍ଠାନ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ । ବର୍ତ୍ତମାନ ସୁଦ୍ଧା ଗିରଫ ହେଲେଣି 95 ଅଭିଯୁକ୍ତ । ଆପତ୍ତିଜନକ ଟ୍ବିଟ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂଙ୍କ ବିରୋଧରେ ହୋଇପାରେ କାର୍ଯ୍ୟାନୁଷ୍ଠାନ । ଅଧିକ ପଢନ୍ତୁ

By

Published : Apr 12, 2022, 9:40 PM IST

Khargoan Violence: କାର୍ଯ୍ୟାନୁଷ୍ଠାନ ସମୀକ୍ଷା କଲେ ଶିବରାଜ, ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ !
Khargoan Violence: କାର୍ଯ୍ୟାନୁଷ୍ଠାନ ସମୀକ୍ଷା କଲେ ଶିବରାଜ, ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ !

ଭୋପାଳ:ମଧ୍ୟପ୍ରଦେଶର ଖାରଗୋନରେ ରାମନବମୀ ଅବସରରେ ଘଟିଥିବା ସାମ୍ପ୍ରଦାୟିକ ହିଂସା ନେଇ ଆଜି (ମଙ୍ଗଳବାର) ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଅଧ୍ୟକ୍ଷତା କରିଥିବାବେଳେ ଘଟଣା ପରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଅଧିକାରୀଙ୍କ ଠାରୁ ଅବଗତ ହୋଇଛନ୍ତି ।

Khargoan Violence: କାର୍ଯ୍ୟାନୁଷ୍ଠାନ ସମୀକ୍ଷା କଲେ ଶିବରାଜ, ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ !

ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଛନ୍ତି ଯେ, ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରୁ ଦଙ୍ଗାକାରୀଙ୍କୁ ଚିହ୍ନଟ କରାଯିବା ପ୍ରକ୍ରିୟା ଜାରି ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ 95 ଦଙ୍ଗାକାରୀଙ୍କୁ ଗିରଫ କରାଯାଇଛି । ତେବେ ଘଟଣାକୁ ନେଇ ମଧ୍ୟପ୍ରଦେଶର ପୂର୍ବ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ କରିଥିବା ଟ୍ବିଟକୁ ନେଇ ଆପତ୍ତି ଉଠାଇଛନ୍ତି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ । ଜଣେ ହିନ୍ଦୁ ଯୁବକ ଏକ ଧାର୍ମିକସ୍ଥଳୀରେ ପତାକା ଉଡାଉଥିବାର ଏକ ଭିଡିଓ ଟ୍ବିଟ କରିଥିଲେ ଦିଗବିଜୟ ସିଂ । ଯାହାକୁ ନେଇ ମଧ୍ୟ ପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା ମଧ୍ୟ ଦିଗବିଜୟଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବା ନେଇ ମଧ୍ୟ ପରୋକ୍ଷ ଆଭାସ ଦେଇଛନ୍ତି ।

କେବଳ ଦିଗବିଜୟ ନୁହନ୍ତି ପ୍ରଦେଶର ବରିଷ୍ଠ କଂଗ୍ରେସ ନେତା କମଲନାଥଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି ଗୃହମନ୍ତ୍ରୀ ମିଶ୍ରା । ଶୋଭାଯାତ୍ରାରେ ହୋଇଥିବା ପଥରମାଡ ସମ୍ପର୍କରେ କମଲନାଥ ବର୍ତ୍ତମାନ ସୁଦ୍ଧା ଗୋଟିଏ ଶବ୍ଦ କହି ନାହାନ୍ତି, ବରଂ କଂଗ୍ରେସର ଏକାଧିକ ନେତା ଦବଙ୍ଗଗିରି ପ୍ରଦର୍ଶନ କରିଥିବା ପକ୍ଷଙ୍କ ପାଇଁ ଓକିଲାତି କରିବାରେ ଲାଗିଛନ୍ତି ବୋଲି ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା କହିଛନ୍ତି । ବୁଲଡୋଜର ଚଢାଯିବା ପ୍ରଶ୍ନରେ ଉତ୍ତର ଦେଇ ମିଶ୍ରା କହିଛନ୍ତି, ଭିଡିଓରେ ସ୍ପଷ୍ଟ ଭାବେ ଦୃଶ୍ୟମାନ ହେଉଛି ଯେ କେଉଁମାନେ ଏପରି ଘଟଣାକୁ ରୂପ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details