ଓଡିଶା

odisha

ETV Bharat / bharat

Ram Navami Violence: ରାମ ନବମୀ ଶୋଭାଯାତ୍ରାରେ କରିଥିଲେ ପଥରମାଡ, ବୁଲଡୋଜର ବୁଲି ଭାଙ୍ଗିଲା ଘର - ରାମ ନବମୀ ଶୋଭାଯାତ୍ରାରେ ପଥରମାଡ

ମଧ୍ୟପ୍ରଦେଶର ଖରୋଗନ ଜିଲ୍ଲାରେ ରାମ ନବମୀ ଶୋଭାଯାତ୍ରାରେ ପଥର ମାଡ ଘଟଣାରେ ଆକ୍ସନ ମୋଡରେ ପ୍ରଶାସନ । 84 ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ସେମାନଙ୍କ ସମ୍ପତ୍ତି ଉପରେ ବୁଲଡୋଜର ଚଢାଇ ଦେଲା ପ୍ରଶାସନ । ଅଧିକ ପଢନ୍ତୁ

Khargone Violence: କାଲି ରାମ ନବମୀ ଶୋଭାଯାତ୍ରାରେ କରିଥିଲେ ପଥରମାଡ, ଆଜି ବୁଲିଲା ବୁଲଡୋଜର
Khargone Violence: କାଲି ରାମ ନବମୀ ଶୋଭାଯାତ୍ରାରେ କରିଥିଲେ ପଥରମାଡ, ଆଜି ବୁଲିଲା ବୁଲଡୋଜର

By

Published : Apr 11, 2022, 7:53 PM IST

Updated : Apr 11, 2022, 8:10 PM IST

ଭୋପାଳ:ମଧ୍ୟପ୍ରଦେଶର ଖରୋଗନ ଜିଲ୍ଲାରେ ରାମ ନବମୀ ଶୋଭାଯାତ୍ରାବେଳେ ପଥରମାଡ ଘଟଣାରେ 24 ଘଣ୍ଟା ମଧ୍ୟରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଶିବରାଜ ସିଂ ଚୌହାନ ସରକାର । ପଥର ମାଡ କରିଥିବା ଦୁର୍ବୃତ୍ତଙ୍କ ସମ୍ପତ୍ତି ଉପରେ ବୁଲଡୋଜର ଚଢାଇଛି ସ୍ଥାନୀୟ ପ୍ରଶାସନ । ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ମୋଟ 84 ଅଭିଯୁକ୍ତଙ୍କୁ ଗିରଫ କରାଯାଇ ସାରିଥିବା ବେଳେ ସ୍ଥିତି ବର୍ତ୍ତମାନ ନିୟନ୍ତ୍ରଣରେ ରହିଥିବା ସ୍ଥାନୀୟ ପୋଲିସ କହିଛି ।

Ram Navami Violence: ରାମ ନବମୀ ଶୋଭାଯାତ୍ରାରେ କରିଥିଲେ ପଥରମାଡ, ବୁଲଡୋଜର ବୁଲି ଭାଙ୍ଗିଲା ଘର

କଣ ଥିଲା ଘଟଣା:-

ଗତକାଲି ଖରୋଗନ ଜିଲ୍ଲାରେ ରାମ ନବମୀ ଅବସରରେ ଶୋଭାଯାତ୍ରାର ଆୟୋଜନ କରାଯାଇଥିବା ବେଳେ କିଛି ନିର୍ଦ୍ଦିଷ୍ଟ ଗୋଷ୍ଠୀ ପଥର ମାଡ କରିଥିଲେ । ଫଳରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଘଟଣାରେ ମୋଟ 24 ଲୋକ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ପୋଲିସ ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ଲୁହବୁହା ଗ୍ୟାସ ପ୍ରୟୋଗ କରିବା ସହ କର୍ଫ୍ୟୁ ଜାରି କରିଥିଲା । ଘଟଣାରେ ବର୍ତ୍ତମାନ ସୁଦ୍ଧା 84 ଅଭିଯୁକ୍ତଙ୍କୁ ଗିରଫ କରିସାରିଥିବାବେଳେ ଅଭିଯୁକ୍ତଙ୍କ ସମ୍ପତ୍ତି ଭାଙ୍ଗିଛି ସ୍ଥାନୀୟ ପ୍ରଶାସନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 11, 2022, 8:10 PM IST

ABOUT THE AUTHOR

...view details