ଓଡିଶା

odisha

ETV Bharat / bharat

ଖଡଗେଙ୍କୁ କୋରୋନା, ସ୍ୱାଧୀନତା ଦିସବ ଉତ୍ସବରେ ହେବେନି ସାମିଲ

ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ କୋଭିଡରେ ସଂକ୍ରମିତ । 75ତମ ସ୍ବାଧୀନତା ଦିବସରେ ସାମିଲ ହୋଇ ନପାରିବା ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଚିଠି ଲେଖି କଲେ ଅବଗତ । ଅଧିକ ପଢନ୍ତୁ

ଖାଡ୍ଗେଙ୍କୁ କୋଭିଡ, ସ୍ବାଧୀନତା ଦିସବ ଉତ୍ସବରେ ହେବେନି ସାମିଲ
ଖାଡ୍ଗେଙ୍କୁ କୋଭିଡ, ସ୍ବାଧୀନତା ଦିସବ ଉତ୍ସବରେ ହେବେନି ସାମିଲ

By

Published : Aug 13, 2022, 10:36 PM IST

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ୟସଭାରେ ଦଳର ଫ୍ଲୋର ଲିଡର ମଲ୍ଲିକାର୍ଜୁନ ଖଡଗେ କୋରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି (Kharge tests positive for COVID) । ତେବେ ଗୃହ ସଙ୍ଗରୋଧରେ ରହି ଚିକିତ୍ସିତ ହେବା କାରଣରୁ ସ୍ବାଧୀନତା ଦିବସ ଉତ୍ସବରେ ସାମିଲ ହୋଇପାରିବେ ନାହିଁ ( Kharge to skip Independence Day celebrations )। ଖଡଗେ ପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ ସାମିଲ ହୋଇ ନପାରିବା ନେଇ ପ୍ରତିରକ୍ଷା ମନ୍ତ୍ରୀ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଚିଠି ଲେଖି ଅବଗତ କରିଛନ୍ତି ।

ସଂକ୍ରମିତ ଟେଷ୍ଟ ହେବା ପରେ ରାଜନାଥଙ୍କୁ ଲେଖିଥିବା ଚିଠିରେ ଖଡଗେ ଉଲ୍ଲେଖ କିରଛନ୍ତି, ‘‘ସ୍ବାଧୀନତାର 75ବର୍ଷ ପୂର୍ତ୍ତି ଅବସରରେ ପାଳନ ହେବାକୁ ଥିବା ଉତ୍ସବ ଆମ ସମସ୍ତଙ୍କ ପାଇଁ ଏକ ଗର୍ବର କଥା । ମୁଁ ମଧ୍ୟ ସେଥିରେ ଅଂଶଗ୍ରହଣ କରିବା ପାଇଁ ବେସ ଉତ୍ସାହିତ ଥିଲି । କିନ୍ତୁ ମୁଁ କୋଭିଡରେ ଆକ୍ରାନ୍ତ ହୋଇଥିବା ଟେଷ୍ଟିଂ ଜଣାପଡିଛି । ତେଣୁ ମୁଁ ଏହି ଉତ୍ସବରେ ଅଂଶଗ୍ରହଣ କରିପାରୁନାହିଁ ।’’

ଅନ୍ୟପଟେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମଧ୍ୟ ପୁଣି ଥରେ ଦ୍ବିତୀୟ ଥର ପାଇଁ କୋଭିଡରେ ସଂକ୍ରମିତ ହୋଇଛନ୍ତି । ପୂର୍ବରୁ କୋଭିଡରେ ସଂକ୍ରମିତ ହୋଇ ପ୍ରଥମେ ଗୃହ ସଙ୍ଗରୋଧ ପରେ ହସ୍ପିଟାଲରେ ଚିକିତ୍ସିତ ହୋଇ ସୁସ୍ଥ ହୋଇଥିଲେ ସୋନିଆ । ତେବେ ସେହି କାରଣରୁ ତାଙ୍କର EDରେ ହାଜର ହେବା ମଧ୍ୟ ପ୍ରଭାବିତ ହୋଇଥିଲା । ଏବେ ପୁଣିଥରେ ସେ କୋଭିଡରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details