ଓଡିଶା

odisha

ETV Bharat / bharat

Margadarsi Chit Funds Case: କମ୍ପାନୀର ଦୈନିକ କାର୍ଯ୍ୟରେ ବାଧା ନ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ଯାଞ୍ଚ ଉପରେ ଅନ୍ତରୀଣ ରୋକ

ମାର୍ଗଦର୍ଶୀ ଚିଟ୍‌ଫଣ୍ଡ ମାମଲାରେ ଆନ୍ଧ୍ର ସିଆଇଡିକୁ ହାଇକୋର୍ଟଙ୍କ ଝଟ୍‌କା । ତଦନ୍ତ ଉପରେ ଅନ୍ତରୀଣ ରହିତାଦେଶ ଜାରି କଲେ ତେଲେଙ୍ଗାନା ଏବଂ ଆନ୍ଧ୍ର ପ୍ରଦେଶ ହାଇକୋର୍ଟ । କମ୍ପାନୀର ଦୈନିକ କାର୍ଯ୍ୟରେ ବାଧା ସୃଷ୍ଟି ନକରିବା ପାଇଁ ମଧ୍ୟ ଆନ୍ଧ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଆନ୍ଧ୍ର ହାଇକୋର୍ଟ । ଅଧିକ ପଢ଼ନ୍ତୁ

Margadarsi Chit Funds Case
Margadarsi Chit Funds Case

By ETV Bharat Odisha Team

Published : Aug 23, 2023, 6:22 PM IST

ହାଇଦ୍ରାବାଦ/ଅମରାବତୀ: ମାର୍ଗଦର୍ଶୀ ଚିଟ୍‌ଫଣ୍ଡ ମାମଲାରେ ଜାରି ରହିଥିବା ତଦନ୍ତ ଉପରେ ଅନ୍ତରୀଣ ରହିତାଦେଶ ଜାରି କଲେ ତେଲେଙ୍ଗାନା ଓ ଆନ୍ଧ୍ର ପ୍ରଦେଶ ହାଇକୋର୍ଟ । ଆନ୍ଧ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ ମାର୍ଗଦର୍ଶୀ ଚିଟ୍‌ଫଣ୍ଡ କାର୍ଯ୍ୟାଳୟ ଗୁଡ଼ିକରେ ଚଢ଼ାଉ କରି ଆନ୍ଧ୍ର ପ୍ରଦେଶ ସିଆଇଡି ଜାରି ରଖିଥିବା ତଦନ୍ତ ଉପରେ ବୁଧବାର ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି ହାଇକୋର୍ଟ । ଯାହା ଆନ୍ଧ୍ର ସରକାରଙ୍କୁ ଏକ ପ୍ରକାର ବଡ ଝଟ୍‌କା । ତେବେ ଯଦି ଯାଞ୍ଚ କରାଯାଏ, ଏଥିରେ ଆର୍ଟିକିଲ୍‌ ୪୬-'ଏ' ନିୟମ ପାଳନ କରିବାକୁ ଆନ୍ଧ୍ର ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କେବଳ ସେତିକି ନୁହେଁ, କମ୍ପାନୀର ଦୈନିକ କାର୍ଯ୍ୟରେ ବାଧା ସୃଷ୍ଟି ନକରିବା ପାଇଁ ମଧ୍ୟ ଆନ୍ଧ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଆନ୍ଧ୍ର ହାଇକୋର୍ଟ ।

ଅନ୍ୟପଟେ ମାର୍ଗଦର୍ଶୀ ମାମଲାର ସବିଶେଷ ତଥ୍ୟ ଗଣମାଧ୍ୟମରେ ପ୍ରକାଶ ନକରିବାକୁ ଆନ୍ଧ୍ର ସିଆଇଡିକୁ ମୌଖିକ ନିର୍ଦ୍ଦେଶ ଦେଇଛନ୍ତି ତେଲେଙ୍ଗାନା ହାଇକୋର୍ଟ । ମାର୍ଗଦର୍ଶୀ ମାମଲାରେ ସାମ୍ବାଦିକ ସମ୍ମିଳନୀ କରିବାର ଆବଶ୍ୟକତା କଣ ବୋଲି କୋର୍ଟ ଆନ୍ଧ୍ର ସିଆଇଡିକୁ ପ୍ରଶ୍ନ କରିଛନ୍ତି । ତେବେ ତେଲେଙ୍ଗାନା ହାଇକୋର୍ଟ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ମାସ ୧୨ ତାରିଖରେ କରିବେ । ସେପଟେ ଆନ୍ଧ୍ର ସରକାର କାଉଣ୍ଟର ଦାଖଲ କରିବାରେ ବିଳମ୍ବ କରୁଥିବା ମାର୍ଗଦର୍ଶୀ ଓକିଲ କୋର୍ଟଙ୍କୁ ଜଣାଇଛନ୍ତି । ଏହାପରେ କାଉଣ୍ଟର ଦାଖଲ କରିବାକୁ ଆନ୍ଧ୍ର ସରକାରୀ ଓକିଲଙ୍କୁ ତେଲେଙ୍ଗାନା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...'Telugu People With Ramoji Rao': ଆନ୍ଧ୍ର ସରକାର ଉପରେ ବର୍ଷିଲେ ନାଇଡୁ, କହିଲେ ରାମୋଜି ରାଓଙ୍କ ସହ ଅଛନ୍ତି ତେଲେଗୁବାସୀ

ଏହା ମଧ୍ୟ ପଢ଼ନ୍ତୁ...Margadarsi Chit Groups Case: ରେଜିଷ୍ଟ୍ରାରଙ୍କ ପବ୍ଲିକ୍ ନୋଟିସ ଉପରେ ଆନ୍ଧ୍ର ହାଇକୋର୍ଟଙ୍କ ସ୍ଥଗିତାଦେଶ

ଏହାପୂର୍ବରୁ ଗତ ୨୧ ତାରିଖରେ ମାର୍ଗଦର୍ଶୀ ଚିଟଫଣ୍ଡ ମାମଲାରେ ଆନ୍ଧ୍ର ସରକାରଙ୍କ ଉପରେ ବର୍ଷିଥିଲେ ପୂର୍ବତନ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା TDP ମୁଖ୍ୟ ଏନ. ଚନ୍ଦ୍ରବାବୁ ନାଇଡୁ । ଆନ୍ଧ୍ର ସରକାର ତଥା YSR କଂଗ୍ରେସ ପାର୍ଟି ସଭାପତି ଜଗନ ମୋହନ ରେଡ୍ଡି ଏହି ମାମଲାରେ ଇଟିଭି ନେଟୱର୍କ ପ୍ରତିଷ୍ଠାତା ରାମୋଜି ରାଓଙ୍କୁ ମାନସିକ ଭାବେ ନିର୍ଯାତନା ଦେଉଥିବା ସେ ଅଭିଯୋଗ କରିଥିଲେ । ୱାଇ.ଏସ ଜଗନ ଏବେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭକୁ ଧ୍ବଂସ କରିବା ଲାଗି ଅପଚେଷ୍ଟା ଜାରି ରଖିଥିବା ନାଇଡୁ X (ପୂର୍ବରୁ ଟ୍ବିଟର) ସାଇଟରେ ଏକ ପୋଷ୍ଟ ମାଧ୍ୟମରେ କହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details