ଚେନ୍ନାଇ: ଚେନ୍ନାଇ ସହରର ବିଭିନ୍ନ ସ୍ଥାନରେ ପରିବେଶ ଅନୁକୂଳ (environment-friendly ) 20 ରେସ୍ତୋରାଁ ପ୍ରତିଷ୍ଠା କରିବ କେଏଫସି । ରବିବାର ଏହିପରି ଗୋଟିଏ ରେସ୍ତୋରାଁର ଶୁଭାରମ୍ଭ କରିଛି ସଂସ୍ଥା । ଯାହାର ନାମ ରଖାଯାଇଛି KFConscious । ଦେଶରେ ଶୀଘ୍ର ଉପଲବ୍ଧ ହେଉଥିବା ରେସ୍ତୋରାଁ କମ୍ପାନୀ ହେଉଛି କେଏଫସି । କମ୍ପାନୀର ବିବୃତ୍ତିରେ କୁହାଯାଇଛି, ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ପରିବେଶ ଅନୁୁକୂଳ ଭାବେ ରେସ୍ତୋରାଁ ପ୍ରତିଷ୍ଠା କରିବାକୁ ସଂସ୍ଥା ପ୍ରଚେଷ୍ଚା ଜାରି ରଖିଛି ।
2030 ସୁଦ୍ଧା ଗ୍ରୀନ ହାଉସ୍ ଗ୍ୟାସ୍ ନିର୍ଗମନକୁ 46 ପ୍ରତିଶତ ହ୍ରାସ କରିବାକୁ ସଂସ୍ଥା ବିଶ୍ୱସ୍ତରୀୟ ଲକ୍ଷ୍ୟ ରଖିଛି । ସେହିପରି କେବଳ ଗ୍ରୀନ ହାଉସ ପ୍ରଭାବ ନୁହେଁ ବରଂ ଅନ୍ୟ କିଛି କ୍ଷେତ୍ରରେ ମଧ୍ୟ ପ୍ରଦୂଷଣ ହ୍ରାସ କରିବା ପାଇଁ କମ୍ପାନୀ ଏକାଧିକ କାର୍ଯ୍ୟକ୍ରମ ହାତକୁ ନେବାକୁ ଯାଉଛି । 2025 ସୁଦ୍ଧା ସମସ୍ତ ପ୍ଲାଷ୍ଟିକ୍ ଆଧାରିତ ପ୍ୟାକେଜକୁ ବ୍ୟବହାରରୁ ବାଦ ଦେବା ସହ ପୁନଃଚକ୍ରଣକ୍ଷମ ସାମଗ୍ରୀ ବ୍ୟବହାର କରିବାକୁ ସଂସ୍ଥା ଲକ୍ଷ୍ୟ ରଖିଛି ।